ଧାନ ବିହନ ଉଦ୍ଭାବନ କରି ପ୍ରେରଣା ପାଲଟିଛନ୍ତି କ୍ଷେତ୍ରମୋହନ

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୁଆଗଡ଼ ଗ୍ରାମର କ୍ଷେତ୍ରମୋହନ ବେହେରା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କୃଷିଭିତ୍ତିକ ସଂସ୍ଥା ଲାଲ (ଲିଭ ଆଣ୍ଡ ଲେଟ ଲିଭ) ପ୍ରତିଷ୍ଠା କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଦେଶୀ ପ୍ରଜାତିର ଧାନ କେଣ୍ଡାକୁ ସିଲେକ୍ସନ ପ୍ରୋସେସରେ ପିଅର ଲାଇନ ମେଣ୍ଟେନ କରି ୭ ଜଣ ଚାଷୀ ୭ ପ୍ରକାର ଧାନ ବିହନ ଉଦ୍ଭାବନ କରିଛନ୍ତି। ରାଜ୍ୟର ୧୫ ଜିଲା ସମେତ ଛତିଶଗଡ଼ରେ ୨୫ ହଜାର ଚାଷୀ ଉକ୍ତ ଧାନ ବିହନକୁ ଚାଷ କରି ଉପକୃତ ହୋଇଛନ୍ତି। ଏହାଛଡ଼ା କ୍ଷେତ୍ରମୋହନଙ୍କ ଅନ୍ୟ ଏକ କୃତିତ୍ୱ ହେଉଛି ବିନା ମାଟିରେ ଘାଷ ଚାଷ। ଏଭଳି ଚାଷ ଅଞ୍ଚଳରେ ଆଦୃତ ଲାଭ କରିଥିବାବେଳେ ଅନେକ ଗୋ ଚାଷୀ ତାଙ୍କରି ପ୍ରେରଣାରେ ଘରେ ଘାସ ଚାଷ କରି ସଫଳ ହୋଇଛନ୍ତି।
ଚାଷୀକୁଳରେ ଜନ୍ମଗ୍ରହଣ କରିଥିବା କ୍ଷେତ୍ରମୋହନ ଏପର୍ଯ୍ୟନ୍ତ ଆସିବା ପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ପିଲାଦିନେ ପରିବାରର ଆଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ସେ ୧୯୮୬ରେ ବିଏ ଏଲଏଲବି ପାସ କରିଥିଲେ। ଏହାପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଦ୍ୱାରା ପରିଚାଳିତ ବନବାସୀ କଲ୍ୟାଣ ଆଶ୍ରମରେ ସେବାବ୍ରତୀ ଭାବେ କାର୍ଯ୍ୟ କରିଥିଲେ। ସେଠାରେ ସେ ମାସିକ ୩୦୦ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ମୋହିନିମୋହନ ମିଶ୍ରଙ୍କ ସଂସ୍ପର୍ଶରେ ଆସି ସ୍ବେଚ୍ଛାସେବୀ ସଂସ୍ଥା ଲାଲ୍‌ ଗଠନ କରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୧୯୯୯ ମହାବାତ୍ୟା ପରେ ଜଗତ୍‌ସିଂହପୁର ଜିଲାରେ ଧାନ ବିହନ ଅଭାବ ପରିଲଖିତ ହୋଇଥିଲା। ଉକ୍ତ ସମସ୍ୟାରୁ ମୁକୁଳିବା ପାଇଁ କ୍ଷେତ୍ରମୋହନ ନିଜର ବୁଦ୍ଧିବିଦ୍ୟା ଖଟାଇଥିଲେ। ରାଜ୍ୟ ବିହନ ନିଗମର ପୂର୍ବତନ ମୁଖ୍ୟ ଉତ୍ପାଦନ ଅଧିକାରୀ ହରିଶ୍ଚନ୍ଦ୍ର ଭୂୟାଁଙ୍କ ସହଯୋଗରେ ପ୍ରଥମେ ଏନ୍‌ଆରଆରଆଇରୁ ବ୍ରିଡ୍‌ ସିଡସ ଆଣି ନିଜ ଅଞ୍ଚଳର ୪ ପଞ୍ଚାୟତର ୪୪୦ ଜଣ ଚାଷୀ ଭାଇଙ୍କୁ ନେଇ ୪ ଶହ ଏକର ଜମିରେ ଚାଷ କରିଥିଲେ। ସେତେବେଳେ ବିହନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ କୃଷି ବିଭାଗ ଚିନ୍ତାରେ ଥିବାବେଳେ ଚାଷୀଙ୍କୁ ନେଇ କ୍ଷେତ୍ରମୋହନ କରିଥିବା ପରିକଳ୍ପନା ସାକାର ରୂପ ନେଇଥିଲା। କ୍ଷେତ୍ରମୋହନଙ୍କ କାର୍ଯ୍ୟଦକ୍ଷତା ଦେଖି କୃଷିବିଭାଗ ବିହନ ଗ୍ରାମ ଜରିଆରେ ବିହନ ଉତ୍ପାଦନ ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲା। କାପାର୍ଟ, ଏଏଚଭିଏସ୍‌, ନାବାର୍ଡ ଏବଂ ବିଶ୍ୱ ବ୍ୟାଙ୍କ ସହାୟତାରେ ରାଜ୍ୟର ୭ ଜିଲାରେ ବିହନ ଗ୍ରାମ ଆରମ୍ଭ ହୋଇଥିଲା। ସେତେବେଳେ କ୍ଷେତ୍ରମୋହନଙ୍କ ପ୍ରଚେଷ୍ଟାରେ ୧୭ ଗ୍ରାମରେ ବିହନ ଉତ୍ପାଦନ ଶତ ପ୍ରତିଶତ ହୋଇଥିଲା। ପ୍ରାୟ୧୫୫୮ ଜଣ ଚାଷୀ ଏହି ବିହନ ଉତ୍ପାଦନ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କୁ ନେଇ ଗୋରେଖନାଥ କୃଷକ ମହାସଂଘ ଗଠନ କରାଯାଇଛି। ଏହାପରେ ବହୁ ଚାଷୀ ଏହି ଧାନ ବିହନକୁ ଚାଷ କରି ଉପକୃତ ହୋଇଛନ୍ତି। ଗତ ୨୦୦୮ରେ କ୍ଷେତ୍ରମୋହନ ଲାଲ ସଂସ୍ଥା ଜରିଆରେ ଦେଶୀ ପ୍ରଜାତି ଧାନକେଣ୍ଡାକୁ ସିଲେକ୍ସନ ପ୍ରୋସେସରେ ପିଅର ଲାଇନ ମେଣ୍ଟେନ କରି ଲାଲ କୁବେର ଧାନ ବିହନ ଉଦ୍ଭାବନ କରିବାକୁ ସକ୍ଷମ ହୋଇଥିଲେ। ଓୟୁଏଟି ମାଧ୍ୟମରେ ଭାରତ ସରକାରଙ୍କ ପ୍ଲାଣ୍ଟ ଭେରାଇଟି ରେଜେଷ୍ଟ୍ରି ବିଭାଗକୁ ଉକ୍ତ ବିହନର ନମୁନା ପଠାଯାଇଥିଲା। ଦୀର୍ଘ ୫ ବର୍ଷ କାଳ ବିଭିନ୍ନ ଗବେଷଣାଗାରରେ ଏହାର ପରୀକ୍ଷା ନିରୀକ୍ଷା କରାଯିବା ପରେ ଗତ ୨୦୨୨ ରେ ଲାଲ କୁବେର ଧାନ ବିହନକୁ ସରକାରୀ ସ୍ବୀକୃତି ମିଳିଥିଲା। କ୍ଷେତ୍ରମୋହନ ଏହାକୁ ଉଦ୍ଭାବନ କରିଥିବାରୁ ତାଙ୍କୁ ପ୍ରମାଣ ମିଳିଥିଲା। ତାଙ୍କ ତତ୍ତ୍ୱାବଧାନରେ ଏପର୍ଯ୍ୟନ୍ତ ମୋଟ୍‌ ୭ ପ୍ରକାର ଧାନକୁ ସରକାରୀ ସ୍ବୀକୃତି ମିଳିଛି। କ୍ଷେତ୍ରମୋହନଙ୍କ ଉଦ୍ୟମରେ ରାଜ୍ୟର ୧୧ ଜିଲା ୩୨ ବ୍ଲକରେ ଏବେ କୃଷକ ଉତ୍ପାଦକ ସଂଘମାନ ଗଢ଼ିଉଠିଛି। ସରକାରଙ୍କ ପକ୍ଷରୁ ଆଗ୍ରୋ କ୍ଷେତ୍ର ବ୍ରାଣ୍ଡରେ ଏମାନଙ୍କ ସାମଗ୍ରୀକୁ ବିପଣି ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବହୁ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ହେବ ବୋଲି କ୍ଷେତ୍ରମୋହନ ପ୍ରକାଶ କରିଛନ୍ତି।
ଚାକିରି ପରିବର୍ତ୍ତେ ଆଗାମୀ ଦିନରେ ମାଟି ମା’କୁ ଆୟୁଧ କରି କିପରି ଅଧିକରୁ ଅଧିକ ଯୁବତୀ ଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି ବୋଲି କ୍ଷେତ୍ରମୋହନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ

ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ।...

କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ...

ଦୁର୍ଘଟଣାରେ ୩ ପୋଲିସ ମୃତ

ନବରଙ୍ଗପୁର/ପାପଡାହାଣ୍ଡି, ୧୮।୨(ବି.ପ୍ର./ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅଧୀନ ସୋରିଷପଦରଠାରେ ଶୁକ୍ରବାର ରାତିରେ ପୋଲିଂ ପାର୍ଟିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ...

ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ...

ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍‌ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୧୪।୧୨(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍‌କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା: ୨ ବଳଦ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗରଗାଁ ପଞ୍ଚାୟତ ନୂଆସାହି ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ଶୁକ୍ରାବର ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯିବା...

ବାଲେଶ୍ୱର, କେନ୍ଦୁଝର ଜିଲା କଂଗ୍ରେସ ପ୍ରେରକ ଜିଲା ଇନଚାର୍ଜ ମନୋନୀତ

କେନ୍ଦୁଝର,୧୭।୬(ସ୍ବ.ପ୍ର.): କଂଗ୍ରେସ ସଂଗଠନକୁ ସୁଦୃଡ଼ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଜାତୀୟ, ପ୍ରଦେଶ, ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଅଧିକ କ୍ରିୟାଶୀଳ କରିବାକୁ...

‘ଡାକୋଟାରେ ନାହିଁ ହରିଣ ଚିହ୍ନ, ପ୍ରକୃତ ରଙ୍ଗ ଦିଆଯାଇନି’

ପୁରୀ ଅଫିସ, ୧୮ା୩: ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ଡାକୋଟା ବିମାନ ସମ୍ମୁଖରେ ଶୁକ୍ରବାର ଶ୍ରୀଜଗନ୍ନାଥ ସେନା ବିକ୍ଷୋଭ କରିଛି। ପୁରୀ ସହରରେ ଏହି ବିମାନ ରଖାଯିବାକୁ...

Advertisement
Archives

Model This Week