Posted inଜାତୀୟ

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି ନୂଆ ସଂକ୍ରମଣ। କରୋନା ସହ ‘ଶିଗେଲା’ ନାମକ ଏକ ବ୍ୟାକ୍ଟେରିଆ କବଳରେ ନ ପଡିବାକୁ ଏବେ କେରଳବାସୀ ଆହୁରି ସତର୍କ ହୋଇଛନ୍ତି। କୋଝିକୋଡ ଜିଲାରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଏଥିରେ ମୃତ୍ୟୁ ଘଟିବା ସହ ୬ ଜଣ ସଂକ୍ରମିତ ହେବା ଏବଂ ଅନେକ ସନ୍ଦିଗ୍ଧ ଥିବା ସରକାରଙ୍କୁ ସତର୍କ ରହିବାକୁ ବାଧ୍ୟ କରିଛି।
ବ୍ୟାକ୍ଟେରିଆ ଜନିତ ସଂକ୍ରମଣକୁ ଶିଗେଲୋସିସ୍‌ କୁହାଯାଏ। ଏହି ଜୀବାଣୁ ମୁଖ୍ୟତଃ ମଣିଷ ଅନ୍ତନଳୀକୁ ସଂକ୍ରମିତ କରୁଥିବା ଜଣାଯାଇଛି। ଆକ୍ରାନ୍ତଙ୍କଠାରେ ଜ୍ୱର, ପେଟ ଯନ୍ତ୍ରଣା, ମଳରେ ରକ୍ତ ପଡିବା ଭଳି ଲକ୍ଷଣ ଦେଖାଯାଉଛି। ସାଧାରଣତଃ ବ୍ୟାକ୍ଟେରିଆ କବଳକୁ ଆସିବାର ୭ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଉଛି। ଛୋଟ ପିଲା ବିଶେଷ କରି ୫ ବର୍ଷରୁ କମ୍‌ ବୟସ ଶିଶୁଙ୍କ କ୍ଷେତ୍ରରେ ଇନ୍‌ଫେକ୍ସନର ମାତ୍ରା ଅଧିକ ପରିମାଣରେ ଦେଖିବାକୁ ମିଳିଛି। ଡାଇରିଆ ସମସ୍ୟା ନେଇ କୋଝିକୋଡ୍‌ ଡାକ୍ତରଖାନା ଆସିଥିବା ଜଣେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ଏହି ଜୀବାଣୁ ସମ୍ପର୍କରେ ଜଣାପଡିଥିଲା।
ଦୂଷିତ ଖାଦ୍ୟ କିମ୍ବା ପାଣିକୁ ସଂକ୍ରମଣର ମୁଖ୍ୟ କାରଣ କୁହାଯାଉଛି। ଜଣଙ୍କଠାରୁ ଅନ୍ୟ ଜଣକୁ ଏହା ସଂକ୍ରମିତ ହେଉଥିବାରୁ କରୋନା ଭଳି ସତର୍କତା ଓ ପରିଷ୍କାର ପରିଚ୍ଛନ୍ନତା ଆପଣାଇବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସେହିପରି ସଂକ୍ରମିତଙ୍କଠାରୁ ଦୂରତା ରଖିବା, ଭିଡ଼ ସ୍ଥାନକୁ ନ ଯିବା, ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ନମୁନା ପରୀକ୍ଷା କରାଇ ନେବାକୁ କୁହାଯାଉଛି। ତେବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri