ଶୁଖୁଆପଡ଼ା ବଦଳରେ କେଶରାଇପୁର

ଚଣ୍ଡିଖୋଲ, ୯ା୪(ଡି.ଏନ୍‌.ଏ): ରାଜ୍ୟ ସରକାର ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ଖଣ୍ଡୋଲାଇଟ୍‌ ପଥର ଆବଶ୍ୟକ କରୁଥିବାରୁ ଏଥିପାଇଁ ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ବୌଦ୍ଧସ୍ତୂପ ପାହାଡ଼ରୁ ଖନନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଶୁଖୁଆପଡ଼ାରୁ ଖନନ କରାଯିବ ବୋଲି ଗତ ଡିସେମ୍ବର ୧୫ରେ ପଲାଇଠାରେ ଜନଶୁଣାଣି ହୋଇଥିଲା। ଏଥିରେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମର ଶୁଖୁଆପଡ଼ା ପାହାଡ଼ରୁ ୪୬.୧୫୯ହେକ୍ଟର ପରିମିତ ଖଣ୍ଡୋଲାଇଟ୍‌ ପଥର ଖଣି ଖୋଳାଯିବା ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଖନନ ହେବାକୁ ଥିବା ଅଞ୍ଚଳରେ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ତେଣୁ ‘ବୁଦ୍ଧାୟନ’ ଓ ନିକଟସ୍ଥ ଶୁଖୁଆପଡ଼ା ଗ୍ରାମବାସୀ ଖଣିଖନନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଏହାପରେ ଓଡ଼ିଶା ଖଣିନିଗମ ପକ୍ଷରୁ ଚଞ୍ଚକତା କରାଯାଇ ଶୁଖୁଆପଡ଼ା ବଦଳରେ କେଶରାଇପୁର ରାଜସ୍ବ ଗ୍ରାମରୁ ଖଣି ଖନନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେଥିପାଇଁ କେଶରାଇପୁର ମୌଜାରେ ପାହାଡ଼ ପାଦଦେଶରେ ନିଗମ ତରଫରୁ ମେଶିନ୍‌ ବସିସାରିଲାଣି। ଏହି ଖନନକୁ କେଶରାଇପୁର ଗ୍ରାମବାସୀ ବିରୋଧ କରି ଯାଜପୁର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଥାଉ କି ପାରାଭାଡ଼ି ପାହାଡ଼ଟି ୩ ରାଜସ୍ବ ଗ୍ରାମ ମଧ୍ୟରେ ଅବସ୍ଥିତ। ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ କେଶରାଇପୁର ଓ ବନ୍ଦରେଶ୍ୱର ଗ୍ରାମ ଥିବାବେଳେ ଏହି ପାହାଡ଼ର ଅନ୍ୟ ଏକ ଅଂଶ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ମୌଜାରେ ରହିଅଛି। ପାହାଡ଼ର ଶିଖର ଦେଶରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ବୌଦ୍ଧସ୍ତୂପ ପାରାଭାଡ଼ି ରହିଥିବା ବେଳେ ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ପ୍ରାଚୀନ ବୌଦ୍ଧ ତାରା ମୂର୍ତ୍ତିକୁ ସ୍ଥାନୀୟ ଅଧିବାସୀ ‘ଘଣ୍ଟିଆଶୁଣୀ’ ନାମରେ ଠାକୁରାଣୀ ଭାବେ ପୂଜା କରୁଛନ୍ତି। ପାହାଡ଼ର ପାଦଦେଶରେ ଅଷ୍ଟାଦଶ ଶତାବ୍ଦୀର ପ୍ରାଚୀନ ଲଙ୍ଗୁଳିମଠ ରହିଛି। ୨୦୦୫ରେ ଦର୍ପଣ ତହସିଲ ତରଫରୁ ଏହି ପାହାଡ଼କୁ ଖନନ କରାଯିବାକୁ ଲିଜ୍‌ ଦିଆଯିବାରୁ ବୌଦ୍ଧ କୀର୍ତ୍ତିରାଜି ସୁରକ୍ଷାରେ ଥିବା ସଂସ୍ଥା ‘ବୁଦ୍ଧାୟନ’ ତରଫରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାକୁ ନେଇ ଯାଜପୁରର ତତ୍କାଳୀନ ଜିଲାପାଳ ଶାଶ୍ୱତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ପାହାଡ଼ର ଅନୁଧ୍ୟାନ କରିଥିଲେ। ଏଥିରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ), ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ସମେତ ବିଭିନ୍ନ ଅଧିକାରୀ ଯୋଗଦେଇଥିଲେ। ପାହାଡ଼କୁ ଅନୁଧ୍ୟାନ କଲାପରେ କମିଟି ତରଫରୁ ସୂଚନା ଦିଆଯାଇଥିଲା ଯେ, ପାହାଡ଼ ଉପରି ଭାଗରେ ବୌଦ୍ଧସ୍ତୂପ ପାରାଭାଡ଼ି ରହିଥିଲାବେଳେ ଏହାର ଉତ୍ତର ପାର୍ଶ୍ୱରେ କେଶରାଇପୁର ମୌଜାରେ ବୌଦ୍ଧ କୀର୍ତ୍ତିରାଜି ହାତିଖାଲ ରହିଛି। ତେଣୁ ଏହି ପରିଧିକୁ ମାପିବା ପରେ ପାହାଡ଼ ଖନନ ସମ୍ଭବ ନୁହେଁ ବୋଲି ସେମାନେ ଜଣାଇଥିଲେ। ଯଦ୍ଦ୍ବାରା ସେତେବେଳେ ଲିଜ୍‌ ଦିଆଯାଇଥିବା ଅଂଶକୁ ବାତିଲ କରାଯାଇଥିଲା। ଏବେ ପୁନର୍ବାର ଏହି ପାହାଡ଼ର କେଶରାଇପୁର ମୌଜାରୁ ୪୬.୧୫୯ହେକ୍ଟର ଲିଜ୍‌ ପ୍ରଦାନ କରାଯାଇଥିବାବେଳେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମର ଶୁଖୁଆପଡ଼ା ଅଞ୍ଚଳରୁ ଏ୧.୪୨ଡିସିମିଲ ଲିଜ୍‌ ପ୍ରଦାନ କରାଯାଇଛି। ଓଏମ୍‌ସି ତରଫରୁ ଏହାକୁ ଚଞ୍ଚକତା କରାଯାଇ ଶୁଖୁଆପଡ଼ା ଅଞ୍ଚଳରୁ ଖନନ କରାଯିବା କଥା କୁହାଯାଉଥିବାବେଳେ ସେଠାରୁ ଖନନ ନ କରି ଏବେ କେଶରାଇପୁର ମୌଜାରୁ ଖନନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଐହାକୁ ନେଇ ଗ୍ରାମବାସୀ ଗତ ସୋମବାର ବନ୍ଦ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଓଏମ୍‌ସିର ଖଣ୍ଡୋଲାଇଟ୍‌ ଖଣି ପରିଚାଳକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କୁହନ୍ତି ଯେ, ବର୍ତ୍ତମାନ କେଶରାଇପୁର ଅଞ୍ଚଳରୁ ଖୋଳା ଯାଉଛି, ପରବର୍ତ୍ତୀ ସମୟରେ ଶୁଖୁଆପଡ଼ା ଅଞ୍ଚଳରୁ ଖନନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri