Posted inଜାତୀୟ

ଆସ୍ଥା ଜିତିଲେ ଖଟ୍ଟାର ସରକାର

ଚଣ୍ଡିଗଡ଼,୧୧।୩ : ହରିୟାଣା ବିଧାନସଭାରେ ମନୋହାର ଲାଲ୍‌ ଖଟ୍ଟାର ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଯାଇଛି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୨ ଭୋଟ ପଡ଼ିଥିବାବେଳେ ବିରୋଧରେ ୫୫ ଜଣ ଭୋଟ ଦେଇଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୨ଟି ଆସନ ଖାଲିଥିବାରୁ ମୋଟ ବିଧାୟକ ସଂଖ୍ୟା ୮୮ ରହିଛି। ଭାଜପାର ୪୦ ସଦସ୍ୟ ଥିବାବେଳେ ସହଯୋଗୀ ଜେଜେପିର ୧୦ ବିଧାୟକ ରହିଛନ୍ତି। ଏହା ବ୍ୟତୀତ ୫ ଜଣ ସ୍ବାଧୀନ ବିଧାୟକ ଖଟ୍ଟାର ସରକାରଙ୍କୁ ସମର୍ଥନ ଦେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଦାବି କରି କଂଗ୍ରେସ ଖଟ୍ଟାର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣିଥିଲା। ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ନେଇ ମେଣ୍ଟ ସରକାରର ସହଯୋଗୀ ଦଳ ସୂଚନା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଅଭିଯୋଗ କରିଥିଲେ। ପ୍ରକୃତରେ ଉକ୍ତ ସ୍ବାଧୀନ ବିଧାୟକ କାହା ସହିତ ରହିଛନ୍ତି, ତାହା ସ୍ପଷ୍ଟ କରିବା ଲାଗି ଅନାସ୍ଥା ପ୍ରସ୍ତାବ ଅଣାଯାଇଥିବା ସେ କହିଥିଲେ। ସରକାରଙ୍କ ପ୍ରତି କୌଣସି ବିପଦ ନାହଁ। ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ନିଶ୍ଚିତ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଖଟ୍ଟାର କହିଥିଲେ। ସରକାରଙ୍କ ବିରୋଧରେ କହୁଥିବା ଜେଜେପିର ଦୁଇ ବିଧାୟକ ରାମକୁମାର ଗୌତମ, ଦେବେନ୍ଦର ବବ୍‌ଲି ଏବଂ ସ୍ବାଧୀନ ବିଧାୟକ ଗୋପାଳ କାଣ୍ଡା ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା...

ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ ଜାଣିଥିଲେ ଗଣମାଧ୍ୟମ ପ୍ରତିନିଧି

ନୂଆଦିଲ୍ଲୀ,୧୮।୧: ବାଲାକୋଟ ଷ୍ଟ୍ରାଇକ୍‌ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଘେରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜଣେ ଗଣମାଧ୍ୟମ...

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା...

୧୨ ମାଓବାଦୀ କଲେ ଆତ୍ମସମର୍ପଣ

ବିଶାଖାପଟ୍ଟନମ୍‌, ୬।୧୨: ଆନ୍ଧ୍ରପ୍ରଦେଶରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶାଖାପଟ୍ଟନମ୍‌ ଜିଲାର ଚିନ୍ତାପାଲେ ଅଞ୍ଚଳରେ ମାଓବାଦୀମାନେ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ...

ପିକେଙ୍କ ଭବିଷ୍ୟବାଣୀ, ଭାଜପା କ୍ଷମତାରେ ରହିବ ବହୁ ବର୍ଷ, ମୋଦିଙ୍କ ଶକ୍ତି ରାହୁଲଙ୍କୁ ଅଜଣା…

ପଣଜୀ,୨୮।୧୦: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି।...

ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ବଢିବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ଗତ ୨୪...

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ...

୩ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

Advertisement
Archives

Model This Week