୪ ପିଲାଙ୍କ ହାତଗୋଡ଼ ବାନ୍ଧି ଅପହରଣ

ମଙ୍ଗୁଳି/ଜଗତପୁର,୧୧ା୧(ଡି.ଏନ୍‌.ଏ.): କଟକ ଜିଲା ଜଗତ୍‌ପୁର ଥାନା ଅଧୀନ ୪୮ନମ୍ବର ୱାର୍ଡ ଭୁବନପୁର ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଟାଟା ଏସିରେ ୪ଜଣ ଛୋଟ ପିଲାଙ୍କୁ ୩ଜଣ ଦୁର୍ବୃତ୍ତ ଅପହରଣ କରି ନେଉଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ପିଲାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିବା ଉଦ୍ଧାର ହୋଇଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏନେଇ ଛାତ୍ରୀଙ୍କ ଅଜା ପ୍ରବୀର ରଥ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୩/୨୨) ରୁଜୁ କରିଛି। ଅନ୍ୟ ୩ ଅପହୃତ୍ତାଙ୍କୁ ତୁରନ୍ତ ଉଦ୍ଧାର କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଭିଯୋଗ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଛାତ୍ରୀ ଜଣକ ପ୍ରତିଦିନ ପରି ସକାଳ ୭ଟାରେ ଘର ପଛପଟ ଗଳି ଦେଇ ଟ୍ୟୁଶନ ଯାଉଥିଲେ। ଏହି ସମୟରେ ହଠାତ୍‌ ୨ଜଣ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି କିଛି ଶୁଙ୍ଘେଇ ଦେଇଥିଲେ। କିଛି ସମୟ ମଧ୍ୟରେ ଛାତ୍ରୀଙ୍କ ହାତ ଗୋଡ଼ ନିସ୍ତେଜ ହେବା ସହ ପାଟିରୁ କୌଣସି କଥା ବାହାରି ନ ଥିଲା। ପରେ ଦୁର୍ବୃତ୍ତମାନେ ଏକ ଟାଟା ଏସିଇ ଗାଡ଼ି ଡାଲା ଉପରକୁ ତାଙ୍କୁ ଟେକି ନେଇ ଏକ ଅଖା ମଧ୍ୟରେ ପୂରାଇ ନେଇ ଯାଇଥିଲେ। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଗାଡ଼ି ରଖି ଚା’ ପିଉଥିବାବେଳେ ଛାତ୍ରୀଜଣଙ୍କ ହୋସ୍‌ ଆସିଥିଲା। ସେତେବେଳକୁ ଉକ୍ତ ଗାଡ଼ିରେ ତାଙ୍କ ପରି ୧୦ରୁ ୧୨ ବର୍ଷର ଦୁଇ ଜଣ ପୁଅ ଓ ଜଣେ ଝିଅ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ଛାତ୍ରୀ ଜଣକ ମନ୍ଦିରରୁ ପୂଜା ସାରି ସେହି ବାଟଦେଇ ଫେରୁଥିବା ତାଙ୍କ ସାଙ୍ଗଙ୍କ ବାପା ମୋହନ ପଟ୍ଟନାୟକଙ୍କୁ ହାତ ଠାରି ସାହାଯ୍ୟ ମାଗିଥିଲେ। ମୋହନ କୌଶଳକ୍ରମେ ତାଙ୍କୁ ଉଦ୍ଧାର କରିଥିଲେ। ଏହା ଜାଣି ଅପହରଣକାରୀମାନେ ଅନ୍ୟ ୩ଜଣଙ୍କୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ଛାତ୍ରୀଜଣଙ୍କ ଘରକୁ ଆସି ସବୁ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଜଗତପୁର ଥାନାକୁ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଜଗତପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି , ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ଠାରୁ ସବୁ ଶୁଣିବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜଗତପୁର ଅଞ୍ଚଳର ବିଭିନ୍ନ ଜାଗାରେ ଲାଗିଥିବା ସିସି ଟିଭି କ୍ୟାମେରା ଚେକ କରାଯାଇଛି। ହେଲେ ଅପହରଣ କରି ନିଆଯାଉଥିବାର ଦୃଶ୍ୟ କେଉଁଠି ଜଣାପଡ଼ୁ ନାହିଁ। ତେବେ ଘଟଣାର ୬ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଅପହରଣର ଶିକାର ହୋଇଥିବା ଅନ୍ୟ ୩ଜଣଙ୍କ ପିଲାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ନ ହେବା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସତ୍ତ୍ୱେ ଅନ୍ୟ ୩ ପିଲାଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି। ଛାତ୍ରୀଙ୍କୁ ଉଦ୍ଧାର କରିଥିବା ମୋହନଙ୍କୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଅଧିକ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ମେହେର କହିଛନ୍ତି। ଅପରପକ୍ଷରେ ପିଲାଙ୍କୁ ଚୋରି କରି ବାହାରକୁ ଚାଲାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri