Advertisement

ପକ୍ଷାଘାତ ଦେବସ୍ମିତାଙ୍କ ହାତ ଧରିଲେ ଶୁଭ୍ରାଂଶୁ

ବାଲେଶ୍ୱର ଅଫିସ,୨୦।୧୧:  ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ମଧ୍ୟରେ ଦୀର୍ଘ ୮ ବର୍ଷର ପ୍ରେମ ସମ୍ପର୍କ। ପରସ୍ପରକୁ ଭଲ ପାଇ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। ସେମାନଙ୍କ ଅନାବିଳ ପ୍ରେମକୁ ଦେଖି ଉଭୟଙ୍କ ପରିବାର ଲୋକ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ। ତାରିଖ ମଧ୍ୟ ସ୍ଥିର ହୋଇଥିଲା। ହେଲେ ଏହାର କିଛି ଦିନ ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ହଠାତ୍‌ ଦେବସ୍ମିତା ପକ୍ଷାଘାତରେ ପୀଡ଼ିତ ହେବାରୁ ହୁଇଲ ଚେୟାର ପାଲଟିଯାଇଥିଲା ତାଙ୍କ ଜୀବନସାଥୀ। ହେଲେ ପ୍ରେମିକ ଶୁଭ୍ରାଂଶୁ ପଛଘୁଞ୍ଚା ଦେଇ ନ ଥିଲେ। ସେମାନଙ୍କ ପ୍ରେମ ଆଗରେ ଅକ୍ଷମତା ହାର୍‌ ମାନିଛି। ଶୁଭ୍ରାଂଶୁ ଦେବସ୍ମିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସମାଜକୁ ଏଭଳି ଏକ ନିଆରା ବାର୍ତ୍ତା ଦେଇଥିବା ପ୍ରେମୀଯୁଗଳ ହେଲେ ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ଅଞ୍ଚଳର।
ଫତେପୁର ଗ୍ରାମର ଶୁଭ୍ରାଂଶୁ ମହାପାତ୍ର ଗଡ଼ପଦା ଗ୍ରାମର ଦେବସ୍ମିତା ପଣ୍ଡାଙ୍କୁ ଭଲ ପାଉଥିଲେ। ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦେବସ୍ମିତା ଭଲ ଓଡ଼ିଶୀ ନୃତ୍ୟ କରନ୍ତି। ୨୦୧୯ରେ ଦେବସ୍ମିତା ପକ୍ଷାଘାତ ରୋଗରେ ପୀଡ଼ିତ ହେବାରୁ ତାଙ୍କ ପାଦ ସେଇଠି ହିଁ ଅଟକିଯାଇଥିଲା। ଚନ୍ଦ୍ରରେ ଗ୍ରହଣ ଲାଗିବା ଭଳି ଦେବସ୍ମିତାଙ୍କ ଜୀବନରେ ବି ଲାଗିଗଲା ଗ୍ରହଣ। ଦେବସ୍ମିତା ଅନ୍ୟ ଆଡେ ବିବାହ କରି ଜୀବନସାଥୀ ବାଛି ନେବାକୁ ଶୁଭ୍ରାଂଶୁଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ଶୁଭ୍ରାଂଶୁ ତାଙ୍କ ହାତ ଛାଡ଼ି ନ ଥିଲେ। ପ୍ରତିଟି ସମୟରେ ସେ ତାଙ୍କୁ ପ୍ରେମର ପରିଭାଷା ବୁଝାଇ ଚାଲିଥିଲେ। ଗତ ୪ତାରିଖରେ ଦୁଇଟି ଆତ୍ମା ସାତ ଜନ୍ମ ପାଇଁ ଏକାଠି ହୋଇଛନ୍ତି। ଦେବସ୍ମିତାଙ୍କ ମଥାରେ ସିନ୍ଦୂର ଦେଇ ଶୁଭ୍ରାଂଶୁ ଜୀବନସାଥୀ କରିଛନ୍ତି। ପରିବାର ଲୋକେ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷରେ ୩୦ ଗୁଣ ଠିକାଦାର ବୃଦ୍ଧି

ଯାଜପୁର ଅଫିସ,୨୭ା୧୨: ରାଜ୍ୟ ପୂର୍ତ୍ତ ବିଭାଗରେ ସରକାରୀ ସ୍ବୀକୃତିପ୍ରାପ୍ତ ମୋଟ ଠିକାଦାର ସଂଖ୍ୟା ୪୧,୨୩୭ ରହିଥିବାବେଳେ ସେଥିରୁ ୪୨୨ ଜଣ ରାଜ୍ୟ ବାହାରର ଠିକାଦାର ଅଛନ୍ତି।...

୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି

ଜଗତ୍‌ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍‌ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ...

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ପୋଲିସ ମାଡ଼ ଅଭିଯୋଗ : ଏଏସ୍‌ପିଙ୍କୁ ଭେଟିଲେ ପରିବାର ସଦସ୍ୟ

ଛତ୍ରପୁର,୨୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ମଙ୍ଗଳବାର ରାତିରେ ବଡ଼ମାଧପୁର ଗାଁର ଶଙ୍କର୍ଷଣ ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ନତକଟରେ ମଦ ଥିବା...

ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ...

୩ ଦିନରେ ଥରେ ମିଳୁଛି ପାଇପ ପାଣି

ସଇଁତଳା,୨୦।୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ସଇଁତଳା ସଦର ମହକୁମାରେ ଏବେ ଉତ୍କଟ ଜଳାଭାବ ଦେଖାଦେଇଛି। ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଜଳାଭାବ ସଙ୍ଗୀନ ପରିସ୍ଥିତି...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କୋକସରା,୧୨ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାଓ୍ବାର ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅବସରପ୍ରାପ୍ତ...

ଚାକିରି ନାଁରେ ଠକେଇ

ବ୍ରହ୍ମପୁର ଅଫିସ,୧୭।୧: ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଏକ ଘରୋଇ ସଂସ୍ଥାର...

Advertisement
Archives

Model This Week