ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡା ଅଫିସ, ୧୨।୧୨ – କେନ୍ଦ୍ରାପଡା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଅଭାବରୁ ବିକ୍ରି କରି ପାରି ନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ ବ୍ୟବସାୟୀ ଗୋଷ୍ଠୀ ନେଉଛନ୍ତି। ସରକାରୀ ମଣ୍ଡିରୁ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର କୁଇଣ୍ଟାଲ ପିଛା ଧାନ ୧୨୦୦ରୁ ୧୩୦୦ ଟଙ୍କାରେ ବୁଲା ବ୍ୟବସାୟୀଙ୍କୁ ଦେବାକୁ ପଡୁଛି। ତେବେ ଆସନ୍ତା ୨୮ ତାରିଖରେ ମଣ୍ଡି ଖୋଲାଯିବ ବୋଲି ଯୋଗାଣ ବିଭାଗ ସୂଚନାରୁ ଜଣାପଡିଛି।
ଜମ୍ବୁର ଚାଷୀ ଜିତେନ୍ଦ୍ର ସାମଲ କହିଛନ୍ତି, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଅପେକ୍ଷା ସମ୍ଭବ ନୁହେଁ। ହାତଉଧାରୀ ଋଣ ଶୁଝିବାକୁ ସ୍ଥାନୀୟ ମହାଜନଙ୍କ ଚାପ ବହୁତ ପଡୁଛି। ଏହା ବ୍ୟତୀତ ମହାକାଳପଡା ପାକ୍ସ ଏଠାରୁ ୧୫ କି.ମି. ଦୂର। ମାତ୍ର ୩ କୁଇଣ୍ଟାଲ ଧାନ ଏଥର ବିକ୍ରି ପାଇଁ ବଳକା ଥିଲା। ସରକାରୀ ଧାର୍ଯ୍ୟ ଦରରେ ମଣ୍ଡିରେ ବିକ୍ରି କରିଥିଲେ ଅଧିକ ଲାଭ ହୋଇଥାନ୍ତି। ତେବେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଧାନକୁ ୪୫୦୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛି। ସେହିପରି ରାଜନଗର ବ୍ଲକ ବାରହାପୁର ଗାଁର ଅଶୋକ ରାଉତ କୁହନ୍ତି, ଚଳିତବର୍ଷ ଖରିଫ ଧାନ ଫସଲ ଭଲ ହୋଇଛି। ପ୍ରାୟ ୧୮ ଏକର ଜମିରେ ଚାଷ ହୋଇଥିଲା। ଏହି ଧାନ ରଖିବାକୁ ସ୍ଥାନ ଅଭାବରୁ ପର୍ଯ୍ୟାୟକ୍ର୍ରମେ ଅମଳ କରାଯାଇ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଗ୍ରାମରେ ସରକାରୀ ଖଳା ନ ଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହାବ୍ୟତୀତ ଖୋଲା ଆକାଶ ତଳେ ଫସଲ ସୁରକ୍ଷିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ବତୀଘର ଗ୍ରାମର ହରିପଦ ମଣ୍ଡଳ କହିଛନ୍ତି, ମଣ୍ଡିରେ ଧାନ ଦେବା ଏତେ ସହଜ କଥା ନୁହେଁ। ଗମନାଗମନ ପାଇଁ ନଦୀ ଓ ନାଳ ବାଧକ ସାଜିଛି। ନଦୀ ଆରପାଖରେ ଥିବା ମଣ୍ଡିକୁ ଚାଷୀ ଧାନ ନେବା ଅପେକ୍ଷା ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଏପରି ଅସୁବିଧା ଥିବା ସ୍ଥାନରେ ସରକାରୀ ମଣ୍ଡି ଖୋଳିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ ଗୋଚ୍ଛାୟତଙ୍କୁ ପଚାରିବାରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮୦ ହଜାର ଟନ ଖରିଫ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୧୮ ପାକ୍ସ ଖୋଳାଯାଇଛି। ଧାନ କ୍ରୟ ଆସନ୍ତା ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରାୟ ଦେଢ଼ ଲକ୍ଷ ଟନ ଧାନ କ୍ରୟ ହେବ। ଧାନ କ୍ରୟ ପାଇଁ ମୋଟ ୨୭ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି। ଅଦ୍ୟାବଧି ୪୧,୫୬୮ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଧାନ ଅମଳ ଏବେ ଆରମ୍ଭ ହୋଇଛି। ଅଭାବୀ ବିକ୍ରିକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri