ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ କ୍ୟାମ୍ପକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଏହି ସ୍ଥାନ ଉପରେ ଏଯାଏ ପ୍ରଶାସନର ନଜର ପଡିନି। ଶୀତଋତୁରେ ଏଠାରେ ବଣଭୋଜି ପାଇଁ ଭିଡ଼ ଜମେ। ଜିଲା ଏବଂ ବାହାରୁ ଲୋକେ ଆସିଥାନ୍ତି। ବଣଭୋଜି କରିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ଜଳପ୍ରପାତ ଅଞ୍ଚଳ ପଥୁରିଆ ହୋଇଥିବାରୁ ସତର୍କତାର ସହ ସେଠାକୁ ଯିବାକୁ ପଡେ। ପଥର ମଧ୍ୟରେ ଜଳପ୍ରପାତର କୁଳୁକୁଳୁ ସ୍ବର ଏହାର ପରିବେଶକୁ ବେଶ୍‌ ଆକର୍ଷଣୀୟ କରିଥାଏ। ଏଠାରେ ବଣଭୋଜି ପାଇଁ ବନ ବିଭାଗ ୪ ବର୍ଷ ତଳେ କେତେକ ସିମେଣ୍ଟ ପିଣ୍ଡି ନିର୍ମାଣ ସହ ଚାଳଛପର କୁଡ଼ିଆ କରିଥିଲା। ମାତ୍ର ଗତ ହୁଡ୍‌ହୁଡ୍‌ ବାତ୍ୟାରେ ସେସବୁ କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରେ ବିଭାଗ ଏଠାରେ ପର୍ଯ୍ୟଟକଙ୍କ ପାଇଁ କିଛି ବିକାଶମୂଳକ କାର୍ଯ୍ୟ କରିନାହିଁ। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଜଳପ୍ରପାତ ଅଞ୍ଚଳର ଉନ୍ନତି ଲାଗି ଅର୍ଥ ଆସୁଥିଲେ ମଧ୍ୟ ତାହା ବିଭାଗ ଖର୍ଚ୍ଚ ନ କରି ପକାଇ ରଖିଛି। ଜିଲା ପ୍ରଶାସନ ଏହାର ଉନ୍ନତି ପ୍ରତି ପଦକ୍ଷେପ ନେଲେ ଉକ୍ତ ସ୍ଥାନର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।

କେମିତି ଯିବେ
ମାଲକାନଗିରି ଜିଲା ସଦର ମହକୁମାରୁ ଏହି ପର୍ଯ୍ୟଟନ ସ୍ଥଳି ୩୨କି.ମି. ଦୂର। ବାଲିମେଳା ଛକରୁ ନାକାମାମୁଡିକୁ ସଂଯୋଗ କରୁଥିବା ରାସ୍ତାରେ ୨ କି.ମି. ଗଲେ ପଡିବ ଖଡ଼ିକାଝଡ଼ି ଜଳପ୍ରପାତ। ଏଠାରେ ବସ୍‌, ଚାରିଚକିଆ ଯାନ, ମୋଟର ସାଇକେଲ ରହିବା ପାଇଁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri