ଭୁବନେଶ୍ୱର,୯ା୯ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ସାଢେ ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କେଶରୀ ଇଷ୍ଟେଟର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଫରେଷ୍ଟ ପାର୍କ ପ୍ଲଟ ନଂ.୨୬୧ରେ ରହୁଥିବା ଅକ୍ଷୟ କୁମାର ଚୌଧୁରୀ। କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା (ନଂ.୬/୨୦) ରୁଜୁ କରି କଟକ ଓପିଆଇଡି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ସଂସ୍ଥାର ଏମ୍ଡିଥିବା ଅଜୟ ଚୌଧୁରୀ, ବିଦୁଲତା ଚୌଧୁରୀ ଏବଂ ଆଲୋକ ଚୌଧୁରୀଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ,ଖାରବେଳନଗର ଥାନା ଅନ୍ତର୍ଗତ କେଶରୀ ଟକିଜ ନିକଟରେ ଉକ୍ତ ବିଲ୍ଡର ସଂସ୍ଥା ଅଫିସ ଖୋଲି ଲୋକଙ୍କୁ ଜମି ଓ ଘର ବିକ୍ରି କରୁଥିଲା। ଏହି ସଂସ୍ଥା ୨୦୦୮ରେ ପୋଖରୀପୁଟ ନିକଟରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏଥିପାଇଁ ଲୋକଙ୍କଠାରୁ ୩୦ଲକ୍ଷ ଲେଖାଏ ନେଇଥିଲା। ପରବର୍ତ୍ତୀ ସମୟରେ ବିଡିଏ ଅନୁମତି ମିଳୁ ନ ଥିବା କହି ସମୟ ଗଡାଇବା ସହ ଲୋକଙ୍କୁ ଭୁଅଁା ବୁଲାଇଥିଲା। କିନ୍ତୁ ଉକ୍ତ ସଂସ୍ଥା ବିଡ଼ିଏ ଆପ୍ରୁଭାଲ ପାଇଁ କୌଣସି ଆବେଦନ କରି ନ ଥିବା ଜଣାପଡିବା ପରେ ଜମାକାରୀମାନେ ଟଙ୍କା ଫେରିପାଇବା ପାଇଁ ଦାବି କରିବାରୁ ୨୦୧୩ରେ ଅନ୍ୟଏକ ପ୍ରୋଜେକ୍ଟ ଯଦୁପୁରରେ ଆରମ୍ଭ କରିଥିଲା। ସେଠାରେ ୪୪ଟି ଡୁପ୍ଲେକ୍ସ ହେବ ଓ ପ୍ରଥମେ ଟଙ୍କା ଦେଇଥିବା ଲୋକଙ୍କୁ ଘର ଦିଆଯିବ ବୋଲି ସଂସ୍ଥା ପ୍ରତିଶ୍ରୁତି ଦେବା ସହ ବିଶ୍ୱାସ ଜନ୍ମାଇବା ପାଇଁ ବିଡ଼ିଏ ଆପ୍ରୁଭାଲ ଦେଖାଇଥିଲା। ଏଥିସହ ସମ୍ପୃକ୍ତ ଲୋକଙ୍କଠାରୁ ଆଉ କିଛି ଟଙ୍କା ମଧ୍ୟ ନେଇଥିଲା। ଏପରି ଭାବେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାଢେ ୫ କୋଟି ଟଙ୍କା ଦେଇ ଘର ପାଇବାକୁ ଅନାଇ ବସିଥିଲେ। ହେଲେ କିଛି ବି ନିର୍ମାଣ କାର୍ଯ୍ୟ ନ ହେବାରୁ ଲୋକେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ହୋହଲ୍ଲା କରିବା ସହ ଟଙ୍କା ଫେରାଇବାକୁ ଦାବି କରିଥିଲେ। ଲୋକଙ୍କ ଅସନ୍ତୋଷ ଦେଖି ସଂସ୍ଥା ପକ୍ଷରୁ ସେଠାରେ ପାଚେରି ଓ କିଛି ଖୁଣ୍ଟ ନିର୍ମାଣ କରି ପରେ ବନ୍ଦ କରିଦେଇଥିଲା। ଜମାକାରୀମାନେ ସଂସ୍ଥାର କାର୍ଯ୍ୟାଳୟକୁ ଯାଇ ତାଲା ଝୁଲୁଥିବା ଦେଖିବା ପରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଗତମାସ ୩୦ ତାରିଖରେ ‘ଧରିତ୍ରୀ’ ଖବର ପ୍ରକାଶ ପାଇଥିଲା। ଇଓଡବ୍ଲ୍ୟୁ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଶେଷରେ ସୋମବାର ରାତିରେ ଅକ୍ଷୟଙ୍କୁ ତାଙ୍କ ଫରେଷ୍ଟ ପାର୍କସ୍ଥିତ ଘରୁ ଗିରଫ କରିଥିଲା।
‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…
‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…
ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ
ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…
ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…
ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…
ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…
ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…
ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ
ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

