ମାନ୍ୟତା ସତ୍ତ୍ୱେ ବିକାଶ ହୋଇପାରିନି

ଖୋର୍ଦ୍ଧା ଅଫିସ,୧ା୪: ଖୋର୍ଦ୍ଧା ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ବର୍ଷ ପୂର୍ତ୍ତିହେଲାଣି। ଏହାର ଭୌଗୋଳିକ, ଐତିହାସିକ, ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କଲେ ଏହା ଗୌରବମୟ ଗାଥାର ପରିଚୟ ବହନ କରିଥାଏ। ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର ଅବଦାନ ଅତୁଳନୀୟ। ସ୍ବାଧୀନତା ଆନ୍ଦୋଳନର ପ୍ରଥମ ସଂଗ୍ରାମ ଏଠାରୁ ଆରମ୍ଭ ହୋଇଥିଲା। ତଥାପି ଦୀପ ତଳ ଅନ୍ଧାର ଭଳି ଏହି ଜିଲାର ସେପରି କୌଣସି ଆଖିଦୃଶିଆ ବିକାଶ ହୋଇ ନାହିଁ। ଜିଲା ଗଠନର ପ୍ରତିଷ୍ଠା ଦିବସ ତଥା ଓଡ଼ିଶା ଦିବସରେ ଆତ୍ମାନୁଚିନ୍ତନ ଅପରିହାର୍ଯ୍ୟ। ଏନେଇ ବିଶେଷ ଉପସ୍ଥାପନା।

ନିଜ ଦାୟିତ୍ୱ ପ୍ରତି ଯତ୍ନବାନ୍‌ ହୁଅ
ଖୋର୍ଦ୍ଧା ଜିଲାର ଶିକ୍ଷାର ବିକାଶ ଲାଗି ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥଙ୍କ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ମହାବିଦ୍ୟାଳୟର ଗୌରବମୟ ଇତିହାସ ରହିଛି। ଭୌଗୋଳିକ, ସାମାଜିକ, ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରୁ ଏହି ଜିଲା ସମୃଦ୍ଧ। ତଥାପି ଏହାର ଗତାନୁଗତିକ ବିକାଶ ନାହିଁ। ଏଥିଲାଗି ସମସ୍ତ ଜନପ୍ରତିନିଧି, ଉଚ୍ଚପଦସ୍ଥ ଅମଲାତନ୍ତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ସମାଜ ପ୍ରତିସ୍ତରରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ।

-ମେଜର କ୍ଷୀରୋଦ ମହାନ୍ତି,
ପୂର୍ବତନ କୁଳପତି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ଐତିହ୍ୟ କୀର୍ତ୍ତିରାଜିର ବିକାଶ ହେଉ
୧୯୯୩ ମସିହାରେ ଖୋର୍ଦ୍ଧା ଜିଲା ଗଠନ ହୋଇଥିଲା। ୧୯୯୫ରେ ଜିଲାର ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧାରେ ସ୍ଥାପିତ ହେଲା। ରାଜଧାନୀ ଭୁବନେଶ୍ୱର ବ୍ୟତୀତ ସମଗ୍ର ଖୋର୍ଦ୍ଧା ଜିଲାରେ ସେଭଳି କୌଣସି ବିକାଶ ପରିଲକ୍ଷିତ ହେଉନାହିଁ। ବରୁଣେଇ ପୀଠ ସମେତ ବହୁ ପ୍ରାଚୀନ କୀର୍ତ୍ତିରାଜି ବିଲୁପ୍ତ ହେବାକୁ ବସିଛି। ଏହାର ପୁନରଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଗଡ଼ଖୋର୍ଦ୍ଧା ଐତିହ୍ୟ ନଷ୍ଟ ହେବାକୁ ବସିଛି। ଖୋର୍ଦ୍ଧାର ଅନ୍ୟତମ ପରିଚୟ ନାଲି ଗାମୁଛା। ପ୍ରୋତ୍ସାହନ ଅଭାବରୁ କାରିଗରମାନେ ଏଥିରୁ ମୁହଁ ଫେରାଉଛନ୍ତି। ବୃହତ୍‌ ରାଷ୍ଟ୍ରାୟାତ୍ତ ଶିଳ୍ପ ସଂସ୍ଥା ରହିଛି। ଜିଲାର ବିକାଶରେ ଏମାନଙ୍କ ସହଭାଗିତା ନାହିଁ। ଏଥିପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି।

-ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ, ଗବେଷକ

ଦ୍ରୁତ ବିକାଶ ଚାଲିଛି
ଖୋର୍ଦ୍ଧା ଜିଲାର ଦ୍ରୁତ ବିକାଶ ଘଟିଛି। ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପ ସହ ରାସ୍ତାଘାଟ, ପାନୀୟଜଳ, ଜଳସେଚନ, କୃଷି ଓ କୃଷକଙ୍କ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଖୋର୍ଦ୍ଧା ପୌରାଞ୍ଚଳ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ବସ୍ତି ଉନ୍ନୟନ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
-ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବିଧାୟକ, ଖୋର୍ଦ୍ଧା

ମାନ୍ୟତା ମିଳିଛି, ବିକାଶ ସ୍ଥାଣୁ
ଜିଲାକୁ ମାନ୍ୟତା ମିଳିଛି, କିନ୍ତୁ ସେଭଳି ବିକାଶ ହୋଇନାହିଁ। ଜିଲାର ରାଜଧାନୀ ଭୁବନେଶ୍ୱର ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ସେହି ତୁଳନାରେ ଖୋର୍ଦ୍ଧାରେ ଆଖିଦୃଶିଆ କାର୍ଯ୍ୟ କରାଯାଇନାହିଁ। ଜିଲାରେ ଅନ୍ତର୍ଜାତୀୟ ସ୍ତରୀୟ ଶିଳ୍ପ ସଂସ୍ଥା, ପର୍ଯ୍ୟଟନ, ଖଣି ଖାଦାନ ତଥା ପ୍ରାକୃତିକ ଶୋଭାରାଜି ଭରପୂର ସତ୍ତ୍ୱେ ଗ୍ରାମାଞ୍ଚଳ ସ୍ତରରେ ସେପରି କୌଣସି ବିକାଶ ପରିଲକ୍ଷିତ ହେଉନାହିଁ। ସରକାରୀ ଅଧିକାରୀମାନେ ଜିଲା ମୁଖ୍ୟାଳୟ ଅପେକ୍ଷା ଭୁବନେଶ୍ୱରରେ ରହିବାକୁ ପସନ୍ଦ କରୁଛନ୍ତି।
-ଅଜିତ୍‌ ପଟ୍ଟନାୟକ, ଆଇନଜୀବୀ

ଅନିଶ୍ଚିତତାରେ ପାଇକ ସ୍ମାରକୀ ନିର୍ମାଣ
ଓଡ଼ିଆ ଜାତିର ଅସ୍ମିତା ହେଉଛି ପାଇକ ବିଦ୍ରୋହ। ଏହାକୁ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଏହାର ଦ୍ୱିଶତ ବାର୍ଷିକୀ ଅବସରରେ ତତ୍‌କାଳୀନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପାଇକ ବୀରଙ୍କ ବୀରତ୍ୱର ଗାଥାକୁ ମନେପକାଇଥିଲେ। ବରୁଣେଇ ପାଦଦେଶରେ ପ୍ରସ୍ତାବିତ ସ୍ମାରକୀ ରାଷ୍ଟ୍ରପତିଙ୍କ ଦ୍ୱାରା ଶିଳାନ୍ୟାସ ସତ୍ତ୍ୱେ ନିର୍ମାଣ ନେଇ ଅନିଶ୍ଚିତତା ରହିଛି।
-କୃଷ୍ଣଚନ୍ଦ୍ର ହରିଚନ୍ଦନ
ସମ୍ପାଦକ, କଳିଙ୍ଗ ପାଇକ ସଙ୍ଗଠନ

ହେଡ୍‌କ୍ୱାର୍ଟର୍ସରେ ରହୁନାହାନ୍ତି ଅଧିକାରୀ
ଖୋର୍ଦ୍ଧା ଜିଲାର ସଦରମହକୁମା ରହିଛି। କିନ୍ତୁ ଜିଲାର ଏକାଧିକ କାର୍ଯ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟ କରୁଛି। ଅଧିକାଂଶ ଅଧିକାରୀଙ୍କୁ ଅପରାହ୍ନ ୩ଟା ପରେ ସଦର ମୁଖ୍ୟାଳୟରେ ଦେଖିବାକୁ ମିଳୁନାହିଁ। ଜିଲାର ବିଭିନ୍ନ ବ୍ଲକ, ତହସିଲ ଠାରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ କାର୍ଯ୍ୟରତ ଅଧିକାଂଶ ଅଧିକାରୀ ଏଠାରେ ରହୁନାହାନ୍ତି। ସରକାରୀ ଅଧିକାରୀଙ୍କ ବାସ ଠିକଣା ଭୁବନେଶ୍ୱର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲାକୁ ପ୍ରବେଶ ଲାଗି ୩ଟି ପ୍ରବେଶ ପଥ ରହିଛି। କିନ୍ତୁ କେଉଁଠି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ବାଗତ ପ୍ରାଚୀର ନିର୍ମାଣ କରାଯାଇନାହିଁ।
-ନରେନ୍ଦ୍ର ପୃଷ୍ଟି, ସଭାପତି, ଖୋର୍ଦ୍ଧା ବିକାଶ ମଞ୍ଚ

ସହରରୁ ଅଳିଆ ହଟୁନାହିଁ
ଖୋର୍ଦ୍ଧା ସହରର ଦୁଃଖ କେବିନ। ଚାରିଆଡେ କେବିନ ଛତୁଫୁଟିବା ଭଳି ଛାଇ ହୋଇ ରହିଛି। କେବିନ ଉଚ୍ଛେଦ ସହ ଉଠାଦୋକାନୀଙ୍କ ଉପଯୁକ୍ତ ଥଇଥାନ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି। ଡ୍ରେନେଜ, ପରିମଳ ମୁଖ୍ୟ ସମସ୍ୟା। ସହର ପରିମଳ ପାଇଁ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ ହେଉଛି। ସହରରୁ ଅଳିଆ ହଟୁନି। ଜିଲାର ଶିକ୍ଷିତ ଯୁବକଙ୍କ ପାଇଁ କୌଣସି ରୋଜଗାର ସାଧନା ନାହିଁ। ଯୁବପିଢିଙ୍କ ଦକ୍ଷତା ବିକାଶ ଉପରେ ସେଭଳି ଗୁରୁତ୍ୱ ଦିଆଯାଉନାହିଁ।
-ଆଶିଷ ବିବୁରେନ୍ଦ୍ର ଛୋଟରାୟ, ଯୁବ ଉଦ୍ୟୋଗୀ

ଐତିହ୍ୟ କୀର୍ତ୍ତିରାଜି ବିଲୁପ୍ତ ହେଉଛି
ଖୋର୍ଦ୍ଧା ମାଟିର ଗୌରବ କେବଳ ଓଡ଼ିଶା ଦିବସରେ ଭାଷଣବାଜିରେ ସୀମିତ। ଜିଲାରେ ବିକାଶ ଗତାନୁଗତିକ ନୁହଁ। ଜିଲାର ସର୍ବାଙ୍ଗୀନ ବିକାଶ ଲାଗି ସମୂହ ସ୍ବର ନାହିଁ। ଐତିହ୍ୟ କୀର୍ତିରାଜି ଜିଲାରେ ଭରପୁର ହୋଇ ରହିଛି। ଏହାର ପୁନରଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜିଲା ଅସ୍ମିତା ପାଇକ ବିଦ୍ରୋହ ଦ୍ୱି ଶତବାର୍ଷିକୀ ଅବସରରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରେ ଖଣ୍ଡେ ଇଟା ପଡିପାରିଲା ନାହିଁ। ବହୁ ଐତିହ୍ୟକୀର୍ତ୍ତିରାଜି ଧ୍ୱସଂର ଦ୍ୱାରଦେଶରେ ରହିଛି। ଐତିହ୍ୟ ଗଡ଼ଖୋର୍ଦ୍ଧାର ପୁନରୁଦ୍ଧାର ହୋଇପାରିଲା ନାହିଁ।
-ଜ୍ଞାନରଞ୍ଜନ ଦାଶ, ବରିଷ୍ଠ ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପାଇଁ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ରାସ୍ତାରୋକୋ

ବଡ଼ସାହି,୭ା୧(ସ୍ବ.ପ୍ର): ବଡ଼ସାହି-ସୁହାଗପୁର ଜଙ୍ଗଲରେ କିଛି ଦିନ ହେଲା ଏକ ଦନ୍ତା ହାତୀ ବୁଲୁଥିବାରୁ ସେହି ଅଞ୍ଚଳରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ନିୟମିତ ବିଦ୍ୟୁତକାଟ୍‌ କରାଯାଉଛି। ଏହାର...

ହାଲ୍‌ ସହରାଞ୍ଚଳ ଜଙ୍ଗଲରେ ପୁଣି ବ୍ୟାପିଲା

ସୁନାବେଡ଼ା,୨।୪(ସ୍ବ. ପ୍ର.): ସୁନାବେଡ଼ା ହାଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଙ୍ଗଲ ରହିଛି। ଏହିସବୁ ଜଙ୍ଗଲରେ ବିଭିନ୍ନ ସମୟରେ ନିଆଁ ଲାଗିବା ଏବେ ପ୍ରଶାସନ ପାଇଁ ଚିନ୍ତାର...

ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ଡାବୁଗାଁ,୧୯।୫(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ନୁଆ ବସ୍‌ଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଟାଣ୍ଡନିର୍ମାଣ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ...

ଯାଜପୁରରୁ ଚିହ୍ନଟ ନୂଆ ୧୪ ଆକ୍ରାନ୍ତ କଟିକଟା ଅଞ୍ଚଳର: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୪ ନୂଆ ଆକ୍ରାନ୍ତ କଟିକଟା ଅଞ୍ଚଳର। ପୂର୍ବରୁ ଏଠାରେ ୬ଟି କେସ୍‌ ବାହାରିଥିଲା। ସେମାନେ ପଶ୍ଚିମବଙ୍ଗ ଫେରନ୍ତା...

୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା...

ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ

ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି...

ମାଲକାନଗିରିରେ ବନ୍ୟା ପରିସ୍ଥିତି: ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଏସଆରସି

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ./ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର...

ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ...

Advertisement
Archives

Model This Week