ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି

ବିଷମକଟକ,୨୦।୮(ଡି.ଏନ୍‌.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ ମାରିଲେ। ରାୟଗଡ଼ା ଜିଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କଠାରୁ ଶୁକ୍ରବାର ଏଭଳି ଅଭିଯୋଗ ପାଇବା ପରେ ବିଷମକଟକ ପୋଲିସ ତଦନ୍ତ କରି ୨ ଘଣ୍ଟା ମଧ୍ୟରେ ପିଲା ଚୋରି କରିଥିବା ମହିଳାଙ୍କୁ ଧରି ତାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଧରାପଡ଼ିଥିବା ମହିଳା ହେଲେ ବିହାରର ରୂପାଲୀ ଦେବୀ(୩୫)। ସ୍ବାମୀ ସରୋଜ କୁମାର ଯାଦବଙ୍କ ସହ ସେ ରାୟଗଡ଼ା ସ୍ଥିତ ମଝିଘରିଆଣୀ ମନ୍ଦିର ନିକଟ ବସ୍ତିରେ ରହୁଛନ୍ତି।
ସୂଚନା ଅନୁଯାୟୀ, ବିଷମକଟକ ଥାନା ଅଧୀନ ରାସିକଲା ପଞ୍ଚାୟତ ରଟୋଗାପଦର ଗାଁର ସିଦ୍ଧାନ୍ତ କିଲାକାଙ୍କ ସ୍ତ୍ରୀ ରୀତା ବ୍ରେକବେଡା ଅଗଷ୍ଟ ୧୪ ରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଉଭୟ ମା’ ଏବଂ ଶିଶୁ ପ୍ରସୂତି ୱାର୍ଡରେ ଥିଲେ। ଏହି ସମୟରେ ଦୁଇଦିନ ତଳେ ରୂପାଲୀ ଆସି ନିଜକୁ ରାୟଗଡ଼ାର ଆଶାକର୍ମୀ ବୋଲି ପରିଚୟ ଦେଇ ତାଙ୍କ ନିକଟରେ ରହିଥିଲେ। ଯତ୍ନ ନେବା ବାହାନାରେ ତାଙ୍କ ବିଶ୍ୱାସ ଜିଣିଥିଲେ। ଶୁକ୍ରବାର ଓଜନ କରାଇ ଡାକ୍ତରଙ୍କୁ ଦେଖାଇ ଆଣିବେ କହି ଶିଶୁପୁତ୍ରକୁ ନେଇଥିଲେ। ହେଲେ ପିଲାକୁ ନେଇ ଆଉ ଫେରାଇ ନ ଥିଲେ। ଅନୁସନ୍ଧାନ କରି ପୁଅକୁ ପାଇବାରେ ବିଫଳ ହେବାପରେ ରୀତାଙ୍କ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପିଲାଚୋରି ନେଇ ଡାକ୍ତରଖାନାରୁ ଖବର ପାଇବା ପରେ ପୋଲିସ ତୁରନ୍ତ ତାନାଘନା କରି ସମସ୍ତ ରାସ୍ତା ସିଲ୍‌ କରିଥିଲା। ରୂପାଲୀ ଶିଶୁପୁତ୍ରକୁ ନେଇ ବାଇକ୍‌ରେ ଚାଲିଯାଇଥିବା ଡାକ୍ତରଖାନା ନିକଟରେ ଥିବା କେତେଜଣ ଲୋକଙ୍କଠାରୁ ଶୁଣିବା ପରେ ପୋଲିସ ଅନୁସନ୍ଧାନ କରି ଚାଟିକଣା ରେଳଷ୍ଟେଶନ ନିକଟରେ ତାଙ୍କୁ ଧରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସେହିପରି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଥିବା ବିଷମକଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ଆଶାକର୍ମୀ ପରିଚୟ ଦେଇ ଦୁଇଦିନ ଧରି ନିର୍ଭୟରେ ରହିବା ଏବଂ ପିଲା ଚୋରି କରି ନେଇଯିବା ପରେ ଘରୋଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri