ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଛି। ବହୁ ଦଶନ୍ଧି ପରେ ହ୍ବାଇଟ୍‌ ହାଉସ୍‌ ପାଇଁ ଏହି ନିର୍ବାଚନରେ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା କୁହାଯାଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ପ୍ରାର୍ଥୀ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ବିଶେଷକରି ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ଝୁଲା ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌ ଏବଂ ହାରିସ୍‌ ପ୍ରଚାର ଜାରି ରଖିଛନ୍ତି।

ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍‌ର ଆବଶ୍ୟକତା ରହିଛି। ସଦ୍ୟ ଜନମତ ସର୍ଭେ ଅନୁଯାୟୀ, ୭ ପ୍ରମୁଖ ରାଜ୍ୟ ଆରିଜୋନା, ନେଭଡା, ଓ୍ବିସ୍‌କନ୍‌ସିନ, ମିଚିଗାନ, ପେନ୍‌ସିଲ୍‌ଭାନିଆ, ନର୍ଥ କରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ କିନଷ୍ଟନ୍‌, ନର୍ଥ କରୋଲିନାରେ ରାଲି କରିବା ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଟାର୍ଗେଟ କରିଛନ୍ତି। ହାରିସ୍‌ଙ୍କର କୌଣସି ଦୂରଦୃଷ୍ଟି ଏବଂ ବିଚାରଧାରା ନଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସେ କେବଳ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରୁଥିବା ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ ଗାଜା ଯୁଦ୍ଧ ବନ୍ଦ କରିବା, ପଣବନ୍ଦୀଙ୍କୁ ଫେରାଇ ଆରିବା, ଇସ୍ରାଏଲ୍‌ର ସୁରକ୍ଷା ଏବଂ ପାଲେଷ୍ଟିନୀୟମାନଙ୍କୁ ମର୍ଯ୍ୟାଦାର ସହ ନିଜର ଭାଗ୍ୟ ନିର୍ଣ୍ଣୟ ଅଧିକାର ସୁନିଶ୍ଚିତ କରିବେ ବୋଲି ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରତିଶ୍ରୁତି ଦେଇଛନ୍ତି।
ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟ୍ରମ୍ପ୍‌ ଏବଂ ହାରିସ୍‌ ସମର୍ଥନ ହାସଲ ପାଇଁ ଦିନ ତମାମ ଉଦ୍ୟମ ଚଳାଇଥିଲେ। ଆମେରିକା ଇତିହାସରେ ପୂର୍ବେ କେବେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇ ନ ଥିଲା। ପ୍ରଚାର ବେଳେ ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ୨ ଥର ହତ୍ୟା ଉଦ୍ୟମ

କରାଯାଇଥିଲା। ଟ୍ରମ୍ପ୍‌ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କୁ ଗମ୍ଭୀର ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ଦଳୀୟ ଚାପ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ଜୁଲାଇରେ ୬୦ ବର୍ଷୀୟା ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କରିଥିଲା। ବିଳମ୍ବରେ ହେଲେ ମଧ୍ୟ ସେ ପ୍ରଚାରରେ ବେଶ୍‌ ଅଗ୍ରଗତି କରିଛନ୍ତି। ଜନମତ ସର୍ଭେ ଅନୁଯାୟୀ ଉଭୟ ହାରିସ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ରଣାଙ୍ଗନ ରାଜ୍ୟଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଇତିମଧ୍ୟରେ ୭୭ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିସାରିଥିବାବେଳେ ମଙ୍ଗଳବାରର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ପୂର୍ବ ଦୁଇଟି ନିର୍ବାଚନରେ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ଭୋଟରମାନେ ଶହେ ବର୍ଷର ରେକର୍ଡ ଭାଙ୍ଗିଥିଲେ। ବହୁ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଟେଲଗ୍ରାଉଣ୍ଡ ରାଜ୍ୟଗୁଡ଼ିକରେ ହାରିସ୍‌ଙ୍କ ପ୍ରଚାର ଟିମ୍‌ ଘରକୁ ଘର ଯାଇ ପ୍ରଚାର କରିଥିଲେ। ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ଭୋଟର ବିଶେଷ କରି ମହିଳାମାନେ ହାରିସ୍‌ଙ୍କ ସମର୍ଥନରେ ବାହାରୁଥିବା ଆଭ୍ୟନ୍ତରୀଣ ତଥ୍ୟରୁ ଜଣାପଡ଼ିଛି ବୋଲି ତାଙ୍କ ପ୍ରଚାର କମିଟି ଅଧ୍ୟକ୍ଷ ଜେନ୍‌ ଓ’ମାଲି ଡିଲୋନ୍‌ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନର ଭୋଟିଂ ବ୍ୟବସ୍ଥାରେ ଜାଲିଆତି ହେବା ନେଇ ଟ୍ରମ୍ପ୍‌ ଆଶଙ୍କା ବ୍ୟକ୍ତ କରି ଭୋଟର ପରିଚୟ ପତ୍ରକୁ ବାଧ୍ୟତାମୂଳକ କରିବା ପାଇଁ ରବିବାର ଆହ୍ବାନ ଦେଇଥିଲେ। ଡେମୋକ୍ରାଟମାନେ ଭୋଟର ଆଇଡିକୁ ବିରୋଧ କରୁଥିବାରୁ ସେମାନେ ଜାଲିଆତି କରିପାରନ୍ତି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ମତଦାନକୁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଟ୍ରମ୍ପ୍‌ ୨୦୨୦ ନିର୍ବାଚନର ତିକ୍ତ ଅନୁଭୂତିକୁ ମନେ ପକାଇଛନ୍ତି। ସେତେବେଳେ ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ଉଚିତ ନ ଥିଲା ବୋଲି କହିଛନ୍ତି। ଫଳରେ ମଙ୍ଗଳବାର ମତଦାନରେ ଯଦି ସେ ହାରିଯାଆନ୍ତି ତେବେ ଫଳାଫଳକୁ ଗ୍ରହଣ କରି ନ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଏବେ ହେବ ଅସଲ ଖେଳ! ୟୁନୁସଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ଶେଖ ହାସିନା

ଢାକା,୯।୧୨: ଆଗାମୀ ସମୟରେ ବାଂଲାଦେଶ ରାଜନୀତିରେ କିଛି ବଡ ଘଟଣା ଘଟିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବର୍ତ୍ତମାନ ଖୋଲାଖୋଲି ଭାବେ ମଇଦାନକୁ ଆସିଛନ୍ତି। ସେ...

ସିରିଆରେ ଉତ୍ସବର ମାହୋଲ, ଏପଟେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଦେଲେ ରାଜନୈତିକ ଶରଣ

ମସ୍କୋ/ଦାମସକସ,୯।୧୨: ସିରିଆ ରାଷ୍ଟ୍ରପତି ବଶର ଅଲ-ଅସାଦ ଦେଶ ଛାଡି ରୁଷିଆରେ ପହଞ୍ଚିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସାଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦେଇଛନ୍ତି।...

କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ: ଜେଲେନ୍‌ସ୍କି

କିଭ୍‌,୯ା୧୨: ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍‌ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ।...

ନିର୍ବାଚନ ଜିତିଲେ ଘାନାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ମହାମା

ଆକ୍ରା,୯ା୧୨: ଘାନାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜନ୍‌ ଡ୍ରାମାନି ମହାମା ବିଜୟୀ ହୋଇଛନ୍ତି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଉପରାଷ୍ଟ୍ରପତି ମହମୁଦୁ ବାୟୁମିଆ ପରାଜୟ...

ଆଶା ଆଶଙ୍କାରେ ସିରିଆ

ଡମାସ୍‌କସ୍‌,୯ା୧୨: ମାତ୍ର ୩ ଦିନ ଭିତରେ ସିରିଆର ବିଦ୍ରୋହୀ ଫାଇଟର୍ସ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ବଶର ଅଲ୍‌-ଅସାଦ୍‌ ସାମ୍ରାଜ୍ୟର ପତନ ଘଟାଇବାରେ ସଫଳ...

ଆଫ୍ରିକୀୟ ଦେଶରେ ବ୍ୟାପୁଛି ରହସ୍ୟମୟ ରୋଗ: ମାସକରେ ୧୪୩ ଜଣଙ୍କ ମୃତ୍ୟୁ

ବ୍ରାଜାଭିଲେ,୮ା୧୨: ଆଫ୍ରିକୀୟ ଦେଶ କଙ୍ଗୋରେ ରହସ୍ୟମୟ ରୋଗରେ ମାସକରେ ୧୪୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଗତ ଅକ୍ଟୋବରରୁ କଙ୍ଗୋର କ୍ୱାଙ୍ଗୋ ପ୍ରଦେଶରେ ଅନୂ୍ୟନ ୩୭୬ ଜଣ...

ରହସ୍ୟମୟ ଭାବେ ହଜିଗଲା ରାଷ୍ଟ୍ରପତିଙ୍କ ବିମାନ! କୁହାଯାଉଛି ପଳାୟନ ସମୟରେ ହୋଇଛି ମୃତ୍ୟୁ

ଦାମସକସ,୮।୧୨: ସମ୍ପ୍ରତି ସିରିଆରେ ଘଟିଥିବା ଘଟଣାରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମସକସ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ଯାହା ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଦେଶ ଛାଡି ଚାଲିଯିବାର...

ଦେଶ ଛାଡି ପଳାୟନ କରୁଥିଲେ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍‌! ଦେଖନ୍ତୁ ଭୟଙ୍କର ଚିତ୍ର

ଡାମାସକସ୍‌,୮।୧୨: ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri