Posted inଖେଳ

IPL2025: ଆଇପିଏଲ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଭେଟେରାନଙ୍କ ଏଣ୍ଟ୍ରି, ମିଳିଲା ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ  ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ ଦଳ ଏହାର ଆପ୍‌ରେ ଘୋଷଣା କରିଛି।
ପିଟରସେନଙ୍କ ନାମ ଘୋଷଣା କରି ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ଲେଖିଛି, ‘Go to DC Fan sabha App, ଜଣେ ଦିଲ୍ଲୀର ପୁରୁଣା ଲୋକ ଫେରି ଆସିଛନ୍ତି।’ ତେବେ IPLରେ ପିଟରସେନ ଦିଲ୍ଲୀ ଦଳ ପାଇଁ ଖେଳିବା ସହିତ ଏହାର ଅଧିନାୟକ ମଧ୍ୟ ହୋଇଥିଲେ। ଏବେ ପ୍ରଥମ ଥର ପାଇଁ, ସେ ଏହି ଟୁର୍ନାମେଣ୍ଟରେ ମେଣ୍ଟର ଭୂମିକାରେ ନଜର ଆସିବେ।
ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ପାଇଁ ହେମାଙ୍ଗ ବଦାନୀଙ୍କୁ ମୁଖ୍ୟ ପ୍ରଶିକ୍ଷକ(ହେଡ୍‌ କୋଚ୍‌) ଭାବରେ ନିଯୁକ୍ତ କରିଛି।
ସେହିପରି ଇଂଲଣ୍ଡର ଧଳା ବଲ ପ୍ରଶିକ୍ଷକ ଥିବା ମାଥ୍ୟୁ ମଟ ସହାୟକ ପ୍ରଶିକ୍ଷକ ଭୂମିକାରେ ଦେଖାଯିବେ, ଯେତେବେଳେ ଫ୍ରାଞ୍ଚାଇଜ ଭାରତର ଅଭିଜ୍ଞ ପେସର ମୁନାଫ ପଟେଲଙ୍କୁ ବୋଲିଂ ପ୍ରଶିକ୍ଷକ ଭାବରେ ବାଛିଚି। ଏହା ବ୍ୟତୀତ ଭେଣୁଗୋପାଳ ରାଓ କ୍ରିକେଟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ଏବେ ୪୪ ବର୍ଷୀୟ କେଭିନ ପିଟରସେନ ମଧ୍ୟ ଏହି ପ୍ରଶିକ୍ଷକ ଦଳରେ ପ୍ରବେଶ କରିଛନ୍ତି। ପିଟରସେନ ୨୦୧୪ ସିଜିନରେ ଏହି ଦଳ ପାଇଁ ଖେଳାଳି ଏବଂ ଅଧିନାୟକ ଭାବରେ ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨ଟି ମ୍ୟାଚ ଜିତିପାରିଥିଲା।
ପିଟରସେନ ୨୦୦୯ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ସେ ଶେଷ ଥର ପାଇଁ ଏହି ଟୁର୍ନାମେଣ୍ଟରେ ୨୦୧୬ ସିଜିନରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଥିଲେ। ଏହି ଲିଗରେ ଖେଳୁଥିବା ସମୟରେ ସେ ୩ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିିଥିଲେ। IPL ବ୍ୟତୀତ ସେ ପାକିସ୍ତାନ ସୁପର ଲିଗ୍‌, ବିଗ୍‌ ବାଶ ଲିଗ୍‌ ଏବଂ କାରିବିଆନ୍‌ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri