ଖଣ୍ଡୋଲାଇଟ୍‌ ପଥର ଖଣି ଖନନକୁ ବିରୋଧ

ଚଣ୍ଡିଖୋଲ,୨୭ା୧୨(ଡି.ଏନ.ଏ.): ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଯାଜପୁର ଜିଲାର ଶୁଖୁଆପଡ଼ା, କେଶରାଇପୁର, ଚଣ୍ଡିଆ ଓ ତେଲିଗଡ଼ ପାହାଡ଼ରୁ ଖଣ୍ଡୋଲାଇଟ୍‌ ପଥର ଖନନ କରାଯିବ। ଏହାକୁ ଓଡ଼ିଶା ଖଣିନିଗମ ଉତ୍ତୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ପାରାଭାଡ଼ି ପାହାଡ଼ର ଶୁଖୁଆପଡ଼ା ଓ କେଶରାଇପୁର ଅଞ୍ଚଳରୁ ପଥର ଖନନକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ରବିବାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପାରାଭାଡ଼ି ପାହାଡ଼ ପାଦଦେଶରେ ଥିବା ଲଙ୍ଗୁଳି ମଠରେ ଶୁଖୁଆପଡ଼ା, ଲଳିତଗିରି, ବନ୍ଦରେଶ୍ୱର, ପଲାଇ ଓ କେଶରାଇପୁର ଗ୍ରାମର ମିଳିତ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ହୀରକ ତ୍ରିଭୁଜ ସୁରକ୍ଷା ସମିତି, ଶୁଖୁଆପଡ଼ା ସୁରକ୍ଷା ସମିତି ଓ ବୁଦ୍ଧାୟନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ବୁଦ୍ଧାୟନ ସଭାପତି ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ ସଭାପତିତ୍ୱ କରିଥିଲେ।

ସେ ଦର୍ଶାଇଥିଲେ ଯେ, ଏହି ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତି ରାଜି ପରିପୂର୍ଣ୍ଣ ହୋଇରହିଛି। ପାହାଡ଼ ଶୀର୍ଷ ଦେଶରେ ଖ୍ରୀଷ୍ଟ ପୂର୍ବ ଦ୍ୱିତୀୟ ଶତାବ୍ଦୀର ପ୍ରାଚୀନ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବା ବେଳେ କେଶରାଇପୁର ଅଞ୍ଚଳରେ ହାତୀଖାଲ ନାମରେ ପରିଚିତ ୭ଟି ବୌଦ୍ଧ ଗୁମ୍ଫା ରହିଛି। ସେହିଭଳି ପାହାଡ଼ର ବିଭିନ୍ନ ଅଞ୍ଚଳରୁ ବହୁ ସମୟରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗ ଦ୍ୱାରା ଆବିଷ୍କୃତ ହୋଇ ଲଳିତ ଗିରି ମ୍ୟୁଜିୟମରେ ଶୋଭାପାଉଛି। ତେଣୁ ବୌଦ୍ଧ ଐତିହ୍ୟପୂର୍ଣ୍ଣ ଏହି ପାହାଡ଼ ଖନନ କରାଗଲେ ଏହା ଧ୍ୱଂସ ପାଇଯିବ। ଗୋଟିଏ ସହରକୁ ଉନ୍ନତୀକରଣ କରାଯିବାକୁ ଅନ୍ୟ ଏକ ଐତିହ୍ୟପୂର୍ଣ୍ଣ ପାହାଡ଼କୁ ଧ୍ୱଂସ ବିଧ୍ୱଂସ କରିବା ଉଚିତ୍‌ ନୁହେଁ। ଯଦି ଏଠାରେ ଖନନ ଆରମ୍ଭ କରାଯିବ ତେବେ ବିରୋଧ କରାଯିବ। ୨୦୦୫ରେ ଏହି ପାହାଡ଼ ଖନନ ପାଇଁ ରାଜସ୍ବ ବିଭାଗ ତରଫରୁ ଲିଜ୍‌ ଦିଆଯାଇଥିଲା, ଯାହାକୁ ନେଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ବୁଦ୍ଧାୟନ ତରଫରୁ ଉଚ୍ଚ ନ୍ୟାୟାଳୟରେ ୨ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ସେ ସମୟରେ ଏକ ଟିମ ପାହାଡ଼ ପରିଦର୍ଶନ କରି ଏଥିରେ ବୌଦ୍ଧ କୀର୍ତ୍ତିରାଜି ରହିଥିବାରୁ ପାହାଡ଼ ଖନନ ହୋଇପାରିବ ନାହିଁ ବୋଲି ଦର୍ଶାଇଥିଲେ। ଯେଉଁଥି ପାଇଁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପାହାଡ଼ ଖନନ ବନ୍ଦ ହୋଇଥିଲା। ତେବେ କିପରି ପୁନର୍ବାର ୨୦୨୧ରେ ଏହି ଖନନ କରାଯିବାକୁ ସ୍ଥିର କରାଗଲା,ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ଏହି ପାହାଡ଼ ପାଦଦେଶରେ ୩୦୦ରୁ ଊର୍ଦ୍ଧ୍ୱ ପଥର ଶିଳ୍ପୀଙ୍କ ପରିବାର ବସବାସ କରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଶିଳ୍ପ ଗ୍ରାମ ଘୋଷଣା କରିଛନ୍ତି। ଯଦି ପାହାଡ଼ ଖନନ ହୁଏ ତେବେ ଏହି ଶିଳ୍ପ ଗ୍ରାମ ଶୁଖୁଆପଡ଼ା ଓ ଲଳିତଗିରି ଧ୍ୱଂସ ପାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଲଳିତଗିରି, ରନତ୍ଗିରି ଓ ଉଦୟଗିରି ପାହାଡ଼କୁ ନେଇ ହୀରକ ତ୍ରିଭୁଜ ଗଠିତ। ବୌଦ୍ଧ ଐତିହ୍ୟର ଗନ୍ତାଘର ଭାବେ ପରିଚିତ ଏହି ୩ଟି ବୌଦ୍ଧ ସ୍ଥଳୀ ଆନ୍ତର୍ଜାତିକ ସ୍ଥାନରେ ସ୍ଥାନିତ ହୋଇଛି। ଲଳିତଗିରି ସଂଲଗ୍ନ ଏହି ପାହାଡ଼ ଧ୍ୱଂସ ପାଇଲେ ବିଶ୍ୱ ଐତିହ୍ୟରେ ହୀରକ ତ୍ରିଭୁଜ ସ୍ଥାନ ପାଇବ ନାହିଁ। ତେଣୁ ବୌଦ୍ଧ ଧର୍ମର ବିନାଶକୁ ସହଜରେ ଗ୍ରହଣ କରାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏହି ଖଣି ଖନନକୁ ବିରୋଧ କରାଯାଇ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ଯଦି ସେଥିରୁ ସରକାର ନିବୃତ ନ ରୁହନ୍ତି ତେବେ ଉଚ୍ଚନ୍ୟାୟାଳୟଙ୍କ ଆଶ୍ରୟ ନିଆଯିବ ବୋଲି ବୁଦ୍ଧାୟନ ସମିତି ସଭାପତି ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭାରେ ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ଶିଳ୍ପୀ ଚିତ୍ତରଞ୍ଜନ ମହାରଣା, ଉପେନ୍ଦ୍ର ସାମଲ, ରମଣୀ ରଞ୍ଜନ ମହାରଣା, ବାବାଜୀ ମହାରଣା, ହରେକୃଷ୍ଣ ମହାରଣା, ଅମ୍ବରେଶ ସାମଲ, ଗୌରାଙ୍ଗ ମହାରଣା, ଅଜୟ ମହାରଣା, ଭରତ ମହାରଣା, ଭାଗୀରଥି ଦାସ, ନରହରି ମହାରଣା, ବିପିନ୍‌ ମହାରଣା, ଅଚ୍ୟୁତ ମହାରଣାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri