Posted inଜାତୀୟ

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି ନୂଆ ସଂକ୍ରମଣ। କରୋନା ସହ ‘ଶିଗେଲା’ ନାମକ ଏକ ବ୍ୟାକ୍ଟେରିଆ କବଳରେ ନ ପଡିବାକୁ ଏବେ କେରଳବାସୀ ଆହୁରି ସତର୍କ ହୋଇଛନ୍ତି। କୋଝିକୋଡ ଜିଲାରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଏଥିରେ ମୃତ୍ୟୁ ଘଟିବା ସହ ୬ ଜଣ ସଂକ୍ରମିତ ହେବା ଏବଂ ଅନେକ ସନ୍ଦିଗ୍ଧ ଥିବା ସରକାରଙ୍କୁ ସତର୍କ ରହିବାକୁ ବାଧ୍ୟ କରିଛି।
ବ୍ୟାକ୍ଟେରିଆ ଜନିତ ସଂକ୍ରମଣକୁ ଶିଗେଲୋସିସ୍‌ କୁହାଯାଏ। ଏହି ଜୀବାଣୁ ମୁଖ୍ୟତଃ ମଣିଷ ଅନ୍ତନଳୀକୁ ସଂକ୍ରମିତ କରୁଥିବା ଜଣାଯାଇଛି। ଆକ୍ରାନ୍ତଙ୍କଠାରେ ଜ୍ୱର, ପେଟ ଯନ୍ତ୍ରଣା, ମଳରେ ରକ୍ତ ପଡିବା ଭଳି ଲକ୍ଷଣ ଦେଖାଯାଉଛି। ସାଧାରଣତଃ ବ୍ୟାକ୍ଟେରିଆ କବଳକୁ ଆସିବାର ୭ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଉଛି। ଛୋଟ ପିଲା ବିଶେଷ କରି ୫ ବର୍ଷରୁ କମ୍‌ ବୟସ ଶିଶୁଙ୍କ କ୍ଷେତ୍ରରେ ଇନ୍‌ଫେକ୍ସନର ମାତ୍ରା ଅଧିକ ପରିମାଣରେ ଦେଖିବାକୁ ମିଳିଛି। ଡାଇରିଆ ସମସ୍ୟା ନେଇ କୋଝିକୋଡ୍‌ ଡାକ୍ତରଖାନା ଆସିଥିବା ଜଣେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ଏହି ଜୀବାଣୁ ସମ୍ପର୍କରେ ଜଣାପଡିଥିଲା।
ଦୂଷିତ ଖାଦ୍ୟ କିମ୍ବା ପାଣିକୁ ସଂକ୍ରମଣର ମୁଖ୍ୟ କାରଣ କୁହାଯାଉଛି। ଜଣଙ୍କଠାରୁ ଅନ୍ୟ ଜଣକୁ ଏହା ସଂକ୍ରମିତ ହେଉଥିବାରୁ କରୋନା ଭଳି ସତର୍କତା ଓ ପରିଷ୍କାର ପରିଚ୍ଛନ୍ନତା ଆପଣାଇବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସେହିପରି ସଂକ୍ରମିତଙ୍କଠାରୁ ଦୂରତା ରଖିବା, ଭିଡ଼ ସ୍ଥାନକୁ ନ ଯିବା, ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ନମୁନା ପରୀକ୍ଷା କରାଇ ନେବାକୁ କୁହାଯାଉଛି। ତେବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ...

ଶ୍ରୀନଗରରେ ରାଜ୍ୟପାଳଙ୍କୁ ଭେଟିଲେ ଡୋଭାଲ

ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା...

ହୋମ୍‌ ସର୍ଭିସ୍‌ ଦେଉଥିବା ସେଲୁନ୍‌ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା

ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ...

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ

ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ...

ଶ୍ରମିକଙ୍କୁ ଆନ୍ତଃ ରାଜ୍ୟ ଯାତାୟାତ ମନା

ନୂଆଦିଲ୍ଲୀ,୨୦ା୪(ପି.ଟି.): ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ସେହି ରାଜ୍ୟରେ କାର୍ଯ୍ୟ କରିବା ଲାଗି ସୁଯୋଗ ପ୍ରଦାନ କରାଯିବ। ସେମାନେ କେତେକ...

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ...

ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…

ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି...

ମହିଳା ଦିବସରେ ‘ଡ୍ରିମ୍‌ ପ୍ରୋଜେକ୍ଟ’ ଲଞ୍ଚ୍‌ କଲେ ନୀତା ଅମ୍ବାନୀ

ମୁମ୍ବାଇ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ ନୀତା ଅମ୍ବାନୀ ‘ଦ ହର୍‌ ସର୍କଲ, ଏଭ୍ରିବଡି ପ୍ରୋଜେକ୍ଟ’ ଆରମ୍ଭ କରି ଏକ ନୂତନ...

Advertisement
Archives

Model This Week