ଇସ୍ରାଏଲ୍‌ରେ ଗଲା କେରଳୀଙ୍କ ଜୀବନ

ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍‌କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ ରକେଟ ମାଡ଼ କରାଯାଇଛି। ଏହାର ଜବାବରେ ହମାସ୍‌ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି। ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣରେ ୨ ଇସ୍ରାଏଲ୍‌ ନାଗରିକ ଏବଂ ଅନୂ୍ୟନ ୧୬ ଆତଙ୍କବାଦୀ ନିହତ ହୋଇଛନ୍ତି। ପାଲେଷ୍ଟାଇନ୍‌ର ୨୮ ମୃତକଙ୍କ ମଧ୍ୟରେ ୧୦ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ୨ ମହିଳାଙ୍କ ମଧ୍ୟରୁ ଜଣେ କେରଳର ସୌମ୍ୟା ବୋଲି ଜଣାପଡ଼ିଛି।
ଇଡୁକ୍କି ଜିଲାର ଆଦିମାଲି ନିକଟ କାଞ୍ଜିରାମଥନମ୍‌ ବାସିନ୍ଦା ୩୦ ବର୍ଷୀୟା ସୌମ୍ୟା ଇସ୍ରାଏଲ୍‌ସ୍ଥିତ ଆଶ୍‌କେଲୋନ୍‌ ସହରର ଏକ ଘରେ କେୟାରଟେକର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗାଜା-ଇସ୍ରାଏଲ୍‌ ସୀମାନ୍ତ ଆଶ୍‌କେଲୋନ୍‌ରେ ଥିବାବେଳେ ମୋର୍ଟାର ସେଲ୍‌ ଆକ୍ରମଣ ହୋଇଥିଲା। କୋଠାଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସୌମ୍ୟାଙ୍କ ସହ ଅନ୍ୟ ଜଣେ ମହିଳା ଏଥିରେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ୍‌ରେ ରହୁଥିବା ତାଙ୍କ ଭଉଣୀ ଶେର୍ଲି ବେନ୍ନି ଏହି ମୃତ୍ୟୁ ଖବର ଦେଇଛନ୍ତି। ସୌମ୍ୟା ସେଠାରେ ୭ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ସେ ୨୦୧୭ରେ କେରଳ ଆସିଥିଲେ। ତାଙ୍କ ମୃତଦେହ ଆଣିବା ପାଇଁ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସିନେଟ୍‌ରେ ଦେଖିନେବି’

ଓ୍ବାଶିଂଟନ,୧୫ା୧:୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରେ ଏକଚ୍ଛତ୍ରବାଦୀ ନେତା ଥିଲେ। ହ୍ବାଇଟ୍‌ ହାଉସ୍‌କୁ ଦ୍ୱିତୀୟ ଥର ଯିବା ପାଇଁ ଦଳରେ ସେ ଏକମାତ୍ର...

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ତାଇଓ୍ବାନ୍‌ରେ ହେଲିକପ୍ଟର ଦୁର୍ଘଟଣା: ସେନାଧ୍ୟକ୍ଷଙ୍କ ସମେତ ୮ ମୃତ

ତାଇପେଇ,୩ା୧:ତାଇଓ୍ବାନର ତାଇପେଇଠାରେ ଏକ ସେନା ହେଲିକପ୍ଟର ପାହାଡରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସେନାଧ୍ୟକ୍ଷ ଶେନ୍‌ ୟି-ମିଙ୍ଗଙ୍କ ସମେତ ୮ ସୈନ୍ୟ ପ୍ରାଣ...

୧୫ ଦଗ୍ଧ, ୪୦୦ ନିଖୋଜ

କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ...

ଚାଇନାର କରୋନା ଟିକା ନେବା ପରେ ଏମିତି କହିଲେ ୟୁଏଇର ପ୍ରଧାନମନ୍ତ୍ରୀ

ଦୁବାଇ,୩।୧୧-ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାକୁ ପ୍ରୟୋଗ କରାଯାଇଛି। ଏ ନେଇ ଶେଖ...

କୋଭାକ୍ସ କାର୍ଯ୍ୟକ୍ରମକୁ ଗ୍ରେଟାଙ୍କ ସହାୟତା

ଜେନେଭା, ୨୦।୪: ଗରିବ ଦେଶଗୁଡ଼ିକୁ କୋଭିଡ୍‌ ଟିକା ଯୋଗାଣରେ ପାତରଅନ୍ତରକୁ ନେଇ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ସମାଲୋଚନା କରିଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା...

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ...

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ...

Advertisement


Archives

Model This Week

Why Dharitri