ଡିଜେଲଠାରୁ କିରୋସିନ ମହଙ୍ଗା

ଚଣ୍ଡିଖୋଲ,୨୪।୭(ଡି.ଏନ.ଏ.): ଗରିବ ଲୋକ ଘରେ ଡିବିରି ଓ ଲଣ୍ଠନ ଜାଳିବା ସହ ରନ୍ଧନ ପାଇଁ କିରୋସିନ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରିହାତିରେ କିରୋସିନ ଯୋଗାଇ ଦିଆଯାଉଛି। ମାତ୍ର ଏବେ ଏହାର ମୂଲ୍ୟ ୧୦୦ ଟପିଗଲାଣି। ୨୦୨୨ରୁ କିରୋସିନ ଦାମ ଦିନକୁ ଦିନ ବୃଦ୍ଧି ପାଉଛି। ଏପରି କି ୬ ମାସ ମଧ୍ୟରେ ଲିଟରପିଛା ୪୦ ଟଙ୍କା ବୃଦ୍ଧି ପାଇଥିବା ଦେଖାଯାଇଛି। ବର୍ତ୍ତମାନ ଡିଜେଲ ଲିଟର ପିଛା ୯୪.୬୧ ଟଙ୍କା ଥିବାବେଳେ କିରୋସିନ ଲିଟର ୧୦୨ ଟଙ୍କା ହୋଇଛି, ଯାହାକି ଡିଜେଲଠାରୁ କିରୋସିନ ଅଧିକ ଏବଂ ପେଟ୍ରୋଲ ସହ ସମାନ।
ଜାନୁୟାରୀରେ କିରୋସିନ ଲିଟର ୬୨ ଟଙ୍କା ଥିବାବେଳେ ଫେବୃୟାରୀରେ ଏହା ୧୨ ଟଙ୍କା ବଢି ୭୪ ଟଙ୍କାରେ ପହଞ୍ଚତ୍ଥିଲା। ପୁନର୍ବାର ଏପ୍ରିଲରେ ଏହା ଆଉ ୯ ଟଙ୍କା ବଢି ୮୩ ଟଙ୍କା ହୋଇଥିଲା। ୩ମାସ ଦାମ ସ୍ଥିର ରହିଥିବାବେଳେ ଜୁଲାଇରେ ଏହା ୧୦୨ ଟଙ୍କା ହୋଇଛି। ପ୍ରତ୍ୟେକ ବ୍ଲକସ୍ତରରେ ରହିଥିବା ହୋଲସେଲରମାନେ ୯୯ ଟଙ୍କା ମୂଲ୍ୟରେ ରିଟେଲରଙ୍କୁ ଲିଟର ପିଛା ହିସାବରେ ବିକ୍ରି କରିବେ। ଏହାକୁ ରିଟେଲରମାନେ ଆଣି ତାଙ୍କର ଖର୍ଚ୍ଚ ଓ ଲାଭକୁ ମିଶାଇ ୧୦୨ ଟଙ୍କାରେ ବିକ୍ରି କରୁଥିବା ଦେଖାଯାଉଛି। ସେଥିପାଇଁ ରିଟେଲର ଓ ହୋଲସେଲରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଯାଜପୁର ଜିଲା ବଡ଼ଚଣା ବ୍ଲକରେ ସିଟି କିରୋସିନ ହୋଲସେଲର ଭାବେ ନିଯୁକ୍ତି ପାଇଛି। ହେଲେ ଜୁଲାଇରେ କିରୋସିନ ଆଦୌ ନ ଉଠାଇବା ପାଇଁ ନିଷ୍ପତ୍ତି ହୋଇଥିବା ସିଟି କିରୋସିନର ପୋପ୍ରାଇଟର ବଜରଙ୍ଗଲାଲ ଶର୍ମା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ କୌଣସି ରିଟେଲର ଏତେ ଦାମ ଦେଇ କିରୋସିନ ନେବାକୁ ରାଜି ନୁହନ୍ତି। ଯେହେତୁ ଅତ୍ୟଧିକ ମୂଲ୍ୟ ବୃଦ୍ଧି ପାଇଲା ସେଥିନେଇ ଗ୍ରାହକ ବି କିରୋସିନ ନେବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ଏହି ତେଲ ପୂର୍ବରୁ ପରିବାର ପିଛା ୩ ଲିଟର ଦିଆଯାଉଥିଲା। ପରେ ଏହାକୁ ୨.୫ ଲିଟରକୁ କମାଇ ଦିଆଗଲା। ୨୦୨୨ ଜାନୁୟାରୀରେ ଏହାକୁ ୧.୨୫୦ ଲିଟର ଲେଖାଏ ପରିବାର ପିଛା ଦିଆଯିବାକୁ ସ୍ଥିର କରାଯାଇଥିଲା। ତେବେ ଚଳିତ ମାସରେ ଏହି କୋଟା କମାଯାଇ ପରିବାରକୁ ୧ ଲିଟର ୧୦୦ ମିଲି ଦେବାକୁ ସରକାରଙ୍କ ପକ୍ଷରୁ ସ୍ଥିର ହୋଇଛି। ତାକୁ ନେବାକୁ ମଧ୍ୟ ଗ୍ରାହକ ଆସୁନାହାନ୍ତି। ସମୟ ଥିଲା ଘରେ ଡିବିରି, ଲଣ୍ଠନ ଜଳାଇବା ପାଇଁ କିରୋସିନର ଯଥେଷ୍ଟ ଆବଶ୍ୟକତା ରହିଥିଲା। ବର୍ଷାଦିନରେ ରୋଷେଇ ପାଇଁ କିରୋସିନକୁ ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ଗାଁକୁ ବିଦ୍ୟୁତ୍‌ ଯୋଗାଣ ହୋଇଥିବା ବେଳେ ଏବେବି ବହୁ ଆଦିବାସୀ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହଁି। ସେମାନେ କିରୋସିନ ଉପରେ ନିର୍ଭର କରି ଚଳିଥାନ୍ତି। ବିଦ୍ୟୁତ୍‌ କାଟ ସମୟରେ ମଧ୍ୟ କିରୋସିନର ଯଥେଷ୍ଟ ଆବଶ୍ୟକତା ରହିଥାଏ। ତେବେ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଗରିବ ଲୋକେ କିରୋସିନ କିଣିବା ସମ୍ଭବ ହେଉନାହଁି, ଏହାଦ୍ୱାରା ସିଧାସଳଖ ଗରିବ, ଦଳିତ ଓ ଆଦିବାସୀ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଦର କମାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଜିଲା ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁ ରିଟେଲର କିରୋସିନ ଉଠାଇବାକୁ ରାଜିନୁହନ୍ତି। ଦୁଇମାସ ହେବ ଜିଲାର ରିଟେଲର କିରୋସିନ ଆଣୁନାହାନ୍ତି। କେବଳ ସେମାନଙ୍କ ପାଖରେ ଗଚ୍ଛିତ ଥିବା କିରୋସିନ ବିକ୍ରି କରୁଥିବେ। ଏପରି କି ମୂଲ୍ୟବୃଦ୍ଧି ଯୋଗୁ ସାଧାରଣରେ କିରୋସିନ ବିକ୍ରି କଷ୍ଟକର ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?