ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୯ା୪(ଡ଼ି.ଏନ.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇ ଦାଣ୍ଡିସାହି ୨ ନଂ. ୱାର୍ଡରେ ବାସ କରୁଥିବା ସମଲାତୁନ ବିବିଙ୍କ ପରିବାରକୁ ସରକାରୀ ଆବାସ ଯୋଜନାରେ ଘରଟିଏ ମିଳି ପାରିନାହିଁ। ୨୦୨୦ ବନ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେଦିନଠାରୁ ଭଙ୍ଗାଘରେ ଜରିପାଲ ପକାଇ ପରିବାରବର୍ଗ ବହୁ କଷ୍ଟରେ ଜୀବନ କାଟୁଛନ୍ତି ା ସ୍ବାମୀ ଅଜମତ ଦୀର୍ଘଦିନ ହେବ ବାହାର ରାଜ୍ୟରେ କାମ କରୁଥିଲେ। କିନ୍ତୁ କରୋନା ମହାମାରି ସମୟରେ ବାହାର ରାଜ୍ୟରୁ ଫେରିବା ପରେ ଗ୍ରାମରେ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ୬ପ୍ରାଣୀ କୁଟୁମ୍ବ ଚଳନ୍ତି । ୪ ପିଲାଙ୍କୁ ପାଠ ପଢାନ୍ତି। ସବୁଦିନ କାମ ନ ମିଳିବାରୁ ଘରଟିଏ କରିବା ପାଇଁ ସମ୍ବଳ ଯୋଗାଡ଼ ହୋଇପାରୁନାହିଁ। ଘର ଛାଇବା ପାଇଁ ପଇସା ମଧ୍ୟ ନାହଁି। ପିଲାଙ୍କୁ ପାଠ ପଢାଇବା ମଧ୍ୟ ବାଧା ଉପୁଜୁଛି। ପଡିଶାଙ୍କ ସାହାଯ୍ୟରେ ତାଙ୍କ ଘରଟିକୁ ମରାମତି କରିଛନ୍ତି ା ସରକାରଙ୍କ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ସମଲାତୁନ ବିବିଙ୍କ ପରିବାର ଅନେକ ଥର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀଙ୍କ ପାଖରେ କାକୁତି ମିନତି ହୋଇ ନିଜ ଅସହାୟତା ପ୍ରକାଶ କଲେ ସୁଦ୍ଧା କେହି ଶୁଣୁନାହାନ୍ତି। ସରକାରୀ ଯୋଜନା କହିଲେ ରାଶନ କାର୍ଡ଼ରେ ୩୦କିଗ୍ରା ଚାଉଳ ଛଡ଼ା ଅନ୍ୟ କିଛି ନାହିଁ । ଏହି ଅସହାୟ ପରିବାରକୁ କିଛି ସରକାରୀ ସହାୟତା ମିଳିଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର...

ଆସୁଛି ବାଲିଯାତ୍ରା: ଚଳଚଞ୍ଚଳ କଟକ

କଟକ ଅଫିସ,୫।୧୧: ପାଖେଇ ଆସୁଛି ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି କଟକ। ବାଲିଯାତ୍ରା ପଡ଼ିଆରେ ଗୋଟିଏ ପରେ ଗୋଟିଏ ଷ୍ଟଲ ଖୋଲା ଯାଉଛି। ଷ୍ଟଲ ନିର୍ମାଣରେ ଦିନରାତି...

୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ

ଜଗତ୍‌ସିଂହପୁର ଅଫିସ, ୧୧ା୧: ଜଗତ୍‌ସିଂହପୁର ଜିଲାରେ କୋଭିଡ୍‌- ୧୯ ସୁପରିଚାଳନା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସୋମବାର ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ...

ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ...

ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ...

ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ବିଜୁଳି

ଢେଙ୍କାନାଳ ଅଫିସ, ୫।୨- ଢେଙ୍କାନାଳ ସର୍କିଟ୍‌ ହାଉସ୍‌ ପରିସରରେ ମଙ୍ଗଳବାର ଓଡ଼ିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୧୦ ପକ୍ଷରୁ ଜିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା,...

ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ

ବଲାଙ୍ଗୀର ଅଫିସ,୨ା୨: ବଲାଙ୍ଗୀର ସହରରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପୋଲିସ ଚୁପ୍‌ ବସି ରହିଛି। ସହରରେ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ...

Advertisement
Archives

Model This Week