ବଜାରରେ ନାହିଁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ, ୯।୯ : ମହାମାରୀ ବର୍ତ୍ତମାନ ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରି ରଖିଛି। ସରକାର ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରୁଥିଲେ ମଧ୍ୟ ସବୁ କିଛି ସ୍ଥିତାବସ୍ଥାକୁ ଫେରିପାରିନାହିଁ। କମ୍ପାନୀଗୁଡିକ ମଧ୍ୟ ଚାପଗ୍ରସ୍ତ ସ୍ଥିତିରେ ଅଛନ୍ତି। ଏଭଳି ସମୟରେ ନୂଆ ନିଯୁକ୍ତି ସପକ୍ଷରେ କମ୍ପାନୀଗୁଡିକ ନାହାନ୍ତି। ବଜାରରେ ନୂଆ ନିଯୁକ୍ତି ନ ଥିବା ଜଣାପଡିଛି। ଅପରପକ୍ଷରେ ହାୟାରିଂ ଆଉଟଲୁକ(ନିଯୁକ୍ତି ଆଶା) ୧୫ ବର୍ଷର ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଥିବା ମ୍ୟାନ ପାଓ୍ବାର ଗ୍ରୁପ୍‌ ଏମ୍ପ୍ଲୟମେଣ୍ଟ ଆଉଟଲୁକ ସର୍ଭେ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୩ ମାସ ମଧ୍ୟରେ କେବଳ ୩% କମ୍ପାନୀ ନିଯୁକ୍ତି ଦେବା ଲାଗି ଯୋଜନା ରଖିଛନ୍ତି। ଆଗାମୀ ଦିନରେ ନିଯୁକ୍ତିର ସ୍ତର କିଭଳି ରହିବ ଏଥିରୁ ଅନୁମାନ ଲଗାଇ ହେବ। ବଜାର ଚଳିତ ଆର୍ଥତ୍କ ବର୍ଷରେ କ୍ଷତିଗ୍ରସ୍ତ ହୋଇ ରହିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। କାରବାର ଉନ୍ନତ ହେଉ ନ ଥିବାରୁ କମ୍ପାନୀଗୁଡିକ ସେମାନଙ୍କ ଖର୍ଚ୍ଚ କାଟ କରୁଛନ୍ତି। କରୋନା ମହାମାରୀ ସମୟରେ କମ୍ପାନୀଗୁଡିକରେ ବୃହତ୍‌ ସଂଖ୍ୟାରେ ଛଟେଇ ସାମ୍ନାକୁ ଆସିଥିଲା। ଏଭଳି ସ୍ଥିତିରେ ନୂଆ ନିଯୁକ୍ତି ନେଇ କମ୍ପାନୀ ଆଗ୍ରହ ଦେଖାଉ ନାହାନ୍ତି। ଦେଶର ପ୍ରମୁଖ ୮୦୦ କମ୍ପାନୀଙ୍କୁ ନେଇ ହୋଇଥିବା ନିଯୁକ୍ତି ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ମୁତାବକ, ଚଳିତ ଆର୍ଥତ୍କ ବର୍ଷର ଶେଷ ତ୍ରୈମାସରେ ମଧ୍ୟ କମ୍ପାନୀଗୁଡିକ ନୂଆ ନିଯୁକ୍ତି ଦେଲା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି। ମାତ୍ର ୭% ନିଯୁକ୍ତିଦାତା ବେତନ ବଢାଇବା ନେଇ ଯୋଜନା ରଖିଥିବା ବେଳେ ୩% ବେତନରେ ହ୍ରାସ ଏବଂ ବେତନ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିବାର ଯୋଜନା ନାହିଁ ବୋଲି ୫୪% କହିଛନ୍ତି। ସରକାର ଗ୍ରହଣ କରୁଥିବା ପଦକ୍ଷେପ ବଜାର ଉପରେ ଭଲ ପ୍ରଭାବ ପକାଇଲେ ଏହା ନିଯୁକ୍ତିକୁ ଉତ୍ସାହିତ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ୯ ମାସ ସୁଦ୍ଧା ନୂଆ ନିଯୁକ୍ତି ସମ୍ପର୍କରେ ବିଚାର କରାଯାଇପାରେ ବୋଲି ୪୪% ନିଯୁକ୍ତିଦାତା ମତ ଦେଇଛନ୍ତି। ସେହିଭଳି ନିଯୁକ୍ତିରେ ସ୍ଥିତାବସ୍ଥା ନେଇ ଠିକ୍‌ ଭାବେ କିଛି କହି ହେବ ନାହିଁ ବୋଲି ୪୨% ନିଯୁକ୍ତିଦାତା ମତ ଦେଇଛନ୍ତି। ସେହିଭଳି ବିଶ୍ୱ ବଜାର କଥା ବିଚାରକୁ ନେଲେ ପ୍ରମୁଖ ୪୩ ଦେଶ ମଧ୍ୟରୁ ୨୨ ଦେଶର ନିଯୁକ୍ତିଦାତା ଡିସେମ୍ବର ଶେଷ ସୁଦ୍ଧା ବେତନ ବଢାଇବା ନେଇ ଚିନ୍ତା କରୁଛନ୍ତି। ସେହିଭଳି ୧୬ଟି ଦେଶରେ ନିଯୁକ୍ତିଦାତା ବେତନରେ କୌଣସି ବୃଦ୍ଧି ନ କରିବା ନେଇ ଯୋଜନା ରଖିଛନ୍ତି। ତାଇଓ୍ବାନ, ଆମେରିକା, ତୁର୍କୀ,ଜାପାନ, ଗ୍ରୀସ୍‌ ଭଳି ଦେଶଗୁଡିକରେ ଶ୍ରମ ବଜାର ଦୃଢ ରହିବା ନେଇ ଆଶା ପ୍ରକଟ କରାଯାଇଛି। ସେହିଭଳି ପାନାମା, କୋଷ୍ଟାରିକା, ଦକ୍ଷିଣ ଆଫ୍ରିକା, କଲମ୍ବିଆ ଏବଂ ଇଂଲଣ୍ଡ ନିଯୁକ୍ତି ବଜାର ମାନ୍ଦା ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌...

‘ଖୁସିର ପର୍ବ’ ବିଜେତାଙ୍କୁ ସମ୍ବର୍ଦ୍ଧନା ଦେଲା ଟ୍ରେଣ୍ଡ୍‌ସ

ଭୁବନେଶ୍ୱର,୧୫।୧୦: ରିଲାଏନ୍ସ ରିଟେଲର ପ୍ରମୁଖ ୟୁନିଟ୍‌ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ ‘ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ସମ୍ପର୍କରେ ଶୁକ୍ରବାର ଘୋଷଣା...

ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର...

ଖଣିଜ କ୍ଷେତ୍ରରେ ନିବେଶ ଆକୃଷ୍ଟ ଲକ୍ଷ୍ୟ

ନୂଆଦିଲ୍ଲୀ,୧୭।୫-ଦେଶର ଖଣିଜ ଉତ୍ତୋଳନ କ୍ଷେତ୍ରରେ ଏଫ୍‌ଡିଆଇ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ଷ୍ଟେଟ...

ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ

ଭୁବନେଶ୍ୱର,୧୬।୧: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି। ଚାପ୍ଟରର ଅଧ୍ୟକ୍ଷ...

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ...

୧୮୬୧ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ,୨୬। ୩: ଭାରତୀୟ ପୁଞ୍ଜି ବଜାରର ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବୁଧବାର ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ ସେନ୍‌ସେକ୍ସ ସର୍ବାଧିକ ଦୈନିକ...

ହୋଣ୍ଡାର ଅଲ୍‌ ନ୍ୟୁ ଡିଓ ୧୨୫ଉନ୍ମୋଚିତ

ଭୁବନେଶ୍ୱର,୩୧।୭ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ଡିଓ ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ...

Advertisement
Archives

Model This Week