କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ ହୋଇଥିବାରୁ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଇଛି। ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି-ସିରଜାପାଲି ଏବଂ ହାତୀଖୋଜ ଏହି ତିନିଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୫ ଶହ ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଥିବା ଦେଖୁବାକୁ ମିଳିଛି।

ଜୁଲାଇ ତୃତୀୟ ସପ୍ତାହରୁ ଚାଷୀ ଧାନ ବିହୁଡା କାର୍ଯ୍ୟ ଆରମ୍ଭ କରିଥିବାବେଳେ ଲଘୁଚାପ ଜନିତ ବର୍ଷାରେ ପ୍ରାୟ ପାଞ୍ଚ ଦିନ ଧରି ଜଳମଗ୍ନ ହୋଇ ବୁଡି ରହିଥିବା ଯୋଗୁ ଧାନ ସବୁ ପଚି ଯାଇଥୁବା ଦେଖୁବାକୁ ମିଳିଛି I ଅତ୍ୟଧିକ ବର୍ଷା ଯୋଗୁ ତେଲ ନଦୀରେ ବିପଦସଂକୁଳ ଚିହ୍ନଠାରୁ ଅତ୍ୟଧିକ ବଢି ଯାଇଥିବାରୁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଚାଷ ଜମିରେ ଜଳମଗ୍ନ ହୋଇଛି। ାଣିନଦୀ ଭିତରକୁ ଯାଇ ନ ପାରି ପାଣି ଜମା ହୋଇଯାଇଛି। ଯାହା ଫଳରେ ଧାନ ଚାଷ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କ କଥା କିଏ ବୁଝିବାକୁ ନାହିଁ। କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବେଲଖଣ୍ଡି, ତୁର୍ଳାଖମାନ, ହାତୀଖୋଜ, ସିର୍ଜା ପାଲି, ନୁନ ମାଠ,ସମେତ ଅନେକ ଗ୍ରାମରେ ଥିବା ବାହାଲ ଜମିରେ ପାଣି ବଢି ଯାଇଛି। ଧାନ ଗଜା ନଷ୍ଟ ହେବାର ବହୁ ସମ୍ଭାବନା ରହିଛି। କେସିଙ୍ଗାର ରେଲୱେ ବ୍ରିଜରେ ସାଢେ ୬ ଫୁଟ ପାଣି ପ୍ରବାହିତ ହେଉଥିବାରୁ ହଜାର ଗାଡି ମୋଟର ଜାତୀୟ ରାଜପଥ ୨୬ ଉପରେ ଅଟକି ରହିଛି।
ଆଜି ସକାଳେ କଳାହାଣ୍ଡି ଜିଲା ପାଳ ସଚିନ ପାୱାର ପ୍ରକାଶ ବର୍ଷା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଯାଉଥିଲାବେଳେ କେସିଙ୍ଗା ରେଲୱେ ଫାଟକରେ ପ୍ରବଳ ଭିଡ ଯୋଗୁ ପ୍ରାୟ ଅଧ ଘଣ୍ଟା ଅଟକି ରହି ବେଲଖଣ୍ଡି ଅଭିମୁଖେ ପରିଦର୍ଶନରେ ଯାଇଛନ୍ତି। କେସିଙ୍ଗା ସହର ୱାର୍ଡ ନ ୩ ଓ ରେଲୱେ ବ୍ରିଜ ପଡାରେ ଜଳମଗ୍ନ ରହିଛି। ଜାତୀୟ ରାଜପଥ ୨୬ରେ ଯାନବାହନ ଓ ଲୋକଙ୍କ ଭିଡ଼ ଜମି ରହିଛି। ଖବର ପାଇ ଜିଲାପାଳଙ୍କ ସମେତ ଅଧିକାରୀମାନେ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନରେ ଯାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri