ଖଇରମାଳ ଫୁଟବଲ୍‌: ତୁରୁମ ସେମିରେ

ବିନିକା,୧୭ା୧୨(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗ୍ରାପ ଖଇରମାଳ ଗ୍ରାମ ହରିଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ୍‌ କପ୍‌ର ଦ୍ୱିତୀୟ ଦିବସ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି ା ବୁଧବାର ଦ୍ୱିତୀୟ ଦିବସ ମ୍ୟାଚ୍‌ରେ ସିଲାଟି ଓ ସାରସମାଳ ପରସ୍ପରକୁ ଭେଟିଥିଲେ। ସାରସମାଳ ଦଳ ସିଲାଟି ଦଳକୁ ୩-୦ ଗୋଲରେ ପରାଜିତ କରି ଅଗ୍ରଗତି କରିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଫୁଟବଳ ଖେଳ ବାଞ୍ଜିପାଳି ବନାମ ତୁରୁମ ମଧ୍ୟରେ ହୋଇଥିଲା ା ମାତ୍ର ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ କରି ନ ପାରିବାରୁ ଉଭୟ ଦଳ ମଧ୍ୟରେ ପେନାଲଟି ଶୁଟ୍‌ଆଉଟ୍‌ ହୋଇଥିଲା ା ପେନାଲଟି ଶୁଟ୍‌ଆଉଟ୍‌ରେ ତୁରୁମ ଦଳ ବାଞ୍ଜିପାଳି ଦଳକୁ ୪-୩ ଗୋଲରେ ପରାସ୍ତ କରି ଅଗ୍ରଗତି କରିଥିଲା। ପରେ ସାରସମାଳ ଏବଂ ତୁରୁମ୍‌ ଦଳ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ଏଥିରେ ତୁରୁମ୍‌ ଦଳ ସାରସମାଳ ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବରେ ସେମିଫାଇନାଳକୁ ଉଠିଥିଲା ା ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଥିବାରୁ ତୁରୁମ୍‌ ଦଳର ଟେମ୍ପୁ ପ୍ରଧାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ା ସମାଜସେବୀ ସୁଶାନ୍ତ ମହାକୁର ଓ ରାମଜୀ ପଧାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ ହୋଇଥିଲା ା

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଶିକାରି, ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର…

ଅମରପାଲି,୪।୧୨(ପୀତାମ୍ବର ସାହୁ): ଦନ୍ତାହାତୀର ମୃତ୍ୟୁକୁ ନେଇ ପର୍ଦ୍ଦାଫାସ ହୋଇଛି। ଶିକାରୀମାନେ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ବନ...

ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍‌ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର...

ଟ୍ରକ୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ ଘଟଣା: ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ

ଅମରପାଲି,୨୬/୧୧(ପୀତାମ୍ବର ସାହୁ): ଦୀର୍ଘ ୭ ଘଣ୍ଟା ପରେ ହଟିଲା ରାସ୍ତାରୋକୋ। ଫଳରେ ସ୍ବାଭାବିକ ହୋଇଛି ଗାଡି ଚଳାଚଳ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବୀରମହାରାଜପୁର...

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ...

ସକାଳୁ ସକାଳୁ ବଡ଼ ଦୁର୍ଘଟଣା: ଯାଉଥିଲେ ୪୦ ଯାତ୍ରୀ, ବ୍ରିଜ୍‌ ତଳକୁ ଖସିପଡିଲା ବସ୍‌

ସୋନପୁର, ୨୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକା ଥାନା ସିଂଘିଯୁବା ନିକଟରେ ଜୟଭୋଲେ ନାମକ ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି । ଘନ...

କିଡନୀ ରୋଗରେ ଯୁବକଙ୍କ ମୃତ୍ୟୁ ଘଟଣା: ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଅମରପାଲି,୨୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତର ସୁନାପାଲିରେ କିଡନୀ ରୋଗର ଗତ ଗୁରୁବାର ଜଣେ ଆଦିବାସୀ ଯୁବକ ଭରତ ଭୋଇ...

ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…

ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ...

ସପ୍ତାହକରେ କିଡ୍‌ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍‌ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri