କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭାରତୀୟ ପତାକା ଧରି ମନ୍ଦିର ଯାଉଥିବା ଲୋକମାନଙ୍କୁ ପୋଲିସ ଆକ୍ରମଣ କରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। କାନାଡାର ଜଣେ ଖବରଦାତା ଉକ୍ତ ଭିଡିଓ ଶେୟାର କରିଛନ୍ତି।
ଅନ୍ୟପକ୍ଷରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ନିନ୍ଦା କରିଛନ୍ତି। ହିନ୍ଦୁ ସଭା ମନ୍ଦିରରେ ଯେଉଁ ଆକ୍ରମଣ ଘଟିଲା, ତାହା ଗ୍ରହଣୀୟ ନୁହେଁ। କାନାଡାର ପ୍ରତ୍ୟେକ ନାଗରିକ ସ୍ବାଧୀନ ଏବଂ ସୁରକ୍ଷିତ ଭାବେ ପୂଜାର୍ଚ୍ଚନା କରିବା ଅଧିକାର ରହିଥିବା ଟ୍ରୁଡୋ କହିଛନ୍ତି। ପିଲ୍‌ ରିଜିଓନାଲ ପୋଲିସ କହିବା ଅନୁଯାୟୀ, ବ୍ରାମ୍ପ୍‌ଟନସ୍ଥିତ ହିନ୍ଦୁ ମନ୍ଦିରରେ ବିକ୍ଷୋଭ ବେଳେ ବିକ୍ଷୋଭକାରୀମାନେ ଖଲିସ୍ତାନ ସମର୍ଥନରେ ବ୍ୟାନର ଧରିଥିବା ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରୁ ଦେଖିବାକୁ ମିଳିଛି। ହିନ୍ଦୁସଭା ମନ୍ଦିର ନିକଟରେ ଲୋକମାନେ ମୁଥ ମରାମରି ହେବା ସହ ଲାଠିରେ ଆକ୍ରମଣ କରିଥିଲେ ବୋଲି ଭିଡିଓରେ ଦେଖାଯାଇଥିବା କାନାଡା ବ୍ରଡ୍‌କାଷ୍ଟିଂ କର୍ପୋରେଶନ ରିପୋର୍ଟରେ କୁହାଯାଇଛି।
କାନାଡାରେ ହିନ୍ଦୁମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଭାରତ ସୋମବାର ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀ କାନାଡା ସରକାରଙ୍କୁ କହିଛି। ଯେଉଁମାନେ ହିଂସା ସହ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆଶା କରୁଛୁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଖଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁସଭା ମନ୍ଦିରରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଓଟ୍ଟାଓ୍ବାରେ ଥିବା ଭାରତୀୟ ହାଇକମିଶନ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।
କାନାଡା ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ମଧ୍ୟ ମନ୍ଦିର ଆକ୍ରମଣକୁ ନିନ୍ଦା କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀମାନେ ସବୁ ସୀମା ଅତିକ୍ରମ କରିଯାଇଥିବା ସେ କହିଛନ୍ତି। ମନ୍ଦିର ଆକ୍ରମଣକୁ କାନାଡାର ବିରୋଧୀ ଦଳ ନେତା ପିଏରେ ପୋଇଲେଭ୍ରେ, ଟରଣ୍ଟୋ ଏମ୍‌ପି କେଭିନ୍‌ ଭୁଓଙ୍ଗଙ୍କ ସମେତ ବହୁ ନେତା ନିନ୍ଦା କରିଛନ୍ତି। ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ଆମ ନେତାମାନେ ବିଫଳ ହୋଇଥିବା ଟରଣ୍ଟୋ ଏମ୍‌ପି କହିଛନ୍ତି। ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଚିନ୍ତାଜନକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛି। ସୁରକ୍ଷା ପ୍ରଦାନ ପାଇଁ ଭାରତୀୟ କନ୍‌ସୁଲେଟ୍‌ ବହୁ ପୂର୍ବରୁ କାନାଡା ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ଅଣଦେଖା କରିଥିଲେ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri