ଆଧାର ସହ ପାନ୍‌ ଲିଙ୍କ କରି ନାହାନ୍ତି କି? ଦେବାକୁ ପଡ଼ିପାରେ ୧୦ହଜାର ଜରିମାନା

ନୂଆଦିଲ୍ଲୀ,୧୨।୧୨: ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରିବା ଅନିବାର୍ଯ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନେକ ଲୋକ ଏହାର ମହତ୍ତ୍ୱ ବୁଝି ଲିଙ୍କ୍‌ କରିଥିବା ବେଳେ ଅନେକ ଲୋକ ଏପରି କରିନାହାନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ୧୮ କୋଟି ପାନ କାର୍ଡଧାରୀ ଅଛନ୍ତ ଯେଉଁମାନଙ୍କର ଆଧାର ସଂଯୋଗ ନାହିଁ। ଏହିପରି ଲୋକଙ୍କ ପାଇଁ, ଏହି କାର୍ଯ୍ୟ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୧। ଏତିକି ସମୟ ମଧ୍ୟରେ ଯଦି ସେମାନେ ଏହା କରିପାରିବେ ନାହିଁ, ତେବେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ।

ଯଦି ପାନ୍‌ -ଆଧାର କାର୍ଡ ଲିଙ୍କ ହୋଇନାହିଁ ତେବେ ନିଷ୍କ୍ରିୟ ହୋଇଯିବ ପାନ କାର୍ଡ:
ଟିକସ ବିଭାଗ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୧ ପରେ ଯଦି କେହି ନିଷ୍କ୍ରିୟ ପାନ କାର୍ଡ ବ୍ୟବହାର କରୁଥିବା ଜଣାପଡେ, ତେବେ ଆୟକର ଅଧିନିୟମର ୨୭୨ବି ଅନୁଯାୟୀ ତାଙ୍କୁ ଦଶ ଟଙ୍କା ଜରିମାନା କରାଯାଇପାରେ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଟିକସଦାତାମାନେ ଯଦି ଆଧାର କାର୍ଡ ଲିଙ୍କ ନ କରନ୍ତି ତେବେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ।

ଏହି ଉପାୟରେ ପାନ୍‌-ଆଧାରକୁ ଲିଙ୍କ କରନ୍ତୁ:
ଯଦି ଆପଣ ଏପର୍ଯ୍ୟନ୍ତ ଆଧାରକୁ PAN ସହିତ ଲିଙ୍କ କରିନାହାଁନ୍ତି, ତେବେ https://www.incometaxindiaefiling.gov.in/ ୱେବସାଇଟକୁ ଯାଆନ୍ତୁ ଏବଂ ଲିଙ୍କ କରିବାକୁ ସବିଶେଷ ତଥ୍ୟ ପୁରଣ କରନ୍ତୁ। ପ୍ୟାନ ଏବଂ ଆଧାରକୁ ଯୋଡିବାର ଆଉ ଏକ ଉପାୟ ରହିଛି। ଏଥିପାଇଁ ଆପଣଙ୍କୁ ୫୬୭୬୭୮ କିମ୍ବା ୫୬୧୬୧କୁ ଏକ ମେସେଜ୍‌ ପଠାଇବାକୁ ପଡିବ । ଏହାକୁ ପଠାଇବାବେଳେ, ବାର୍ତ୍ତା କେବଳ ଏହି ଫର୍ମାଟରେ ଯିବା ଉଚିତ- UIDPAN୧୨digit ଆଧାର> ୧୦digitPAN>


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri