ଖଣ୍ଡୁଆଳି କଣ୍ଟେନ୍‌ମେଣ୍ଟ ଜୋନ୍‌

ଖୁଣ୍ଟୁଣୀ,୯।୧(ଡି.ଏନ୍‌.ଏ.): ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗ୍ରାମରେ ଶୁକ୍ରବାର ୧୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି ଶନିବାର ସକାଳ ୬ଟାରୁ ଶୁକ୍ରବାର ସା ୬ଟା ପର୍ଯ୍ୟନ୍ତ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଖଣ୍ଡୁଆଳି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦୀର୍ଘଦିନ ଧରି ଜ୍ୱର ଓ ଥଣ୍ଡା ନ ଛାଡ଼ିବାରୁ ଗତ ୩ ଦିନ ତଳେ କଟକରେ ସେ ପରୀକ୍ଷା କରିବାରୁ ପଜିଟିଭ ଥିବା ଜଣାପଡିଥିଲା। ଫଳରେ ସେ ଘରେ ହୋମ ଆଇସୋଲେଶନରେ ରହିଥିଲେ। ହେଲେ ଶୁକ୍ରବାର ହଠାତ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ଦିଲୀପ ଦାସ ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଶୁକ୍ରବାର ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଖଣ୍ଡୁଆଳି ପ୍ରାଥମିକ ସ୍କୁଲରେ ୧୫୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ଓ ୪୩ ଜଣଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଗୋଟିଏ ପରିବାରରୁ ୯ଜଣ ଓ ଅନ୍ୟ ୭ଜଣଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା। ତେବେ ସାରୁ ଏଠାରେ ପଞ୍ଚାୟତ ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯାଇଥିବା ଜଣାଯାଇଛି। ଏହି ଗ୍ରାମକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ବାହାରୁ ଗ୍ରାମ ଭିତରକୁ କାହାରିକୁ ନ ଛାଡିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଲା

ଭୁବନେଶ୍ୱର,୨।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

ଚୋରି ସାମଗ୍ରୀ ସହିତ ଚୋର ଗିରଫ

ଜୁନାଗଡ,୨୩।୪(ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଜୁନାଗଡ ଥାନା ବୋଦେଲ ଗ୍ରାମର ଅଜିତ ପଟେଲଙ୍କ ମୋଟର ପମ୍ପ, ଗ୍ୟାସ ସିଲିଣ୍ଡର ଓ ଚୂଲା ଚୋରି ହୋଇଥିବା ନେଇ ଥାନାରେ...

ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ...

ଟିକାକରଣକୁ ନେଇ ଏସ୍‌ସିବିରେ ଉତ୍ତେଜନା

କଟକ ଅଫିସ, ୨୭ା୬: ଏସ୍‌ସିବି ମେଡିକାଲ ଟିକାକେନ୍ଦ୍ରରେ ଶନିବାର ସକାଳେ ଟିକାକରଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ୍‌ସିବି ମେଡିକାଲ ପକ୍ଷରୁ ଅନ୍‌ଲାଇନରେ ବୁକିଂ କରିଥିବା...

ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ଟାଙ୍କି ଫାଟି...

ବାଗ୍ରୀବେଡ଼ା ଗ୍ରାମକୁ ନାହିଁ ରାସ୍ତା

ଦଶମନ୍ତପୁର, ୧୯।୧୨ ( ଡ଼ି.ଏନ.ଏ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ବାଗ୍ରୀବେଡ଼ା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି।...

ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା...

ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୋଲିସ ଅଧିକାରିଣୀ

ଝାରସୁଗୁଡ଼ା ଅଫିସ,୨୯ା୩: ସମଗ୍ର ଦେଶକୁ କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ କରାଯାଇଛି । କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ...

Advertisement
Archives

Model This Week