ଖଟୁଆକୁଦା ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ଗଞ୍ଜାମ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ସୁବ୍ରତ ସାହୁଙ୍କୁ ଗତ ମଙ୍ଗଳବାର ଗ୍ରାମର କେତେଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରମ୍ଭା ପୋଲିସ ଏକ ମାମଲା (ନଂ.୯୬/୨୩) ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଆହତଙ୍କ ପକ୍ଷରୁ ଗ୍ରାମର ୧୨ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ୩ ଜଣଙ୍କ ନାମରେ ପାଲଟା ଅଭିଯୋଗ ହୋଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷେ ଗୁରୁତର ଆହତ ସୁବ୍ରତ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ହୁମା ଫାଣ୍ଡି ପୋଲିସ ସୂଚନା ଅନୁଯାୟୀ, ଗୁଣି ସନ୍ଦେହରେ ସୁବ୍ରତଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିଲା। ହେଲେ ଦୋଳଯାତ୍ରା ଉପଲକ୍ଷେ ସୁବ୍ରତ ଗାଁକୁ ଆସିଥିଲେ। ସେତିକିବେଳେ ସୁବ୍ରତ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଗ୍ରାମସଭାରେ ତାଙ୍କୁ ଜରିମାନା ନିର୍ଦ୍ଦେଶ ଦିଆଯାଇଥିଲା। ସେ ଜରିମାନା ଦେବେ ନାହିଁ କହି ସଭାରୁ ଚାଲିଯାଇ ପୁଣି ଗାଳିଗୁଲଜ କରିଥିଲେ। ଏନେଇ ଗ୍ରାମର କେତେକ ବ୍ୟକ୍ତି ସୁବ୍ରତଙ୍କୁ କାହିଁକି ଗାଳି କରୁଛ ବୋଲି ପଚାରିଥିଲେ। ଏନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ସୁବ୍ରତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁବ୍ରତଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପରିମଳ ବ୍ୟବସ୍ଥା

କଟକ ଅଫିସ,୧୪ା୧୦:କଟକ ସହରର ୫୯ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଳିଆ ଆବର୍ଜନା ପଡ଼ି ରହୁଥିଲେ ମଧ୍ୟ କେହି ଉଠାଇବାକୁ ଆସୁନାହାନ୍ତି। ଆଲୋକୀକରଣ...

ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ...

ବନ୍ତରେ ପହଞ୍ଚତ୍ଲେଣି ୧୫୧ ପ୍ରବାସୀ ଓଡ଼ିଆ

ବନ୍ତ,୧୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨୬ଟି ରାଜ୍ୟରୁ ଘରକୁ ଫେରିବା ୮୪୪୧ ଜଣ ପ୍ରବାସୀ ଓଡିଆ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ...

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ...

ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା...

ନବବଧୂଙ୍କୁ ହତ୍ୟା ଅଭିଯୋଗ

ପାପଡାହାଣ୍ଡି,୧୨।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗ୍ରାମରେ ନବବଧୂ ମେନକା ସୌରାଙ୍କୁ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି ।...

ପରିବହନ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ ଦଲାଲ ଗିରଫ

ଅନୁଗୋଳ ଅଫିସ,୨୭।୯: ଅନୁଗୋଳ ଜିଲା ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୭ ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଶୁକ୍ରବାର ଗିରଫ କରିଛି।...

୮୦ ଷ୍ଟଲରେ ହେଉଛି କିଣାବିକା

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କାଳୀପଡ଼ିଆରେ ଦ୍ୱିତୀୟ ଓଡ଼ିଶା ଗ୍ରାମ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାର ଆବାହକ ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ...

Advertisement
Archives

Model This Week