ଋଣ ପରିଶୋଧ ନ କଲେ ବାଜ୍ୟାପ୍ତ ହେବ ବନ୍ଧକ ସମ୍ପତ୍ତି

ଭୁବନେଶ୍ୱର ୯।୯(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ରାଜ୍ୟ ସରକାର ବିଭିନ୍ନ ବକେୟା, ଋଣ ଓ ଟିକସ ଆଦାୟ କରିବାକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ଅର୍ଥନିଗମରୁ ବହୁ ଶିଳ୍ପ ସଂସ୍ଥା ଋଣ ନେଇ ପରିଶୋଧ କରୁ ନାହାନ୍ତି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୮୨୬୪ ଜଣ ଋଣ ଗ୍ରହୀତାଙ୍କ ଉପରେ ୨୫୫ କୋଟି ଟଙ୍କାର ମୂଳ ରାଶିକୁ ମିଶାଇ ମୋଟ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ରାଶି ବକେୟା ରହିଛି। ଏହାକୁ ଆଦାୟ କରିବାକୁ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ଋଣ ଗ୍ରହିତାମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ତାହା ପଇଠ କରିବାରେ ବିଫଳ ହେବେ ସେମାନଙ୍କ ବନ୍ଧକ ଥିବା ସମ୍ପତ୍ତିକୁ ଆଇନ ଅନୁଯାୟୀ ଜବତ କରି ଋଣ ଅର୍ଥ ପରିଶୋଧ କରାଯିବ ବୋଲି ନିଗମ ପକ୍ଷରୁ ଚେତାବନୀ ଦିଆଯାଇଛି।
ମଙ୍ଗଳବାର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା ଋଣର ସମୀକ୍ଷା କରାଯାଇଛି। ବକେୟା ଅନାଦେୟ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଶିଳ୍ପଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଚଳଚଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ। ସମସ୍ତ ଋଣ ଗ୍ରହିତାଙ୍କୁ ବକେୟା ଥିବା ଋଣ ରାଶି ଯଥାଶୀଘ୍ର ପଇଠ କରିବାକୁ ଖୁବଶୀଘ୍ର ନୋଟିସ ଯିବ। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କୋର୍ଟଗୁଡିକରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମକଦ୍ଦମାଗୁଡ଼ିକୁ ଫଇସଲା କରାଯାଇ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁମାନେ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି ଏବଂ ପରିଶୋଧ ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ତୁରନ୍ତ ଋଣ ରାଶି ପଇଠ କରିବାକୁ କୁହାଯାଇଛି। ନଚେତ ସେମାନଙ୍କ ଦ୍ୱାରା ଦିଆଯାଇଥିବା ବନ୍ଧକ ସମ୍ପତ୍ତିକୁ ନିଲାମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସ୍ଥିତିର ସମୀକ୍ଷା କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୧୦...

ହଂସପାଳ ଛକରେ ଦୁର୍ଘଟଣା: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲିଅନ୍ତା, ୨୫ା୫(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ଶନିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ସୋୟାବିନ୍‌ ବଡ଼ି ବୋଝେଇ ପିକ୍‌ଅପ୍‌...

ରାଜ୍ୟରେ ଆରମ୍ଭ ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍‌ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି...

ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି: ଶିମିଳିପାଳରେ କମିଛି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି। ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ...

ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି...

ଏପ୍ରିଲ ଶେଷସୁଦ୍ଧା ଦୈନିକ ୩ହଜାର ନମୁନା ପରୀକ୍ଷା ଲକ୍ଷ୍ୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩ ହଜାର କରୋନା ନମୁନା ପରୀକ୍ଷା କରାଯିବ। ଏଥିପାଇଁ ବଲାଙ୍ଗୀର, ବାଲେଶ୍ୱର, ବାରିପଦା ଓ କୋରାପୁଟଠାରେ ଥିବା...

୨ ମହିଳାଙ୍କ ସୁନାଚେନ ଝାମ୍ପିନେଲେ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜଧାନୀରେ ପୁଣି ଲୁଟେରା ମାତିଲେଣି। ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ...

କ୍ୟାପିଟାଲ ହସ୍ପିଟାଲରେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ହୃଦରୋଗ ଥିବାରୁ ଖୋର୍ଦ୍ଧା ଏଡିଜେ-୧ କୋର୍ଟଙ୍କ ଅନୁମତି...

Advertisement
Archives

Model This Week