Posted inଜାତୀୟ

ତେଜୁଛି ଖଲିସ୍ତାନୀ ସ୍ବର

ଚଣ୍ଡିଗଡ଼/ନୂଆଦିଲ୍ଲୀ/ଲଣ୍ଡନ/ଓ୍ବାଶିଂଟନ, ୨୪ା୩:ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବାକୁ ଯାଇ ପଞ୍ଜାବ ପୋଲିସ ନାକେଦମ ହେଲାଣି। ସପ୍ତାହେ ହେଲା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ନିଶା ନିବାରଣ କେନ୍ଦ୍ର ଚଳାଇବା ନାଁରେ ଅମ୍ରିତ୍‌ପାଲ ଯୁବବର୍ଗଙ୍କୁ ଅସ୍ତ୍ର ଶିକ୍ଷାଦେବା ସହ ଆତ୍ମଘାତୀ ବୋମା ସାଜିବା ଲାଗି ପ୍ରବର୍ତ୍ତାଉଥିଲେ। ଶନିବାର ପୋଲିସ ତାଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବାବେଳେ ସେ ଏକ ମର୍ସିଡିସ୍‌ ଏସ୍‌ୟୁଭିରେ ପଳାଇଯାଇ ପରେ ଏକ କାର୍‌ ଓ ବାଇକରେ ଖସିଯିବାକୁ ସକ୍ଷମ ହୋଇଥିଲେ। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ ସନ୍ଦେହ କରୁଛି। ତାଙ୍କ ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ବିପୁଳ ପାଣ୍ଠି ଆସୁଥିବା ମଧ୍ୟ ସନ୍ଦେହ କରାଯାଉଛି। ଭାରତରେ ଶାନ୍ତି ଓ ସଦ୍‌ଭାବନା ଭଙ୍ଗ କରିବା ସହ ଅସ୍ଥିରତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଅମ୍ରିତ୍‌ପାଲଙ୍କ ସମେତ ତାଙ୍କ ‘ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନ ସହ ସମ୍ପୃକ୍ତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ ହୋଇଛି। ଅସ୍ତ୍ରଶସ୍ତ୍ର ଜବତ ପରେ ଅମ୍ରିତ୍‌ପାଲଙ୍କୁ ଜଣେ ଆତଙ୍କବାଦୀ ବିବେଚନା କରି ତାଙ୍କ ବିରୋଧରେ ତଦନ୍ତ ଚଳାଇବାକୁ ଉଦ୍ୟମ ହେଉଛି। ଭାରତ ବିରୋଧୀ ଖଲିସ୍ତାନୀ ସ୍ବର ଦେଶ ବାହାରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକାରେ ମଧ୍ୟ ଭାରତୀୟ ମିଶନକୁ ଟାର୍ଗେଟ କରାଯାଉଛି।
ଗତ କିଛି ମାସ ହେଲା ଅଷ୍ଟ୍ରେଲିଆରେ ଖଲିସ୍ତାନୀମାନେ ଭାରତୀୟ ମିଶନ ଓ ମନ୍ଦିରକୁ ଟାର୍ଗେଟ କରିଆସୁଛନ୍ତି। ମେଲବୋର୍ନରେ ଖଲିସ୍ତାନୀ ସମର୍ଥକ ଏବଂ ଭାରତ ସପକ୍ଷବାଦୀ ବିକ୍ଷୋଭକାରୀଙ୍କ ମଧ୍ୟରେ ଦୁଇଥର ସଂଘର୍ଷ ଘଟିଲାଣି। ସେମାନେ ପଞ୍ଜାବ ସ୍ବାଧୀନତା ପାଇଁ ତଥାକଥିତ ଗଣଭୋଟ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ନିକଟରେ ଲଣ୍ଡନ ଏବଂ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଥିଲେ। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ସେହିଦିନ ଆମେରିକାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ଉପରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଖଲିସ୍ତାନୀ ପତାକା ଲାଗିଥିବା ଏକ କାଠ ବଟ୍‌ରେ ଭାରତୀୟ କନ୍‌ସୁଲେଟ୍‌ ବିଲ୍ଡିଂର କାଚ ଦ୍ୱାର ଓ ଝରକା ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଖଲିସ୍ତାନୀ ପତାକା ଧରିଥିବା ସମର୍ଥକମାନେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟରସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ବିଲ୍ଡିଂରୁ ତ୍ରିରଙ୍ଗା ହଟାଇଦେବା ପରେ ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମର୍ଥକମାନେ ଖଲିସ୍ତାନୀ ସ୍ଲୋଗାନ ଦେବା ସହ ବିଲ୍ଡିଂ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବ୍ୟାପକ ସୁରକ୍ଷା ବଳ ମୁତୟନ ସତ୍ତ୍ୱେ ବୁଧବାର ପ୍ରାୟ ୨,୦୦୦ ବିକ୍ଷୋଭକାରୀ ଖଲିସ୍ତାନୀ ପତାକା ଧରି ଭାରତୀୟ ମିଶନ ନିକଟରେ ପହଞ୍ଚତ୍ ବିକ୍ଷୋଭ ପାଇଁ ଯୋଜନା କରିଥିଲେ। ସେମାନେ ଟେକାମାଡ଼ କରିବା ସହ ସ୍ଲୋଗାନ ଦେଇଥିଲେ। ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri