ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ ତାଳଧ୍ୱଜ। ଏହି ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇଥାନ୍ତି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହି କ୍ଷେତ୍ରର ରଥଯାତ୍ରା ଅନ୍ୟ କ୍ଷେତ୍ରଠାରୁ ସାମାନ୍ୟ ଭିନ୍ନ। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ରୀତିନୀତିରେ କିଛିଟା ଭିନ୍ନତା ଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ଅନୁକରଣ କରାଯାଉଛି। ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବାରୁ ନବକଳେବର ସମ୍ପୂର୍ଣ୍ଣ ହୁଏ ନାହିଁ। ଏହା ବ୍ୟତୀତ ବ୍ରହ୍ମ ତାଳଧ୍ୱଜ ରଥରେ ଶ୍ରୀଜୀଉଙ୍କ ବିରାଜମାନ ପରେ ଗୁଣ୍ଡିଚା ଦିନ ମାତ୍ର ୧୦୦ ମିଟର ରଥ ଟଣା ହୋଇଥାଏ। ତା’ପରଦିନ ଏହି ରଥଯାତ୍ରା ସମ୍ପୂର୍ଣ୍ଣ ହୁଏ। ଅନ୍ୟପକ୍ଷେ ଶ୍ରୀକ୍ଷେତ୍ରରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ରଥକୁ ଆସିଥାଆନ୍ତି। ମାତ୍ର ତୁଳସୀ କ୍ଷେତ୍ରରେ ଏକସଙ୍ଗରେ ବା ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଥାନ୍ତି। ବାହୁଡ଼ା ପରଦିନ ଶ୍ରୀକ୍ଷେତ୍ରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏହି ସମୟରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଏ।
ରଥଯାତ୍ରାକୁ ନେଇ ସେବାୟତ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ରଥଯାତ୍ରା ସମୟରେ ଘଟିଥିବା ୨ଟି ଘଟଣା ଏବେ ବି ଲୋକମୁଖରେ ଶୁଣାଯାଉଛି। ୧୮୯୭ରେ ହଇଜା ପ୍ରବଳ ବ୍ୟାପିଥିଲା। ସେହିବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ମୁକୁଟର କିଛି ଅଂଶ ପୋଡ଼ି ଯାଇଥିଲା। ମଣ୍ଡପରୁ ରଣାସାପ ବାହାରିଥିଲା। ଏପରି ଘଟଣା ପରେ କୌଣସି ବଡ଼ ଧରଣର ବିପଦ ଆସିବ ବୋଲି ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିଥିଲା। ସେହିପରି ୧୯୧୭ରେ ରଥ ଚକ ଭାଙ୍ଗିବା ଘଟଣା ଏବେ ବି ଜନମୁଖରେ ଅଛି। ଚଳିତ ରଥଯାତ୍ରା ସମ୍ପର୍କରେ ସେବାୟତ ନରୋତ୍ତମ କର କୁହନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀବଳଦେବ ଜୀଉ ଅଧିପତି। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ତେବେ ୨ବର୍ଷ ଧରି କରୋନା ସଂକ୍ରମଣ ଲାଗି ଭଗବାନ ଓ ଭକ୍ତଙ୍କ ମିଳନ ହୋଇ ନ ଥିଲା। ଚଳିତ ବର୍ଷ ରଥଯାତ୍ରା ପୁନର୍ବାର ଆରମ୍ଭ ହେଉଥିବାରୁ କେବଳ ଶ୍ରଦ୍ଧାଳୁ ନୁହନ୍ତି, ମନ୍ଦିର ସହ ସମ୍ପୃକ୍ତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଯାଇଛି। ୨ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ସର୍ବାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥରେ ଶ୍ରୀଜୀଉଙ୍କ ଦର୍ଶନ ଓ ସେବାକୁ ନେଇ ଶ୍ରଦ୍ଧାଳୁମାନେ ବହୁ ଉତ୍ସାହିତ ଅଛନ୍ତି।
-ଜଗନ୍ନାଥ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?