କ୍ଷୀରମଣି ସେଠ୍‌ ହତ୍ୟା ମାମଲା: ୩ ଗିରଫ

କର୍ଲାମୁଣ୍ଡା,୧୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍‌ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗଜବାହାଲ ଗ୍ରାମର କାର୍ତ୍ତିକ ସେଠ୍‌ଙ୍କ ପୁଅ କ୍ଷୀରମଣିଙ୍କ ମୃତଦେହ ସେହି ଗ୍ରାମର ଇନ୍ଦିରା କଲୋନୀପଡ଼ାର ଏକ ଇଟାଭାଟି ନିକଟରେ ପଡ଼ିଥିଲା।  ମୃତଦେହକୁ ଗତ ୯ ତାରିଖରେ ପୋଲିସ ଜବତ କରିଥିବା ବେଳେ ମୃତକଙ୍କ ସ୍ତ୍ରୀ ସୁବାସିନୀ ତାଙ୍କ ସ୍ବାମୀକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ପରିବାରକୁ ଦାୟୀ କରିଥିଲେ। ଏହି ଘଟଣାର ତଦନ୍ତକାରୀ ଅଫିସର ତଥା ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଗୁରୁତର ସହ ନେଇ ତଦନ୍ତ ଚଳାଇ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ଦିରା କଲୋନୀପଡ଼ାର ବାବୁଲାଲ ବିଭାର(୫୫), ତାଙ୍କ ଝିଅ ନଳିନୀ ବିଭାର ଓ ଜ୍ୱାଇଁ ଡୁଲେଶ୍ୱର ବେସ୍ରା ବୋଲି ଜଣାପଡ଼ିଛି। ମୃତକ କ୍ଷୀରମଣିଙ୍କ ସହ ନଳିନୀଙ୍କର ଅନୈତିକ ସମ୍ପର୍କ ରହିଥିଲା। ନଳିନୀ ବିବାହିତା ହୋଇଥିଲେ ମଧ୍ୟ ସ୍ବାମୀଙ୍କ ସହ ମତାନ୍ତର ହୋଇ ବାପଘରେ ରହୁଥିଲେ। ଘଟଣା ଦିନ ଏ ଦୁଇଜଣ ଅସଂଯତ ଅବସ୍ଥାରେ ଥିବା ଦେଖି ନଳିନୀଙ୍କ ବାପା ବାବୁଲାଲ କ୍ଷୀରମଣିଙ୍କୁ ହତ୍ୟା କରିଥିଲେ। ତେବେ କ୍ଷୀରମଣିଙ୍କ ମୃତ୍ୟୁ ପରେ ମୃତଦେହକୁ ଘରେ ଲୁଚାଇ ରଖି ରାତିରେ ବାହାରେ ଫିଙ୍ଗିଥିଲେ। ଏଥିରେ ନଳିନୀ ଏବଂ ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଡୁଳେଶ୍ୱର ସହଯୋଗ କରିଥିଲେ। ତେଣୁ ହତ୍ୟାକାରୀ ବାବୁଲାଲଙ୍କ ସହ ସହଯୋଗୀ ନଳିନୀ ଓ ଡୁଲେଶ୍ୱରକୁ ପୋଲିସ ଗିରଫ କରିବା ପରେ ଶନିବାର କୋର୍ଟ ଚାଲାଣ କରିଛି। ଏହି ତଦନ୍ତରେ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri