ଭୁବନେଶ୍ୱର ୯।୯(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ରାଜ୍ୟ ସରକାର ବିଭିନ୍ନ ବକେୟା, ଋଣ ଓ ଟିକସ ଆଦାୟ କରିବାକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ଅର୍ଥନିଗମରୁ ବହୁ ଶିଳ୍ପ ସଂସ୍ଥା ଋଣ ନେଇ ପରିଶୋଧ କରୁ ନାହାନ୍ତି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୮୨୬୪ ଜଣ ଋଣ ଗ୍ରହୀତାଙ୍କ ଉପରେ ୨୫୫ କୋଟି ଟଙ୍କାର ମୂଳ ରାଶିକୁ ମିଶାଇ ମୋଟ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ରାଶି ବକେୟା ରହିଛି। ଏହାକୁ ଆଦାୟ କରିବାକୁ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ଋଣ ଗ୍ରହିତାମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ତାହା ପଇଠ କରିବାରେ ବିଫଳ ହେବେ ସେମାନଙ୍କ ବନ୍ଧକ ଥିବା ସମ୍ପତ୍ତିକୁ ଆଇନ ଅନୁଯାୟୀ ଜବତ କରି ଋଣ ଅର୍ଥ ପରିଶୋଧ କରାଯିବ ବୋଲି ନିଗମ ପକ୍ଷରୁ ଚେତାବନୀ ଦିଆଯାଇଛି।
ମଙ୍ଗଳବାର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା ଋଣର ସମୀକ୍ଷା କରାଯାଇଛି। ବକେୟା ଅନାଦେୟ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଶିଳ୍ପଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏମ୍ଏସ୍ଏମ୍ଇ ବିଭାଗକୁ ଚଳଚଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ। ସମସ୍ତ ଋଣ ଗ୍ରହିତାଙ୍କୁ ବକେୟା ଥିବା ଋଣ ରାଶି ଯଥାଶୀଘ୍ର ପଇଠ କରିବାକୁ ଖୁବଶୀଘ୍ର ନୋଟିସ ଯିବ। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କୋର୍ଟଗୁଡିକରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମକଦ୍ଦମାଗୁଡ଼ିକୁ ଫଇସଲା କରାଯାଇ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁମାନେ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି ଏବଂ ପରିଶୋଧ ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ତୁରନ୍ତ ଋଣ ରାଶି ପଇଠ କରିବାକୁ କୁହାଯାଇଛି। ନଚେତ ସେମାନଙ୍କ ଦ୍ୱାରା ଦିଆଯାଇଥିବା ବନ୍ଧକ ସମ୍ପତ୍ତିକୁ ନିଲାମ କରାଯିବ।
‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…
‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…
ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ
ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…
ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…
ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…
ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ
ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…
ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…
ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ
ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

