Posted inଜାତୀୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ଜୋସେଫ

ଥିରୁଭାନନ୍ତମପୁରମ,୧୩।୯: କେରଳର ପୂର୍ବତନ ମନ୍ତ୍ରୀ ତଥା ଜନତା ଦଳର ବରିଷ୍ଠ ନେତା ପ୍ରଫେସର ଏନ୍‌ଏମ୍‌ ଜୋସେଫଙ୍କ ପରଲୋକ ଘଟିଛି। ୭୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମଙ୍ଗଳବାର ସକାଳେ ପାଲା ମେରିୟନ୍‌ ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ରୀତିନୀତିରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ। ମଙ୍ଗଳବାର ଅପରାହ୍ନ ୪ଟାରେ ତାଙ୍କ ମୃତଦେହ ପାଲା କଡାପଟ୍ଟୁର ସ୍ଥିତ ବାସଭବନକୁ ଅଣାଯିବ। ଏନେଇ ଜୋସେଫଙ୍କ ପରିବାରଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଜୋସେଫଙ୍କ ବିୟୋଗରେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶୋକବ୍ୟକ୍ତ କରିଛନ୍ତି। ଏଥିସହ ତାଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୪୩ ଅକ୍ଟୋବର ୧୮ରେ ଜୋସେଫ ଜନ୍ମଗ୍ରହଣ କରିଥିଲେ। ସେ ଯୁବ କଂଗେସରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଯୁବ କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ହୋଇଥିଲେ। ୧୯୭୭ରେ ଜୋସେଫ ଜନତା ଦଳରେ ଯୋଗଦେଇଥିଲେ। ୧୯୮୭ରୁ ୧୯୯୧ ପର୍ଯ୍ୟନ୍ତ ଏକେ ନାୟନରଙ୍କ ସରକାରରେ ସେ ଜଙ୍ଗଲବିଭାଗର ମନ୍ତ୍ରୀ ଥିଲେ। ଏତଦ୍‌ ବ୍ୟତୀତ ପାଲାର ସେଣ୍ଟ ଥୋମାସ୍‌ କଲେଜରେ ସେ ଅର୍ଥନୀତିର ପ୍ରଫେସର ମଧ୍ୟ ରହିଥିଲେ। ସେହିପରି ଜୋସେଫ କେରଳରେ ଜନତା ଦଳର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଲେ ପୀଡ଼ିତାଙ୍କ ବାପା

ଖାଣ୍ଡଓ୍ବା,୨୯।୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ବାପା ଏବଂ ମାମଁୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ...

୬୬ରେ ପହଞ୍ଚିଲା ରାଜଧାନୀର କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୭।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ମଧ୍ୟ ବଢି ଚାଲିଛି। ଶୁକବ୍ରାର ସୁଦ୍ଧା ସଙ୍ଗମ...

ଲକ୍ଷ୍ନୌ, ନଏଡାରେ ରହିବେ ପୋଲିସ କମିଶନର

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ନଏଡାରେ କମିଶନରେଟ ବ୍ୟବସ୍ଥା ଲାଗୁ କରିବାକୁ ନେଇ ସୋମବାର ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ...

୪୯ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ: ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ବୁଧବାର ବିଜୟ ଦିବସ ପାଳିତ ହେଉଛି । ୪୯ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା...

ସିନ୍ଥିରେ ସିନ୍ଦୁର ଦେଇ କହିଲେ ଏବେ ତୁମେ ମୋ’ ସ୍ତ୍ରୀ, ପରେ ନେଲେ ଏମିତି ପ୍ରତିଶୋଧ

ଭୋପାଳ,୨୩ା୬: ଜଣେ ଯୁବତୀ ଜଣେ ଯୁବକଙ୍କୁ ପୂରା ବିଶ୍ୱାସ କରିନେଇଥିଲେ। ଯୁବତୀ ଭାବିଲେ ୟାଙ୍କୁ ହିଁ ବିବାହ କରିବି। ୩ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ...

୮ ମାସର ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ...

ଜୁଲାଇ ୨୪ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୧।୭: ମୌସୁମୀ ଅଧିବେଶନର ଆଜି ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ମଣିପୁର ଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି। ଲୋକ...

ଶ୍ରୀନଗରରେ ରାଜ୍ୟପାଳଙ୍କୁ ଭେଟିଲେ ଡୋଭାଲ

ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା...

Advertisement
Archives

Model This Week