ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି

ବିଷମକଟକ,୨୦।୮(ଡି.ଏନ୍‌.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ ମାରିଲେ। ରାୟଗଡ଼ା ଜିଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କଠାରୁ ଶୁକ୍ରବାର ଏଭଳି ଅଭିଯୋଗ ପାଇବା ପରେ ବିଷମକଟକ ପୋଲିସ ତଦନ୍ତ କରି ୨ ଘଣ୍ଟା ମଧ୍ୟରେ ପିଲା ଚୋରି କରିଥିବା ମହିଳାଙ୍କୁ ଧରି ତାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଧରାପଡ଼ିଥିବା ମହିଳା ହେଲେ ବିହାରର ରୂପାଲୀ ଦେବୀ(୩୫)। ସ୍ବାମୀ ସରୋଜ କୁମାର ଯାଦବଙ୍କ ସହ ସେ ରାୟଗଡ଼ା ସ୍ଥିତ ମଝିଘରିଆଣୀ ମନ୍ଦିର ନିକଟ ବସ୍ତିରେ ରହୁଛନ୍ତି।
ସୂଚନା ଅନୁଯାୟୀ, ବିଷମକଟକ ଥାନା ଅଧୀନ ରାସିକଲା ପଞ୍ଚାୟତ ରଟୋଗାପଦର ଗାଁର ସିଦ୍ଧାନ୍ତ କିଲାକାଙ୍କ ସ୍ତ୍ରୀ ରୀତା ବ୍ରେକବେଡା ଅଗଷ୍ଟ ୧୪ ରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଉଭୟ ମା’ ଏବଂ ଶିଶୁ ପ୍ରସୂତି ୱାର୍ଡରେ ଥିଲେ। ଏହି ସମୟରେ ଦୁଇଦିନ ତଳେ ରୂପାଲୀ ଆସି ନିଜକୁ ରାୟଗଡ଼ାର ଆଶାକର୍ମୀ ବୋଲି ପରିଚୟ ଦେଇ ତାଙ୍କ ନିକଟରେ ରହିଥିଲେ। ଯତ୍ନ ନେବା ବାହାନାରେ ତାଙ୍କ ବିଶ୍ୱାସ ଜିଣିଥିଲେ। ଶୁକ୍ରବାର ଓଜନ କରାଇ ଡାକ୍ତରଙ୍କୁ ଦେଖାଇ ଆଣିବେ କହି ଶିଶୁପୁତ୍ରକୁ ନେଇଥିଲେ। ହେଲେ ପିଲାକୁ ନେଇ ଆଉ ଫେରାଇ ନ ଥିଲେ। ଅନୁସନ୍ଧାନ କରି ପୁଅକୁ ପାଇବାରେ ବିଫଳ ହେବାପରେ ରୀତାଙ୍କ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପିଲାଚୋରି ନେଇ ଡାକ୍ତରଖାନାରୁ ଖବର ପାଇବା ପରେ ପୋଲିସ ତୁରନ୍ତ ତାନାଘନା କରି ସମସ୍ତ ରାସ୍ତା ସିଲ୍‌ କରିଥିଲା। ରୂପାଲୀ ଶିଶୁପୁତ୍ରକୁ ନେଇ ବାଇକ୍‌ରେ ଚାଲିଯାଇଥିବା ଡାକ୍ତରଖାନା ନିକଟରେ ଥିବା କେତେଜଣ ଲୋକଙ୍କଠାରୁ ଶୁଣିବା ପରେ ପୋଲିସ ଅନୁସନ୍ଧାନ କରି ଚାଟିକଣା ରେଳଷ୍ଟେଶନ ନିକଟରେ ତାଙ୍କୁ ଧରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସେହିପରି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଥିବା ବିଷମକଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ଆଶାକର୍ମୀ ପରିଚୟ ଦେଇ ଦୁଇଦିନ ଧରି ନିର୍ଭୟରେ ରହିବା ଏବଂ ପିଲା ଚୋରି କରି ନେଇଯିବା ପରେ ଘରୋଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri