କେନ୍ଦ୍ରାପଡ଼ା: ୩୧୨ ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୫ା୫: ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ ଏହି ଆକଳନ କରିଛନ୍ତି। ଏହାକୁ ନେଇ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାବାସୀ ଆତଙ୍କିତ ହୋଇପଡିଛନ୍ତି। କାରଣ ସେମାନେ ଆଖି ଆଗରେ ୧୯୯୯ ମହାବାତ୍ୟାର କରାଳ ରୂପକୁ ଦେଖିଛନ୍ତି। ଏହା ଭିତରେ ଓଡ଼ିଶାରେ ଅନେକ ବାତ୍ୟା ଯାଇଥିବା ବେଳେ ୨୦୨୧ ୟାସ୍‌କୁ ଜିଲାବାସୀ ସମ୍ମୁଖୀନ ହୋଇଥିଲେ। ବତ୍ୟା ଯୋଗୁ ଧନ ଓ ଜୀବନ ସହ ପରିବେଶ ନଷ୍ଟ ହୋଇଛି। ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏ ନେଇ ବୈଠକ କରୁଥିଲେ ହେଁ ବର୍ଷାଦିନ ପୂର୍ବରୁ ଯେଉଁ ଦୁର୍ବଳ ନଦୀବନ୍ଧ ମରାମତି କରାଯିବା କଥା ତାହା ଅଦ୍ୟାବଧି ସରିନାହିଁ। ବାତ୍ୟା ସମୟରେ ଜୀବନ ବଞ୍ଚାଇବା ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବା ୩୧୨ ବାତ୍ୟା ଆଶ୍ରୟସ୍ଥଳକୁ ଜିଲା ପ୍ରଶାସନ ଅସୁରକ୍ଷିତ ଘୋଷଣା କରିଛନ୍ତି। ଆଶ୍ରୟସ୍ଥଳରେ ଥିବା ଉପକରଣର ତନଖି ହେଉ ନ ଥିବାରୁ ଅଧିକାଂଶ ଆପଦକାଳରେ ଉପଯୋଗୀ ହୋଇପାରୁନାହିଁ। ଏଥିସହ ଜିଲା ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ବାତ୍ୟା, ବନ୍ୟା, ସୁନାମୀ ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜୁ ନାହିଁ; ଯାହା ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି, ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିବର୍ଷ ଜିଲାବାସୀ ଭୋଗୁଛନ୍ତି। ହେଲେ ଏହାର ଆଶୁ ନିରାକରଣ ପ୍ରତି ରାଜନେତା ଓ ପ୍ରଶାସକ ଅଣଦେଖା କରି ଚାଲିଛନ୍ତି। ଲଘୁଚାପଜନିତ ସାମୁଦ୍ରିକ ଝଡ ଭୟଙ୍କର ହେଲେ ଜିଲାରେ ବନ୍ୟାର ଆଶଙ୍କା ଦେଖାଦେଇଥାଏ। ଜିଲାରେ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏହା ଏକ ବଡ ସମସ୍ୟା। ଏହାର ନିରାକରଣ ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ମହାନଦୀ ଡିଭିଜନ, ଚିତ୍ରୋପତ୍ଳା ଡିଭିଜନ, ଡ୍ରେନେଜ ଡିଭିଜନର ଅଧିକାରୀମାନେ ସତର୍କ ହେବା କଥା। ମେ’ ପୂର୍ବରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ମରାମତି ହେବା କଥା। ତେବେ ଅଦ୍ୟାବଧି ଜିଲାରେ ଥିବା ଦୁର୍ବଳ ନଦୀବନ୍ଧ ସମ୍ପୂର୍ଣ୍ଣ ମରାମତି ହୋଇନାହିଁ। ସାମାନ୍ୟ ବନ୍ୟା ହେଲେ ତାହା ଭାଙ୍ଗି ପଡିବାର ଆଶଙ୍କା ଅଛି। ସେହିପରି ନିଷ୍କାସନ ପଥ ପରିଷ୍କାର ପାଇଁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ବାତ୍ୟାର ବେଗ ଅଧିକ ହେଲେ ସାମୁଦ୍ରିକ ତଟକ୍ଷୟ ସହ ଜଙ୍ଗଲ ଉପରେ ପ୍ରଭାବ ପକାଇବ। ୨୦୧୮ରେ ତିତଲି, ୨୦୧୯ରେ ଫନୀ ଓ ୨୦୨୦ ମସିହାର ଅମ୍ଫାନ ବାତ୍ୟା ଏହାର ଉଦାହରଣ ସାଜିଛି। ଏହାସତ୍ତ୍ୱେ ଜଙ୍ଗଲ ଜମି ଜବରଦଖଲ, ଚିଙ୍ଗୁଡି ଘେରି ନିର୍ମାଣ ଆଦି ସମସ୍ୟାକୁ ରାଜନେତା ଓ ପ୍ରଶାସକ ସର୍ବଦା ଉପେକ୍ଷା କରିଚାଲିଛନ୍ତି। ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଲର୍ଟ କେନ୍ଦ୍ରରୁ ସାଇରନ ଦ୍ୱାରା ସତର୍କ କରାଯାଇଥାଏ। ତେବେ ୟାସ୍‌ ସାମୁଦ୍ରିକ ଝଡ ସମୟରେ ରାଜନଗରର ୧୧ଟି ଓ ମହାକାଳପଡ଼ାର ୯ଟି କେନ୍ଦ୍ର ମଧ୍ୟରୁ ରଟପଙ୍ଗା, ନରସିଂହପୁର, ଜମ୍ବୁ, ତନ୍ତିଆପାଳ, ଏଣ୍ଡୁଳାପୁର, କଇଥା, ଚିଞ୍ଚତ୍ରି, ପେଣ୍ଠ, ବ୍ରାହ୍ମଣଶାସନ ଓ କନ୍ଦରାପାଟିଆ ବ୍ୟତୀତ ଅନ୍ୟ ୧୦ଟିରେ ସାଇରନ ବାଜି ନ ଥିଲା। ଏଠାରେ ସିଷ୍ଟମ ସବୁ ଅକାମୀ ହୋଇପଡିଛି। ସେହିପରି ଜିଲାର ୩୧୨ ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ ହୋଇଥିବା ବେଳେ ଉପକରଣ ନଷ୍ଟ ହୋଇଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସମ୍ଭାବ୍ୟ ବାତ୍ୟାର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ପ୍ରାକ୍‌ ପ୍ରସ୍ତୁତିରେ ଅଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ନିରୀକ୍ଷଣ ସହ ସ୍ଥାନାନ୍ତର, ଗମନାଗମନ, ସ୍ବାସ୍ଥ୍ୟ ସେବା ଆଦିକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri