କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭାରତୀୟ ପତାକା ଧରି ମନ୍ଦିର ଯାଉଥିବା ଲୋକମାନଙ୍କୁ ପୋଲିସ ଆକ୍ରମଣ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। କାନାଡାର ଜଣେ ଖବରଦାତା ଉକ୍ତ ଭିଡିଓ ଶେୟାର କରିଛନ୍ତି।
ଅନ୍ୟପକ୍ଷରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ନିନ୍ଦା କରିଛନ୍ତି। ହିନ୍ଦୁ ସଭା ମନ୍ଦିରରେ ଯେଉଁ ଆକ୍ରମଣ ଘଟିଲା, ତାହା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକ ସ୍ବାଧୀନ ଏବଂ ସୁରକ୍ଷିତ ଭାବେ ପୂଜାର୍ଚ୍ଚନା କରିବା ଅଧିକାର ରହିଥିବା ଟ୍ରୁଡୋ କହିଛନ୍ତି। ପିଲ୍‌ ରିଜିଓନାଲ ପୋଲିସ କହିବା ଅନୁଯାୟୀ, ବ୍ରାମ୍ପ୍‌ଟନସ୍ଥିତ ହିନ୍ଦୁ ମନ୍ଦିରରେ ବିକ୍ଷୋଭ ବେଳେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବା ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରୁ ଦେଖିବାକୁ ମିଳିଛି। ହିନ୍ଦୁସଭା ମନ୍ଦିର ନିକଟରେ ଲୋକମାନେ ମୁଥ ମରାମରି ହେବା ସହ ଲାଠିରେ ଆକ୍ରମଣ କରିଥିଲେ ବୋଲି ଭିଡିଓରେ ଦେଖାଯାଇଥିବା କାନାଡା ବ୍ରଡ୍‌କାଷ୍ଟିଂ କର୍ପୋରେଶନ ରିପୋର୍ଟରେ କୁହାଯାଇଛି।
କାନାଡାରେ ହିନ୍ଦୁମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ସୋମବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀ କାନାଡା ସରକାରଙ୍କୁ କହିଛି। ଯେଉଁମାନେ ହିଂସା ସହ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆଶା କରୁଛୁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଖଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁସଭା ମନ୍ଦିରରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଓଟ୍ଟାଓ୍ବାରେ ଥିବା ଭାରତୀୟ ହାଇକମିଶନ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।
କାନାଡା ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ମନ୍ଦିର ଆକ୍ରମଣକୁ ନିନ୍ଦା କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନେ ସବୁ ସୀମା ଅତିକ୍ରମ କରିଯାଇଥିବା ସେ କହିଛନ୍ତି। ମନ୍ଦିର ଆକ୍ରମଣକୁ କାନାଡାର ବିରୋଧୀ ଦଳ ନେତା ପିଏରେ ପୋଇଲେଭ୍ରେ, ଟରଣ୍ଟୋ ଏମ୍‌ପି କେଭିନ୍‌ ଭୁଓଙ୍ଗଙ୍କ ସମେତ ବହୁ ନେତା ନିନ୍ଦା କରିଛନ୍ତି। ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମ ନେତାମାନେ ବିଫଳ ହୋଇଥିବା ଟରଣ୍ଟୋ ଏମ୍‌ପି କହିଛନ୍ତି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଚିନ୍ତାଜନକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି। ସୁରକ୍ଷା ପ୍ରଦାନ ପାଇଁ ଭାରତୀୟ କନ୍‌ସୁଲେଟ୍‌ ବହୁ ପୂର୍ବରୁ କାନାଡା ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅଣଦେଖା କରିଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଏବେ ହେବ ଅସଲ ଖେଳ! ୟୁନୁସଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ଶେଖ ହାସିନା

ଢାକା,୯।୧୨: ଆଗାମୀ ସମୟରେ ବାଂଲାଦେଶ ରାଜନୀତିରେ କିଛି ବଡ ଘଟଣା ଘଟିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବର୍ତ୍ତମାନ ଖୋଲାଖୋଲି ଭାବେ ମଇଦାନକୁ ଆସିଛନ୍ତି। ସେ...

ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍‌

ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି।...

ଏହି ତାରିଖ ଯାଏ ମାଗଣାରେ ଅପଡେଟ୍‌ ହେବ ଅଧାରକାର୍ଡ, ବିଳମ୍ବ କଲେ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଭାରତର...

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ

ପୁଡୁଚେରୀ,୯।୧୨: କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ଡିପିଏସ୍‌ ସମେତ ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୯।୧୨: ପୁଣିଥରେ ଦିଲ୍ଲୀର ପ୍ରାୟ ୪୦ ଟି ସ୍କୁଲ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଛି। ସୋମବାର (ଡିସେମ୍ବର ୯) ସକାଳ ୭ଟାରେ, ଆର.କେ ପୁରମର...

ସିରିଆରେ ଉତ୍ସବର ମାହୋଲ, ଏପଟେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଦେଲେ ରାଜନୈତିକ ଶରଣ

ମସ୍କୋ/ଦାମସକସ,୯।୧୨: ସିରିଆ ରାଷ୍ଟ୍ରପତି ବଶର ଅଲ-ଅସାଦ ଦେଶ ଛାଡି ରୁଷିଆରେ ପହଞ୍ଚିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସାଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦେଇଛନ୍ତି।...

କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ: ଜେଲେନ୍‌ସ୍କି

କିଭ୍‌,୯ା୧୨: ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍‌ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ।...

ନିର୍ବାଚନ ଜିତିଲେ ଘାନାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ମହାମା

ଆକ୍ରା,୯ା୧୨: ଘାନାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜନ୍‌ ଡ୍ରାମାନି ମହାମା ବିଜୟୀ ହୋଇଛନ୍ତି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଉପରାଷ୍ଟ୍ରପତି ମହମୁଦୁ ବାୟୁମିଆ ପରାଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri