ମାନ୍ୟତା ସତ୍ତ୍ୱେ ବିକାଶ ହୋଇପାରିନି

ଖୋର୍ଦ୍ଧା ଅଫିସ,୧ା୪: ଖୋର୍ଦ୍ଧା ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ବର୍ଷ ପୂର୍ତ୍ତିହେଲାଣି। ଏହାର ଭୌଗୋଳିକ, ଐତିହାସିକ, ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କଲେ ଏହା ଗୌରବମୟ ଗାଥାର ପରିଚୟ ବହନ କରିଥାଏ। ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର ଅବଦାନ ଅତୁଳନୀୟ। ସ୍ବାଧୀନତା ଆନ୍ଦୋଳନର ପ୍ରଥମ ସଂଗ୍ରାମ ଏଠାରୁ ଆରମ୍ଭ ହୋଇଥିଲା। ତଥାପି ଦୀପ ତଳ ଅନ୍ଧାର ଭଳି ଏହି ଜିଲାର ସେପରି କୌଣସି ଆଖିଦୃଶିଆ ବିକାଶ ହୋଇ ନାହିଁ। ଜିଲା ଗଠନର ପ୍ରତିଷ୍ଠା ଦିବସ ତଥା ଓଡ଼ିଶା ଦିବସରେ ଆତ୍ମାନୁଚିନ୍ତନ ଅପରିହାର୍ଯ୍ୟ। ଏନେଇ ବିଶେଷ ଉପସ୍ଥାପନା।

ନିଜ ଦାୟିତ୍ୱ ପ୍ରତି ଯତ୍ନବାନ୍‌ ହୁଅ
ଖୋର୍ଦ୍ଧା ଜିଲାର ଶିକ୍ଷାର ବିକାଶ ଲାଗି ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥଙ୍କ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ମହାବିଦ୍ୟାଳୟର ଗୌରବମୟ ଇତିହାସ ରହିଛି। ଭୌଗୋଳିକ, ସାମାଜିକ, ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରୁ ଏହି ଜିଲା ସମୃଦ୍ଧ। ତଥାପି ଏହାର ଗତାନୁଗତିକ ବିକାଶ ନାହିଁ। ଏଥିଲାଗି ସମସ୍ତ ଜନପ୍ରତିନିଧି, ଉଚ୍ଚପଦସ୍ଥ ଅମଲାତନ୍ତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ସମାଜ ପ୍ରତିସ୍ତରରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ।

-ମେଜର କ୍ଷୀରୋଦ ମହାନ୍ତି,
ପୂର୍ବତନ କୁଳପତି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ଐତିହ୍ୟ କୀର୍ତ୍ତିରାଜିର ବିକାଶ ହେଉ
୧୯୯୩ ମସିହାରେ ଖୋର୍ଦ୍ଧା ଜିଲା ଗଠନ ହୋଇଥିଲା। ୧୯୯୫ରେ ଜିଲାର ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧାରେ ସ୍ଥାପିତ ହେଲା। ରାଜଧାନୀ ଭୁବନେଶ୍ୱର ବ୍ୟତୀତ ସମଗ୍ର ଖୋର୍ଦ୍ଧା ଜିଲାରେ ସେଭଳି କୌଣସି ବିକାଶ ପରିଲକ୍ଷିତ ହେଉନାହିଁ। ବରୁଣେଇ ପୀଠ ସମେତ ବହୁ ପ୍ରାଚୀନ କୀର୍ତ୍ତିରାଜି ବିଲୁପ୍ତ ହେବାକୁ ବସିଛି। ଏହାର ପୁନରଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଗଡ଼ଖୋର୍ଦ୍ଧା ଐତିହ୍ୟ ନଷ୍ଟ ହେବାକୁ ବସିଛି। ଖୋର୍ଦ୍ଧାର ଅନ୍ୟତମ ପରିଚୟ ନାଲି ଗାମୁଛା। ପ୍ରୋତ୍ସାହନ ଅଭାବରୁ କାରିଗରମାନେ ଏଥିରୁ ମୁହଁ ଫେରାଉଛନ୍ତି। ବୃହତ୍‌ ରାଷ୍ଟ୍ରାୟାତ୍ତ ଶିଳ୍ପ ସଂସ୍ଥା ରହିଛି। ଜିଲାର ବିକାଶରେ ଏମାନଙ୍କ ସହଭାଗିତା ନାହିଁ। ଏଥିପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି।

-ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ, ଗବେଷକ

ଦ୍ରୁତ ବିକାଶ ଚାଲିଛି
ଖୋର୍ଦ୍ଧା ଜିଲାର ଦ୍ରୁତ ବିକାଶ ଘଟିଛି। ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପ ସହ ରାସ୍ତାଘାଟ, ପାନୀୟଜଳ, ଜଳସେଚନ, କୃଷି ଓ କୃଷକଙ୍କ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଖୋର୍ଦ୍ଧା ପୌରାଞ୍ଚଳ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ବସ୍ତି ଉନ୍ନୟନ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ସହ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
-ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବିଧାୟକ, ଖୋର୍ଦ୍ଧା

ମାନ୍ୟତା ମିଳିଛି, ବିକାଶ ସ୍ଥାଣୁ
ଜିଲାକୁ ମାନ୍ୟତା ମିଳିଛି, କିନ୍ତୁ ସେଭଳି ବିକାଶ ହୋଇନାହିଁ। ଜିଲାର ରାଜଧାନୀ ଭୁବନେଶ୍ୱର ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ସେହି ତୁଳନାରେ ଖୋର୍ଦ୍ଧାରେ ଆଖିଦୃଶିଆ କାର୍ଯ୍ୟ କରାଯାଇନାହିଁ। ଜିଲାରେ ଅନ୍ତର୍ଜାତୀୟ ସ୍ତରୀୟ ଶିଳ୍ପ ସଂସ୍ଥା, ପର୍ଯ୍ୟଟନ, ଖଣି ଖାଦାନ ତଥା ପ୍ରାକୃତିକ ଶୋଭାରାଜି ଭରପୂର ସତ୍ତ୍ୱେ ଗ୍ରାମାଞ୍ଚଳ ସ୍ତରରେ ସେପରି କୌଣସି ବିକାଶ ପରିଲକ୍ଷିତ ହେଉନାହିଁ। ସରକାରୀ ଅଧିକାରୀମାନେ ଜିଲା ମୁଖ୍ୟାଳୟ ଅପେକ୍ଷା ଭୁବନେଶ୍ୱରରେ ରହିବାକୁ ପସନ୍ଦ କରୁଛନ୍ତି।
-ଅଜିତ୍‌ ପଟ୍ଟନାୟକ, ଆଇନଜୀବୀ

ଅନିଶ୍ଚିତତାରେ ପାଇକ ସ୍ମାରକୀ ନିର୍ମାଣ
ଓଡ଼ିଆ ଜାତିର ଅସ୍ମିତା ହେଉଛି ପାଇକ ବିଦ୍ରୋହ। ଏହାକୁ ମୁକ୍ତି ସଂଗ୍ରାମର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଏହାର ଦ୍ୱିଶତ ବାର୍ଷିକୀ ଅବସରରେ ତତ୍‌କାଳୀନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପାଇକ ବୀରଙ୍କ ବୀରତ୍ୱର ଗାଥାକୁ ମନେପକାଇଥିଲେ। ବରୁଣେଇ ପାଦଦେଶରେ ପ୍ରସ୍ତାବିତ ସ୍ମାରକୀ ରାଷ୍ଟ୍ରପତିଙ୍କ ଦ୍ୱାରା ଶିଳାନ୍ୟାସ ସତ୍ତ୍ୱେ ନିର୍ମାଣ ନେଇ ଅନିଶ୍ଚିତତା ରହିଛି।
-କୃଷ୍ଣଚନ୍ଦ୍ର ହରିଚନ୍ଦନ
ସମ୍ପାଦକ, କଳିଙ୍ଗ ପାଇକ ସଙ୍ଗଠନ

ହେଡ୍‌କ୍ୱାର୍ଟର୍ସରେ ରହୁନାହାନ୍ତି ଅଧିକାରୀ
ଖୋର୍ଦ୍ଧା ଜିଲାର ସଦରମହକୁମା ରହିଛି। କିନ୍ତୁ ଜିଲାର ଏକାଧିକ କାର୍ଯ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟ କରୁଛି। ଅଧିକାଂଶ ଅଧିକାରୀଙ୍କୁ ଅପରାହ୍ନ ୩ଟା ପରେ ସଦର ମୁଖ୍ୟାଳୟରେ ଦେଖିବାକୁ ମିଳୁନାହିଁ। ଜିଲାର ବିଭିନ୍ନ ବ୍ଲକ, ତହସିଲ ଠାରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ କାର୍ଯ୍ୟରତ ଅଧିକାଂଶ ଅଧିକାରୀ ଏଠାରେ ରହୁନାହାନ୍ତି। ସରକାରୀ ଅଧିକାରୀଙ୍କ ବାସ ଠିକଣା ଭୁବନେଶ୍ୱର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲାକୁ ପ୍ରବେଶ ଲାଗି ୩ଟି ପ୍ରବେଶ ପଥ ରହିଛି। କିନ୍ତୁ କେଉଁଠି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ବାଗତ ପ୍ରାଚୀର ନିର୍ମାଣ କରାଯାଇନାହିଁ।
-ନରେନ୍ଦ୍ର ପୃଷ୍ଟି, ସଭାପତି, ଖୋର୍ଦ୍ଧା ବିକାଶ ମଞ୍ଚ

ସହରରୁ ଅଳିଆ ହଟୁନାହିଁ
ଖୋର୍ଦ୍ଧା ସହରର ଦୁଃଖ କେବିନ। ଚାରିଆଡେ କେବିନ ଛତୁଫୁଟିବା ଭଳି ଛାଇ ହୋଇ ରହିଛି। କେବିନ ଉଚ୍ଛେଦ ସହ ଉଠାଦୋକାନୀଙ୍କ ଉପଯୁକ୍ତ ଥଇଥାନ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି। ଡ୍ରେନେଜ, ପରିମଳ ମୁଖ୍ୟ ସମସ୍ୟା। ସହର ପରିମଳ ପାଇଁ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ ହେଉଛି। ସହରରୁ ଅଳିଆ ହଟୁନି। ଜିଲାର ଶିକ୍ଷିତ ଯୁବକଙ୍କ ପାଇଁ କୌଣସି ରୋଜଗାର ସାଧନା ନାହିଁ। ଯୁବପିଢିଙ୍କ ଦକ୍ଷତା ବିକାଶ ଉପରେ ସେଭଳି ଗୁରୁତ୍ୱ ଦିଆଯାଉନାହିଁ।
-ଆଶିଷ ବିବୁରେନ୍ଦ୍ର ଛୋଟରାୟ, ଯୁବ ଉଦ୍ୟୋଗୀ

ଐତିହ୍ୟ କୀର୍ତ୍ତିରାଜି ବିଲୁପ୍ତ ହେଉଛି
ଖୋର୍ଦ୍ଧା ମାଟିର ଗୌରବ କେବଳ ଓଡ଼ିଶା ଦିବସରେ ଭାଷଣବାଜିରେ ସୀମିତ। ଜିଲାରେ ବିକାଶ ଗତାନୁଗତିକ ନୁହଁ। ଜିଲାର ସର୍ବାଙ୍ଗୀନ ବିକାଶ ଲାଗି ସମୂହ ସ୍ବର ନାହିଁ। ଐତିହ୍ୟ କୀର୍ତିରାଜି ଜିଲାରେ ଭରପୁର ହୋଇ ରହିଛି। ଏହାର ପୁନରଦ୍ଧାର ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଜିଲା ଅସ୍ମିତା ପାଇକ ବିଦ୍ରୋହ ଦ୍ୱି ଶତବାର୍ଷିକୀ ଅବସରରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରେ ଖଣ୍ଡେ ଇଟା ପଡିପାରିଲା ନାହିଁ। ବହୁ ଐତିହ୍ୟକୀର୍ତ୍ତିରାଜି ଧ୍ୱସଂର ଦ୍ୱାରଦେଶରେ ରହିଛି। ଐତିହ୍ୟ ଗଡ଼ଖୋର୍ଦ୍ଧାର ପୁନରୁଦ୍ଧାର ହୋଇପାରିଲା ନାହିଁ।
-ଜ୍ଞାନରଞ୍ଜନ ଦାଶ, ବରିଷ୍ଠ ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri