ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରୀ ଶୌଚାଳୟ ବ୍ଲକ ଭୂତ କୋଠି

ବ୍ରହ୍ମପୁର,୧୦।୧୧(ସ୍ବାଧୀନ ଶେଖର ପାଢ଼ୀ ): ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ଅଗଣିତ ମେଧାବୀ ଆଜି ରାଜ୍ୟ, ଦେଶ ବିଦେଶରେ ନିଜ କାର୍ଯ୍ୟଦକ୍ଷତା ପାଇଁ ସୁନାମ ଅର୍ଜନ କରିଛନ୍ତି। ହେଲେ ପାରିପାର୍ଶ୍ୱିକ ଅବସ୍ଥାକୁ ଦୃଷ୍ଟିଦେଲେ ଏହାର ଶୈକ୍ଷିକ ବାତାବରଣ ଓ ମୌଳିକ ଭିତ୍ତିଭୂମି ଦୋହଲିବାରେ ଲାଗିଛି। ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସକାଶେ ନିର୍ମିତ ବାଳିକା ଶୌଚାଳୟ ବ୍ଲକ ଦୀର୍ଘବର୍ଷ ହେଲା ବ୍ୟବହାର ନ ହୋଇ ଭୂତକୋଠି ପାଲଟିଥିବା ଏହାକୁ ସ୍ପଷ୍ଟ କରିଛି। ବିଦ୍ୟାର୍ଥୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏମିତି ନବ ନିର୍ମିତ କୋଠା ଅନେକ ଥିଲେ ବି ତାହାର ଠିକ ଉପଯୋଗ ହୋଇପାରୁନାହିଁ। ଏହା ଦ୍ୱାରା ଛାତ୍ରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
ବିଶ୍ୱବିଦ୍ୟାଳୟ ମାନ୍ୟତା ପରେ ସଂଘର୍ଷ କରି ଉକ୍ତ ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ହାସଲ କରିଛି। କିନ୍ତୁ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସମସ୍ୟାର ସମାଧାନ ଦୂରରେ ରହିଛି ଉକ୍ତ ଶିକ୍ଷାନୁଷ୍ଠାନ। କ୍ୟାମ୍ପସ ଭିତରେ ୨୦୧୮ରେ ଛାତ୍ରୀଙ୍କ ପାଇଁ ଏକ ଶୌଚାଳୟ ବ୍ଲକ ନିର୍ମିତ ହୋଇଥିଲା। କିଛି ଦିନ ବ୍ୟବହାର ପରେ ତାହା ଏବେ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି। ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରାୟ ୟୁଜି, ପିଜିକୁ ମିଶାଇ ଦୈନନ୍ଦିନ ପ୍ରାୟ ୫ ହଜାର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତ୍ୟହ ସକାଳୁ ଅପରାହ୍ନ ଯାଏଁ କଳା, ବିଜ୍ଞାନ ଓ ବାଣିଜ୍ୟରେ ବିଭିନ୍ନ କ୍ଲାସକୁ ଯାଆନ୍ତି। କିନ୍ତୁ ଛାତ୍ରୀଙ୍କ ଶୌଚାଳୟ ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ସକାଶେ ମୁଖ୍ୟ କୋଠାରେ ଗୋଟିଏ ଶୌଚାଳୟ ଥିବା ସ୍ଥଳେ ସୋସିଆଲ ସାଇନ୍ସ ବିଭାଗ କୋଠାର ଦୁଇ ମହଲାରେ ୨ଟି ଶୌଚାଳୟ ରହିଛି। କିନ୍ତୁ କେଉଁଠି କବାଟ ତାଡି ହୋଇ ଭାଙ୍ଗିଯାଇଛି ତ ଆଉ କେଉଁଠି ସୁରକ୍ଷା ବ୍ୟବସ୍ଥା ନାହିଁ। ତେଣୁ ପାଠପଢ଼ା ସମୟରେ ଛାତ୍ରୀମାନେ ଶୌଚାଳୟ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ଏ ବାବଦରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ବି ଏହାର କୌଣସି ସୁଫଳ ମିଳୁନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କର୍ମଚାରୀ ଅଭାବ ଏହାର କାରଣ ହୋଇଛି। ଏନେଇ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଥିବା ସେ କହିଛନ୍ତି। ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ଏଭଳି ଶୌଚାଳୟର ଅଭାବ ଓ ଛାତ୍ରୀଙ୍କ ସକାଶେ ନିର୍ମିିତ ଶୌଚାଳୟ ବ୍ଲକ ବନ୍ଦ ଥିବାକୁ ନେଇ ସ୍ଥାନୀୟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri