ଧାନ ବିହନ ଉଦ୍ଭାବନ କରି ପ୍ରେରଣା ପାଲଟିଛନ୍ତି କ୍ଷେତ୍ରମୋହନ

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୁଆଗଡ଼ ଗ୍ରାମର କ୍ଷେତ୍ରମୋହନ ବେହେରା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କୃଷିଭିତ୍ତିକ ସଂସ୍ଥା ଲାଲ (ଲିଭ ଆଣ୍ଡ ଲେଟ ଲିଭ) ପ୍ରତିଷ୍ଠା କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଦେଶୀ ପ୍ରଜାତିର ଧାନ କେଣ୍ଡାକୁ ସିଲେକ୍ସନ ପ୍ରୋସେସରେ ପିଅର ଲାଇନ ମେଣ୍ଟେନ କରି ୭ ଜଣ ଚାଷୀ ୭ ପ୍ରକାର ଧାନ ବିହନ ଉଦ୍ଭାବନ କରିଛନ୍ତି। ରାଜ୍ୟର ୧୫ ଜିଲା ସମେତ ଛତିଶଗଡ଼ରେ ୨୫ ହଜାର ଚାଷୀ ଉକ୍ତ ଧାନ ବିହନକୁ ଚାଷ କରି ଉପକୃତ ହୋଇଛନ୍ତି। ଏହାଛଡ଼ା କ୍ଷେତ୍ରମୋହନଙ୍କ ଅନ୍ୟ ଏକ କୃତିତ୍ୱ ହେଉଛି ବିନା ମାଟିରେ ଘାଷ ଚାଷ। ଏଭଳି ଚାଷ ଅଞ୍ଚଳରେ ଆଦୃତ ଲାଭ କରିଥିବାବେଳେ ଅନେକ ଗୋ ଚାଷୀ ତାଙ୍କରି ପ୍ରେରଣାରେ ଘରେ ଘାସ ଚାଷ କରି ସଫଳ ହୋଇଛନ୍ତି।
ଚାଷୀକୁଳରେ ଜନ୍ମଗ୍ରହଣ କରିଥିବା କ୍ଷେତ୍ରମୋହନ ଏପର୍ଯ୍ୟନ୍ତ ଆସିବା ପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ପିଲାଦିନେ ପରିବାରର ଆଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ସେ ୧୯୮୬ରେ ବିଏ ଏଲଏଲବି ପାସ କରିଥିଲେ। ଏହାପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଦ୍ୱାରା ପରିଚାଳିତ ବନବାସୀ କଲ୍ୟାଣ ଆଶ୍ରମରେ ସେବାବ୍ରତୀ ଭାବେ କାର୍ଯ୍ୟ କରିଥିଲେ। ସେଠାରେ ସେ ମାସିକ ୩୦୦ ଟଙ୍କାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ମୋହିନିମୋହନ ମିଶ୍ରଙ୍କ ସଂସ୍ପର୍ଶରେ ଆସି ସ୍ବେଚ୍ଛାସେବୀ ସଂସ୍ଥା ଲାଲ୍‌ ଗଠନ କରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୧୯୯୯ ମହାବାତ୍ୟା ପରେ ଜଗତ୍‌ସିଂହପୁର ଜିଲାରେ ଧାନ ବିହନ ଅଭାବ ପରିଲଖିତ ହୋଇଥିଲା। ଉକ୍ତ ସମସ୍ୟାରୁ ମୁକୁଳିବା ପାଇଁ କ୍ଷେତ୍ରମୋହନ ନିଜର ବୁଦ୍ଧିବିଦ୍ୟା ଖଟାଇଥିଲେ। ରାଜ୍ୟ ବିହନ ନିଗମର ପୂର୍ବତନ ମୁଖ୍ୟ ଉତ୍ପାଦନ ଅଧିକାରୀ ହରିଶ୍ଚନ୍ଦ୍ର ଭୂୟାଁଙ୍କ ସହଯୋଗରେ ପ୍ରଥମେ ଏନ୍‌ଆରଆରଆଇରୁ ବ୍ରିଡ୍‌ ସିଡସ ଆଣି ନିଜ ଅଞ୍ଚଳର ୪ ପଞ୍ଚାୟତର ୪୪୦ ଜଣ ଚାଷୀ ଭାଇଙ୍କୁ ନେଇ ୪ ଶହ ଏକର ଜମିରେ ଚାଷ କରିଥିଲେ। ସେତେବେଳେ ବିହନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ କୃଷି ବିଭାଗ ଚିନ୍ତାରେ ଥିବାବେଳେ ଚାଷୀଙ୍କୁ ନେଇ କ୍ଷେତ୍ରମୋହନ କରିଥିବା ପରିକଳ୍ପନା ସାକାର ରୂପ ନେଇଥିଲା। କ୍ଷେତ୍ରମୋହନଙ୍କ କାର୍ଯ୍ୟଦକ୍ଷତା ଦେଖି କୃଷିବିଭାଗ ବିହନ ଗ୍ରାମ ଜରିଆରେ ବିହନ ଉତ୍ପାଦନ ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲା। କାପାର୍ଟ, ଏଏଚଭିଏସ୍‌, ନାବାର୍ଡ ଏବଂ ବିଶ୍ୱ ବ୍ୟାଙ୍କ ସହାୟତାରେ ରାଜ୍ୟର ୭ ଜିଲାରେ ବିହନ ଗ୍ରାମ ଆରମ୍ଭ ହୋଇଥିଲା। ସେତେବେଳେ କ୍ଷେତ୍ରମୋହନଙ୍କ ପ୍ରଚେଷ୍ଟାରେ ୧୭ ଗ୍ରାମରେ ବିହନ ଉତ୍ପାଦନ ଶତ ପ୍ରତିଶତ ହୋଇଥିଲା। ପ୍ରାୟ୧୫୫୮ ଜଣ ଚାଷୀ ଏହି ବିହନ ଉତ୍ପାଦନ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କୁ ନେଇ ଗୋରେଖନାଥ କୃଷକ ମହାସଂଘ ଗଠନ କରାଯାଇଛି। ଏହାପରେ ବହୁ ଚାଷୀ ଏହି ଧାନ ବିହନକୁ ଚାଷ କରି ଉପକୃତ ହୋଇଛନ୍ତି। ଗତ ୨୦୦୮ରେ କ୍ଷେତ୍ରମୋହନ ଲାଲ ସଂସ୍ଥା ଜରିଆରେ ଦେଶୀ ପ୍ରଜାତି ଧାନକେଣ୍ଡାକୁ ସିଲେକ୍ସନ ପ୍ରୋସେସରେ ପିଅର ଲାଇନ ମେଣ୍ଟେନ କରି ଲାଲ କୁବେର ଧାନ ବିହନ ଉଦ୍ଭାବନ କରିବାକୁ ସକ୍ଷମ ହୋଇଥିଲେ। ଓୟୁଏଟି ମାଧ୍ୟମରେ ଭାରତ ସରକାରଙ୍କ ପ୍ଲାଣ୍ଟ ଭେରାଇଟି ରେଜେଷ୍ଟ୍ରି ବିଭାଗକୁ ଉକ୍ତ ବିହନର ନମୁନା ପଠାଯାଇଥିଲା। ଦୀର୍ଘ ୫ ବର୍ଷ କାଳ ବିଭିନ୍ନ ଗବେଷଣାଗାରରେ ଏହାର ପରୀକ୍ଷା ନିରୀକ୍ଷା କରାଯିବା ପରେ ଗତ ୨୦୨୨ ରେ ଲାଲ କୁବେର ଧାନ ବିହନକୁ ସରକାରୀ ସ୍ବୀକୃତି ମିଳିଥିଲା। କ୍ଷେତ୍ରମୋହନ ଏହାକୁ ଉଦ୍ଭାବନ କରିଥିବାରୁ ତାଙ୍କୁ ପ୍ରମାଣ ମିଳିଥିଲା। ତାଙ୍କ ତତ୍ତ୍ୱାବଧାନରେ ଏପର୍ଯ୍ୟନ୍ତ ମୋଟ୍‌ ୭ ପ୍ରକାର ଧାନକୁ ସରକାରୀ ସ୍ବୀକୃତି ମିଳିଛି। କ୍ଷେତ୍ରମୋହନଙ୍କ ଉଦ୍ୟମରେ ରାଜ୍ୟର ୧୧ ଜିଲା ୩୨ ବ୍ଲକରେ ଏବେ କୃଷକ ଉତ୍ପାଦକ ସଂଘମାନ ଗଢ଼ିଉଠିଛି। ସରକାରଙ୍କ ପକ୍ଷରୁ ଆଗ୍ରୋ କ୍ଷେତ୍ର ବ୍ରାଣ୍ଡରେ ଏମାନଙ୍କ ସାମଗ୍ରୀକୁ ବିପଣି ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବହୁ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ହେବ ବୋଲି କ୍ଷେତ୍ରମୋହନ ପ୍ରକାଶ କରିଛନ୍ତି।
ଚାକିରି ପରିବର୍ତ୍ତେ ଆଗାମୀ ଦିନରେ ମାଟି ମା’କୁ ଆୟୁଧ କରି କିପରି ଅଧିକରୁ ଅଧିକ ଯୁବତୀ ଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି ବୋଲି କ୍ଷେତ୍ରମୋହନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri