Posted inଜାତୀୟ

ପୁଣି ରାହୁଲଙ୍କୁ ମିଳିଲା ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଧମକ: ପଞ୍ଜାବର କାନ୍ଥରେ ଲେଖାଗଲା ସ୍ଲୋଗାନ୍‌

ଚଣ୍ଡିଗଡ଼,୩।୧: ପଞ୍ଜାବରେ ଖଲିସ୍ତାନ ସମର୍ଥନରେ ପୁଣି ଥରେ ସ୍ବର ଉଠିଛି। ସହରର କାନ୍ଥରେ ଖଲିସ୍ତାନଙ୍କ ସମର୍ଥନରେ ଏକ ସ୍ଲୋଗାନ୍‌ ଲେଖାହୋଇଛି। ମୁକ୍ତସର ସାହିବର ଏସ୍‌ଏସ୍‌ପି କାର୍ଯ୍ୟାଳୟର କାନ୍ଥରେ ଏହି ସ୍ଲୋଗାନ୍‌ ଲେଖାଯାଇଥିବା ଦେଖିବାକୁ ମିଳିଛି। ଲଗାତର ପଞ୍ଜାବର ମାହୋଲକୁ ଖରାପ୍‌ କରିବାକୁ ଉଦ୍ୟମ କରାଯାଉଛି। ଇତିମଧ୍ୟରେ ମଙ୍ଗଳବାର ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଉକ୍ତ ଭିଡିଓରେ କୁହାଯାଇଛି ଯେ, ଘରେ ଘରେ ଆତଙ୍କ ଜିନିଷ ପହଞ୍ଚିସାରିଛି। ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଧମକ ଦିଆଯାଇଛି। ଏଥିରେ ଭାରତ ଯୋଡୋ ଯାତ୍ରାକୁ ବନ୍ଦ କରିଦେବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ୧୧ ତାରିଖରେ ପଞ୍ଜାବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ତେବେ ଏହା ଦ୍ୱିତୀୟ ଥର ଯେଉଁଠାରେ ରାହୁଲଙ୍କୁ ଧମକ ମିଳିଛି। ରାହୁଲଙ୍କୁ ଚେତାବନୀ ଦିଆଯାଇଛି ଯେ, ପଞ୍ଜାବ ରାସ୍ତାରେ ଚାଲିକି ଦେଖାଅ। ଯେଉଁ ବମ୍‌ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନଙ୍କ ବାସଭବନ ନିକଟ ପାର୍କରେ ମିଳିଥିଲା, ତାହା ହ୍ୟାଲିପ୍ୟାଡରେ ମଧ୍ୟ ମିଳିପାରେ ବୋଲି ଉକ୍ତ ଭିଡିଓରେ କୁହାଯାଇଛି। ଏହାପୂର୍ବରୁ ମଧ୍ୟ ସମର୍ଥକମାନେ କାନ୍ଥରେ କିଛି ଏଭଳି ସ୍ଲୋଗାନ୍‌ମାନ ଲେଖିଥିବା ଘଟଣା ସାମ୍ନାକୁ ଆସିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri