ସୁଧୁରୁନି କେସିଙ୍ଗା-ଟିଟିଲାଗଡ଼ ରାସ୍ତା ସମସ୍ୟା, ସମାଧାନ ପାଇଁ ଦାବିପତ୍ର

କେସିଙ୍ଗା,୧୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନଙ୍କୁ ୩ଦଫା ଦାବିପତ୍ର ରବିବାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରସ୍ଥିତ ସରକାରୀ ହାଇସ୍କୁଲ ପରିସରରେ ସିଟିଜେନ୍‌ ଫୋରମ୍‌ର ସଭାପତି ଡ.ହେମରାଜ ସାହାଙ୍କ ନେତୃତ୍ୱରେ ଏକ ବୈଠକ କରାଯାଇଥିଲା। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ କୁମାର ଜୈନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ବିଧାୟକ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପରିପେକ୍ଷୀରେ ସଙ୍ଗଠନ କେସିଙ୍ଗା-ଟିଟିଲାଗଡ଼ ରାସ୍ତା ସହିତ ଜଡିତ କେତେ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ତା’ର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଲନଦୀ ଉପରେ ବ୍ରିଜ ନିର୍ମାଣ ଫଳରେ କେସିଙ୍ଗା-ଟିଟିଲାଗଡ଼ ରାସ୍ତାର ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି। ଖୁବ୍‌ କମ ସମୟ ମଧ୍ୟରେ କେସିଙ୍ଗା ଓ ଟିଟିଲାଗଡ଼କୁ ଯାତାୟାତ ପାଇଁ ଏହି ରାସ୍ତା ବିଶେଷ ସହାୟକ ହୋଇପାରିଛି। କିନ୍ତୁ ରାସ୍ତାର କେତେକ ସ୍ଥାନରେ ସଂକୀର୍ଣ୍ଣତା ଓ ଅତ୍ୟଧିକ ବୁଲାଣି ତଥା କତରକେଲା ଥିବା ରେଳ ଫାଟକ ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ୟା ଦୃଷ୍ଟି କରୁଛି। ଏହି ରାସ୍ତା ତଥା କତରକେଲାଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରାଯାଇଛି।

କେସିଙ୍ଗା-ଟିଟିଲାଗଡ଼ ରାସ୍ତା ଦୁଇ ସହରର ଦୂରତ୍ୱକୁ ହ୍ରାସ କରିଛି, କିନ୍ତୁ ବର୍ତ୍ତମାନ କତରକେଲାରେ ଥିବା ରେଳ ଫାଟକ ଲୋକଙ୍କ ପାଇଁ ବଡ଼ ସମସ୍ୟା ଭାବରେ ଠିଆହୋଇଛି। ଏହି ଲାଇନରେ ଟ୍ରେନ୍‌ ଚଳାଚଳ ଅଧିକ ଥିବାରୁ ଅନେକ ସମୟରେ ଫାଟକ ବନ୍ଦ ରହୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଟିଟିଲାଗଡ଼କୁ ଟ୍ରେନ୍‌ ଚଢ଼ିବା ପାଇଁ ଯାତ୍ରୀମାନଙ୍କ ଅସୁବିଧା ହେଉଛି। ତେଣୁ ଏହି ସ୍ଥାନରେ ବ୍ରିଜ୍‌ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି। ଏହିସ୍ଥାନରେ ଓଭରବ୍ରିଜ ନିର୍ମାଣ ପାଇଁ ସଙ୍ଗଠନର ସଭାପତି ଡ. ହେମ ସାଗର ସାହା କିଛି ଦିନ ତଳେ ମାନ୍ୟନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଟିଏ ଦାବିପତ୍ର ପ୍ରଦାନ କରିଛନ୍ତି। ତେଣୁ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କେସିଙ୍ଗା-ଟିଟିଲାଗଡ଼ ରାସ୍ତାର ଆବଶ୍ୟକ ପ୍ରଶସ୍ତୀକରଣ ଯଦିଓ ଏହି ରାସ୍ତାର ଦୂରତ୍ୱ କମିଛି ମାତ୍ର କେତେକ ସ୍ଥାନରେ ଭୟଙ୍କର ବୁଲାଣି, ସଂକୀର୍ଣ୍ଣ ରାସ୍ତା ଓ ବିପଦସଂକୁଳ ମୋଡ଼ ଗାଡି ଚାଳନା ପାଇଁ ଅସୁବିଧା ସୃଷ୍ଟି କରୁଛି। ରାସ୍ତାକୁ ଚଉଡ଼ା କରାଯିବା ଆବଶ୍ୟକ।

କେସିଙ୍ଗା-ଟିଟିଲାଗତ ରାସ୍ତା ଲୋକମାନଙ୍କର ଗମନାଗମନ ପାଇଁ ସୁବିଧା ରହିବା ସହ ଚାଷୀ, ଛାତ୍ରୀଛାତ୍ର, ଯାତ୍ରୀ, ବ୍ୟବସାୟୀ ଓ ଚିକିତ୍ସା ପାଇଁ ଯାଉଥିବା ପାଇଁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ସମସ୍ତ ଜନସାଧାରଣଙ୍କ ଅଗ୍ରାଧିକାର ଦେଇ ଏହି ରାସ୍ତାର ପ୍ରଶସ୍ତିକରଣ, ମରାମତି ଓ କତରକେଲାଠାରେ ବ୍ରିଜ ନିର୍ମାଣକୁ ଅଗ୍ରାଧିକାର ଭିତ୍ତିର କାର୍ଯ୍ୟ ଆରମ୍ଭ ନେଇ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।  ସଂଗଠନ ସାଧାରଣ ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରୀ ଦାବିପତ୍ର ପଠନ କରି ଥିଲେ। ବିନାୟକ ପ୍ରକାଶ ନାୟକ ଧନ୍ୟବାଦ ଦେଇଥିଲେ। ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?