ଅନ୍ଧାରୀ ଛକ-ସାହାଡ଼ାକୋଳି ରାସ୍ତା ନିର୍ମାଣରେ ଦୁର୍ନୀତି

କୋରେଇ,୧୭।୩(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଛି। ଏଥିମଧ୍ୟରୁ ଏନ୍‌ଏଚ ୨୧୫ ଅନ୍ଧାରୀ ଛକ କିଆପଦା ଭାୟା ସାହାଡ଼ାକୋଳି ୩.୪ କି.ମି.ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି । ଏହି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୬ କୋଟି ୭୨ ଲକ୍ଷ ୨୧ ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିଲା ା ଠିକାଦାର ଉଦୟଭାନୁ ପତିଙ୍କୁ ସେହି କାମର ଟେଣ୍ଡର ମିଳିଥିଲା । କୌଣସି କାରଣରୁ କାମ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତବର୍ଷ ୨୦୨୩ ଏହି ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି । କାମ ଆରମ୍ଭରୁ ଜମି ଅଧିଗ୍ରହଣ ଓ ଚାଷ ଜମିରୁ ମାଟି ତାଡିବାକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ କାମ ପାଇଁ ୩ କୋଟି ୪୮ଲକ୍ଷ ୮୮ ହଜାର ଟଙ୍କାର ବିଲ ଅନୁମୋଦିତ ହୋଇଥିବା ବେଳେ କଂକ୍ରିଟ କାମ ପାଇଁ ୧ କୋଟି ୨୦ ଲକ୍ଷ ୫୮ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି । ସେହିପରି ୩୦୦ ମିଟର ଷ୍ଟୋନ ପ୍ୟାକିଂ ପାଇଁ ୧୩ ଲକ୍ଷ ୯୯ ହଜାର, ରେଟିଂ ୱାଲ ୩୧୫ ମିଟର ୩୧ ଲକ୍ଷ ୮୫ ହଜାର, କଂକ୍ରିଟ ଡ୍ରେନେଜ ପାଇଁ ୧୦ ଲକ୍ଷ, କେଏମ୍‌ ଷ୍ଟୋନ ସାଇନ ବୋର୍ଡ ଏବଂ ଲୋଗୋ ଇତ୍ୟାଦି ପାଇଁ ୨ ଲକ୍ଷ, ୧୨ଟି କ୍ରସ ଡ୍ରେନେଜ ଷ୍ଟ୍ରକଚର୍‌ ପାଇଁ ୧୦ ଲକ୍ଷ ୮୫ ହଜାର, ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୭ ଲକ୍ଷ ୫୦ ହଜାର, ଏବଂ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ମେଣ୍ଟେନାନ୍ସ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କାକୁ ମିଶାଇ ସମୁଦାୟ ୬ କୋଟି ୭୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ଏଗ୍ରିମେଣ୍ଟରେ ଉଲ୍ଲେଖ ରହିଛି । ହେଲେ ସେହି କାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ନିଜ ମର୍ଜିରେ କେବଳ ମାଟି,ଦଷ୍ଟ ଓ ସାମାନ୍ୟ ବଜୁରୀ ଦେଇ ରାସ୍ତାର ମୁଳଦୁଆ ତିଆରି କରୁଛନ୍ତି। ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଇ ରୋଲିଂ କରାଯାଉନାହିଁ । କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଯେନେତେନ ପ୍ରକାର କାମ କରି ଅର୍ଥରାଶି ହରିଲୁଟ କରିବାକୁ ଠିକାଦାର ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା କ ଚାଷଜମି ରହିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ୧୧ ଲକ୍ଷ ଟଙ୍କା ବରାଦ ହୋଇଛି । ବିଡମ୍ବନାର ବିଷୟ ଠିକାଦାର କୌଣସି ଚାଷୀଙ୍କୁ କ୍ଷତିପୂରଣ ନ ଦେଇ ଧମକଚମକ ଦେଇ ଜମି ଅଧିଗ୍ରହଣ କରୁଥିବା ଏକାଧିକ ଚାଷୀ କହିଛନ୍ତି । ସ୍ଥାନୀୟ କେତେଜଣ ପ୍ରଭାବଶାଳୀ ନେତାଙ୍କୁ ହାତ କରି ବ୍ୟାସନଗର ତହସିଲର ଅଗୋଚରରେ ରାସ୍ତା କଡରେ ଥିବା ଚାଷଜମି, ଗୋଚର, ଓ ସରକାରୀ ଜମିକୁ ତାଡ଼ି ରାସ୍ତାର ମୂଳଦୁଆ ତିଆରି ନିମନ୍ତେ ପ୍ରଚୁର ମାଟି ସଂଗ୍ରହ କରାଯାଉଛି। ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହେବା ସହିତ ଏକାଧିକ ଏକର ଚାଷ ଜମି ନଷ୍ଟ ହୋଇଯିବା ସହ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏନେଇ ସ୍ଥାନୀୟ ଚାଷୀ ଅମୂଲ୍ୟ ରାଉତ ଓ କୃପାସିନ୍ଧୁ ରାଉତ ଅଭିଯୋଗ କରିବାରୁ ଠିକାଦାରଙ୍କ ଦ୍ୱାରା ନିଯୁକ୍ତ ପାଇଥିବା ଗୁଣ୍ଡାମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେହିପରି ବିଲ ମଝିରେ ଥିବା ଏକ ପୋଖରୀରୁ ପାଣି ଗାଡ଼ି ନେବା ପାଇଁ ଅନେକ ଲୋକଙ୍କ ବିଲ ହିଡ କାଟି ଠିକାଦାର ଜଳ ପରିବହନ କରୁଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ଜଣେ ଚାଷୀ କାଳନ୍ଦୀ ଚରଣ ରାଉତ କୋରେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସମସ୍ତେ ଚୁପ ରହୁଛନ୍ତି ା ଏହି କାରଣରୁ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ବଡଧରଣର ମୂଲଚାଲ ହୋଇଥିବା ସ୍ପଷ୍ଟ ବାରିହୋଇ ପଡୁଛି । ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାର ମିଳିମିଶି ସରକାରୀ ଅର୍ଥ ହେରଫେର କରୁଥିବା ଅଭିଯୋଗ ହେଉଛି । ମୋଟା ଅଙ୍କର ଦରମା ପାଉଥିବା ବାବୁମାନଙ୍କ ପାଇଁ ସରକାରୀ ନିୟମ ଯେମିତି କେବଳ ପ୍ରହସନ ପାଲଟିଛି । ଏନେଇ କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ଚାନ୍ଦଙ୍କୁ ପଚାରିବାରେ ବ୍ୟାସନଗର ତହସିଲରୁ ଅନୁମତି ନେଇ ମାଟି ସଂଗ୍ରହ କରାଯାଉଛି ା କାମ ସଠିକ ଭାବେ ନ ହେଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?