କେନ୍ଦ୍ରାପଡ଼ା କୁଜି ମେଣ୍ଢା ସଂରକ୍ଷଣରେ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ,୭ା୪: କେନ୍ଦ୍ରାପଡ଼ା ଜିଲାର କୁଜି ମେଣ୍ଢାଙ୍କୁ ଦ୍ରୁତଗତିରେ ସନ୍ତାନ ଉତ୍ପାଦ କ୍ଷମତା ପାଇଁ ଜାତୀୟସ୍ତରରେ ମାନ୍ୟତା ମିଳିଛି। ଫେକବି ଜିନ୍‌ ଥିବା ଏହି ଗୃହପାଳିତ ପଶୁର ସଂରକ୍ଷଣ ସହ ଉଚ୍ଚତର ଗବେଷଣା ଆବଶ୍ୟକ। କେନ୍ଦ୍ରାପଡ଼ା ମେଣ୍ଢା ଜାତୀୟସ୍ତରରେ ୨୦୧୬ରୁ ମାନ୍ୟତା ପାଇଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ନୁହନ୍ତି। ସଂରକ୍ଷଣ ଓ ଗବେଷଣା ପାଇଁ ଜାତୀୟସ୍ତରର ମାନ୍ୟତାପ୍ରାପ୍ତ ବିଞ୍ଝାରପୁରୀ ଗାଈ ଓ ବାଛୁରୀଙ୍କୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ପ୍ରାଣୀ ସମ୍ପଦ ବିଭାଗକୁ ନିଆଯାଇଥିବା ବେଳେ କେନ୍ଦ୍ରାପଡ଼ା ମେଣ୍ଢା ପ୍ରତି ଅଣଦେଖା କରାଯାଇଛି। ଅପରପକ୍ଷରେ ୨୦୨୧ ଓ ୨୦୨୩ରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬୦ରୁ ଊର୍ଦ୍ଧ୍ୱ ମେଣ୍ଢାଙ୍କ ଜୀବନ ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। ସେହିପରି ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ଚାରଣଭୂମି ଏବେ ଜବରଦଖଲକୁ ଚାଲିଯାଉଛି। ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବାରୁ କୁଜିମେଣ୍ଢା ଜିଲା ଅର୍ଥନୀତିରେ ସାମିଲ ହୋଇ ପାରୁ ନ ଥିବା ସ୍ଥାନୀୟ ଜିଲାର ଚାଷୀ, ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ କଂସାର ଗ୍ରାମର ମେଣ୍ଢା ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଗ୍ରାମ୍ୟ ଅର୍ଥନୀତିରେ ଛେଳି, ମେଣ୍ଢା, ଗାଈ, କୁକୁଡା ଆଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିପଦଆପଦ ସମୟରେ ଏହି ପଶୁପକ୍ଷୀ ସାହା ହୋଇଥା’ନ୍ତି। ଏଥିମଧ୍ୟରୁ ମେଣ୍ଢାଚାଷ ଲାଭଦାୟକ। ତେବେ ସରକାରୀ ପ୍ରୋତ୍ସାହନ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନି। ସେହିପରି ଗ୍ରାମାଞ୍ଚଳରେ ପାଳିତ ମେଣ୍ଢାଙ୍କ ବୀମା ନ ଥିବାରୁ ଦୁର୍ଘଟଣାଜନିତ ମୃତ୍ୟୁରେ କ୍ଷତିପୂରଣ ମିଳୁନାହିଁ। ୨୦୨୧ରେ ଡେରାବିଶ ବ୍ଲକ ପରେ ଗତ ସପ୍ତାହରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୪୩ଟି ମେଣ୍ଢା ଅଜଣା ଜନ୍ତୁର ଶିକାର ହୋଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ମେଣ୍ଢା ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ମିଳି ନ ଥିବା ବେଳେ ଚାରଣଭୂମିର ସମସ୍ୟା ଦେଖାଦେଇଛି। ମେଣ୍ଢାଚାଷ ପାଇଁ ସହଜରେ ବ୍ୟାଙ୍କ ଋଣ ଓ ଚିକିତ୍ସା ସୁବିଧା ମିଳୁ ନ ଥିବା ଚାଷୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ପ୍ରସନ୍ନ କୁମାର ଧଳ କହିଛନ୍ତି, ପ୍ରାଣୀଧନ ବିକାଶ ପାଇଁ କେନ୍ଦ୍ରର ରାଷ୍ଟ୍ରୀୟ କୃଷି ଯୋଜନା ଓ ରାଜ୍ୟ କୃଷି ବିଭାଗର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ରାପଡ଼ା ଜିଲାରେ ଏହା କାଗଜପତ୍ରରେ ସୀମିତ ହୋଇଛି। ପ୍ରତିବର୍ଷ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୦୦ ଗଣନା ଅନୁଯାୟୀ ଜିଲାରେ ମୋଟ ୧୪,୮୮୫ ମେଣ୍ଢା ଥିବାବେଳେ ଏବେ ପ୍ରାୟ ୧୨% ହ୍ରାସ ପାଇଛି। ମହାବାତ୍ୟା ପରେ ଜିଲା ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ପ୍ରାୟ ୬୯% ଚାଷକୁ ଆଦରି ଥିବା ବେଳେ ୪୭% କ୍ଷେତ ଓ ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ଭରସା ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତୃଣମୂଳ ଚାଷୀଙ୍କ ତାଲିମ, ଋଣ, ବଜାର, ମଣ୍ଡି ଆଦି ବ୍ୟବସ୍ଥା କରିପାରିଲେ ମେଣ୍ଢା ଚାଷ ଜିଲାର ଅର୍ଥନୀତିରେ ସହଯୋଗୀ ହୋଇପାରିବ। ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଦେବୀପ୍ରସାଦ ସାହୁ କହିଛନ୍ତି, ୨୦୧୬ରେ କେନ୍ଦ୍ରାପଡ଼ା ମେଣ୍ଢାକୁ ପଶ୍ଚିମବଙ୍ଗର ଗାରୋଲ ମେଣ୍ଢା ପରେ ଫେକବି ଜିନ ଥିବା ଜଣାପଡିଥିଲା। ଏହାପରେ କେନ୍ଦ୍ରାପଡ଼ା କୁଜିମେଣ୍ଢାର ପରିଚୟ ଜାତୀୟସ୍ତରରେ ମିଳିଛି। ଏହି ଜିନ ଯୋଗୁ ଏକକାଳୀନ ୩ରୁ ୪ଟି ସନ୍ତାନ ମିଳିଥାଏ। ଏ ପ୍ରକାର ମେଣ୍ଢା ପ୍ରାୟ ୧୫ ମାସ ମଧ୍ୟରେ ସନ୍ତାନ ଉପତ୍ାଦନ କ୍ଷମତା ହାସଲ କରିଥିବା ବେଳେ ୧୫୦ ଦିନରେ ଛୁଆ ଜନ୍ମ କରିଥାନ୍ତି। ମେଣ୍ଢାଙ୍କ ମାଂସ, ଚମଡ଼ା, ଲୋମ ସହ ହାଡ଼କୁ ବିଭିନ୍ନ ଭାବରେ ଉପଯୋଗ କରାଯାଇଥାଏ। ପ୍ରାପ୍ତ ବୟସ୍କଙ୍କ ଓଜନ ପ୍ରାୟ ୩୦ କେଜି ହୋଇଥିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳାଇବାରେ ସକ୍ଷମ ହୋଇଥାଏ। କୁଜି ମେଣ୍ଢାର ସଂରକ୍ଷଣ ଓ ପ୍ରୋତ୍ସାହନ ସମ୍ପର୍କରେ ସିଡିଭିଓ ଡା. ଦୀପ୍ତି ମହାପାତ୍ରଙ୍କୁ ପଚାରିବାରେ ଜିଲାର କୁଜି ମେଣ୍ଢା ପ୍ରଜାତିକୁ ଜାତୀୟ ମାନ୍ୟତା ମିଳିଛି। ତେବେ ଏହି ପ୍ରଜାତି ସଂରକ୍ଷଣ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ଅଦ୍ୟାବଧି ନାହିଁ। ଗୃହପାଳିତ ପଶୁପକ୍ଷୀଙ୍କ ପାଳନ କ୍ଷେତ୍ରରେ ପ୍ରୋତ୍ସାହନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ବହୁ ଚାଷୀ ସାମିଲ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?