Posted inଖେଳ

ଡୋପିଂ ମାମଲାରେ କେନିଆ ଧାବକ ବାସନ୍ଦ

ମୋନାକୋ, ୧୮ା୫ (ପି.ଟି.): କେନିଆ ଦୂରଗାମୀ ଧାବକ ରୋନେକ୍ସ କିପ୍ରୁଟୋଙ୍କୁ ଡୋପିଂ ମାମଲାରେ ବୁଧବାର ବାସନ୍ଦ କରାଯାଇଛି। ୨୦୧୯ ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ବର୍ଗ ରେସ୍‌ରେ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ବୁଧବାର ଆଥ୍‌ଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍‌(ଏଆଇୟୁ) ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ଆଥ୍‌ଲେଟିକ ବାୟୋଲୋଜିକାଲ ପାସପୋର୍ଟ ଆଧାରରେ କିପ୍ରୁଟୋଙ୍କୁ ବାସନ୍ଦ କରାଯାଇଥିବା ପ୍ରକାଶ କରିଛି ଏଆଇୟୁ। ରକ୍ତ ନମୁନାରେ ହୋଇଥିବା ପରିବର୍ତ୍ତନକୁ ବାୟୋଲୋଜିକାଲ ପାସପୋର୍ଟ ସହଜରେ ନିର୍ଦ୍ଧାରଣ କରିଥାଏ। ଫଳରେ ରକ୍ତରେ ଥିବା ଅବୈଧ ପଦାର୍ଥକୁ ମଧ୍ୟ ଚିହ୍ନଟ କରାଯାଏ। ମାତ୍ର ୧୯ ବର୍ଷ ବୟସରେ କିପ୍ରୁଟୋ ୨୦୧୯ ଦୋହା ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ଦୌଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉଗାଣ୍ଡାର ଜୋଶୁଆ ଚେପ୍ଟେଗେଇ ଏଠାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାର କିଛି ମାସ ପରେ ସ୍ପେନ୍‌ର ଭାଲେନ୍ସିଆରେ ଅନୁଷ୍ଠିତ ଏକ ୧୦ କିମି ରୋଡ୍‌ ରେସ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।
ଟୋକିଓ ଅଲିମ୍ପିକ୍ସରେ ସେ ନବମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri