ଭୁବନେଶ୍ୱର,୯ା୯ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ସାଢେ ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କେଶରୀ ଇଷ୍ଟେଟର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଫରେଷ୍ଟ ପାର୍କ ପ୍ଲଟ ନଂ.୨୬୧ରେ ରହୁଥିବା ଅକ୍ଷୟ କୁମାର ଚୌଧୁରୀ। କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା (ନଂ.୬/୨୦) ରୁଜୁ କରି କଟକ ଓପିଆଇଡି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ସଂସ୍ଥାର ଏମ୍ଡିଥିବା ଅଜୟ ଚୌଧୁରୀ, ବିଦୁଲତା ଚୌଧୁରୀ ଏବଂ ଆଲୋକ ଚୌଧୁରୀଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ,ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଉକ୍ତ ବିଲ୍ଡର ସଂସ୍ଥା ଅଫିସ ଖୋଲି ଲୋକଙ୍କୁ ଜମି ଓ ଘର ବିକ୍ରି କରୁଥିଲା। ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏଥିପାଇଁ ଲୋକଙ୍କଠାରୁ ୩୦ଲକ୍ଷ ଲେଖାଏ ନେଇଥିଲା। ପରବର୍ତ୍ତୀ ସମୟରେ ବିଡିଏ ଅନୁମତି ମିଳୁ ନ ଥିବା କହି ସମୟ ଗଡାଇବା ସହ ଲୋକଙ୍କୁ ଭୁଅଁା ବୁଲାଇଥିଲା। କିନ୍ତୁ ଉକ୍ତ ସଂସ୍ଥା ବିଡ଼ିଏ ଆପ୍ରୁଭାଲ ପାଇଁ କୌଣସି ଆବେଦନ କରି ନ ଥିବା ଜଣାପଡିବା ପରେ ଜମାକାରୀମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିବାରୁ ୨୦୧୩ରେ ଅନ୍ୟଏକ ପ୍ରୋଜେକ୍ଟ ଯଦୁପୁରରେ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ହେବ ଓ ପ୍ରଥମେ ଟଙ୍କା ଦେଇଥିବା ଲୋକଙ୍କୁ ଘର ଦିଆଯିବ ବୋଲି ସଂସ୍ଥା ପ୍ରତିଶ୍ରୁତି ଦେବା ସହ ବିଶ୍ୱାସ ଜନ୍ମାଇବା ପାଇଁ ବିଡ଼ିଏ ଆପ୍ରୁଭାଲ ଦେଖାଇଥିଲା। ଏଥିସହ ସମ୍ପୃକ୍ତ ଲୋକଙ୍କଠାରୁ ଆଉ କିଛି ଟଙ୍କା ମଧ୍ୟ ନେଇଥିଲା। ଏପରି ଭାବେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାଢେ ୫ କୋଟି ଟଙ୍କା ଦେଇ ଘର ପାଇବାକୁ ଅନାଇ ବସିଥିଲେ। ହେଲେ କିଛି ବି ନିର୍ମାଣ କାର୍ଯ୍ୟ ନ ହେବାରୁ ଲୋକେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ହୋହଲ୍ଲା କରିବା ସହ ଟଙ୍କା ଫେରାଇବାକୁ ଦାବି କରିଥିଲେ। ଲୋକଙ୍କ ଅସନ୍ତୋଷ ଦେଖି ସଂସ୍ଥା ପକ୍ଷରୁ ସେଠାରେ ପାଚେରି ଓ କିଛି ଖୁଣ୍ଟ ନିର୍ମାଣ କରି ପରେ ବନ୍ଦ କରିଦେଇଥିଲା। ଜମାକାରୀମାନେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ତାଲା ଝୁଲୁଥିବା ଦେଖିବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଗତମାସ ୩୦ ତାରିଖରେ ‘ଧରିତ୍ରୀ’ ଖବର ପ୍ରକାଶ ପାଇଥିଲା। ଇଓଡବ୍ଲ୍ୟୁ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ସୋମବାର ରାତିରେ ଅକ୍ଷୟଙ୍କୁ ତାଙ୍କ ଫରେଷ୍ଟ ପାର୍କସ୍ଥିତ ଘରୁ ଗିରଫ କରିଥିଲା।

ପ୍ରତିଟି ଜୀବନ ମୂଲ୍ୟବାନ୍: ମୁଖ୍ୟମନ୍ତ୍ରୀ
ରାୟଗଡ଼ା ଅଫିସ,୨୪।୧୧: ରାୟଗଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଲୋକଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସରେ...

ରାଜ୍ୟରେ ‘ବୁଲବୁଲ୍’ ପ୍ରଭାବ: ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ୨ ଦିନ ଛୁଟି ଘୋଷଣା
ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ...

ଆଜି ରାଜ୍ୟରେ ୨୦୦ ପାର୍ କଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା...

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ
ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି।...

ଭାଜପା, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ
କେନ୍ଦ୍ରାପଡ଼ା ଅଫିସ, ୧୦ା୨: କେନ୍ଦ୍ରାପଡ଼ା ବ୍ଲକ ୬ ନଂ. ଜୋନ୍ରେ ଆସନ୍ତା ୨୨ରେ ନିର୍ବାଚନ ହେବ। ପ୍ରାର୍ଥୀମାନଙ୍କ ପ୍ରଚାର ଦିନକୁ ଦିନ ଜୋରଦାର ହୋଇଛି। କେନ୍ଦ୍ରାପଡ଼ା...

ଆସନ୍ତା କାଲିଠାରୁ ଖୋଲିବ ଜନଜାତି ସଂଗ୍ରହାଳୟ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ)-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ୧୮ ତାରିଖ ଶୁକ୍ରବାରଠାରୁ ସର୍ବସାଧାରଣଙ୍କ ପାଇଁ...

ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି...

ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ
ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ...