ଖଣିଜ ଚୋରା ଚାଲାଣ ବ୍ୟବସ୍ଥା ପୁଣି ସକ୍ରିୟ

ଯାଜପୁର ଅଫିସ,୫ା୫: ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ୍‌ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇ ସାରିଛି। ତେବେ ସ୍ଥାନୀୟ ଲୋକଙ୍କ ଏଠାରେ କୌଣସି ସଂପୃକ୍ତି ରହୁ ନ ଥିବାରୁ ଗତ ଦୁଇ ଦଶନ୍ଧି ହେଲା ଖଣିଜ ଲୁଟ୍‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୦-୧୧ରେ ସାହା କମିଶନଙ୍କ ରିପୋର୍ଟ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ଶିଥିଳ ପଡିଥିବା ଖଣିଜ ଚୋରି ପୁଣି ସକ୍ରିୟ ହେଉଥିବା ମନେ ହେଉଛି। ଗତ କିଛିବର୍ଷ ହେବ ୧୬, ୨୦୦ ଏବଂ ୫୩ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚୋରା ଲୁହାପଥର ଓ କ୍ରୋମାଇଟ ଜବତ ଘଟଣାରୁ ବି ଏହା ସ୍ପଷ୍ଟ ହେଉଛି। ମାଇନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନିଷ୍କ୍ରିୟ ହୋଇଥିବାରୁ ଏହି ଚୋରା କାରବାର ଉପରେ ଆଙ୍କୁଶ ଲାଗି ପାରୁନି ବୋଲି ମତପ୍ରକାଶ ପାଉଛି।

ଖଣି ଖନନ ଯୋଗୁ ପ୍ରାକୃତିକ ପରିବେଶ ନଷ୍ଟ ହୋଇ ସାରିଛି । ଭିଟାମାଟି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି । ରାଜ୍ୟ ବାହାରର ଅଧିକାଂଶ ଠିକାସଂସ୍ଥା ନିୟୋଜିତ ହେଉଥିବାରୁ ସ୍ଥାନୀୟ ନିଯୁକ୍ତି ନ ପାଇ ସୁକିନ୍ଦାବାସୀ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଜଙ୍ଗଲ, ଜମି, ଜଳକୁ ନଷ୍ଟ କରି ଖଣି କମ୍ପାନୀମାନେ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଲାଭ କରୁଥିବାବେଳେ କ୍ଷତିଗ୍ରସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳୁନି । ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ, ବିଜୁଳି, ପ୍ରଦୂଷଣ ସମସ୍ୟା ଏବେ ବି ରହିଛି । ଅନ୍ୟପକ୍ଷେ ରାତିକରେ ହାତୀଏ କମାଣି ସୁଯୋଗ ଥିବାରୁ କ୍ରୋମାଇଟ ଚୋରି କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଧରାକୁ ସରା ମଣୁଛନ୍ତି। ସରକାରୀ ବାବୁମାନଙ୍କୁ କିପରି ନିଜ କବ୍‌ଜାରେ ରଖିବେ ତାହା ଅତୀତର କେତେକ ଘଟଣାରୁ ଜଳଜଳ ହୋଇ ଦିଶିଛି। କିଛିଦିନ ତଳେ ଏକ ଖଣି ଖାଦାନର ଜଣେ ସର୍ବୋଚ୍ଚ ଅଫିସରଙ୍କ ନାମରେ ବେଆଇନ ଭାବେ ଅର୍ଜନ କରିଥିବା ସମ୍ପତ୍ତି ତାଲିକା ପ୍ରକାଶ ପାଇଥିଲା। ସଂପୃକ୍ତ ଖଣି କମ୍ପାନୀର ପରିଚାଳନା ମଣ୍ଡଳି ଏହାର ଉପଯୁକ୍ତ ତଦନ୍ତ କରି ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏହି ଘଟଣାକୁ ସଂପୃକ୍ତ ଖଣି କମ୍ପାନୀ ଚପାଇ ଦେବାକୁ ଅନେକ ପ୍ରୟାସ କରିଛନ୍ତି। ତେବେ ସମଗ୍ର ଖଣି ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାବାଦ୍‌ ଭୂତଳ ଖଣି ପୋତିବା ପାଇଁ ଯେଉଁସବୁ ବାଲି କିଣା ଯାଉଛି ତାହା ମଧ୍ୟ ବେଆଇନ ବୋଲି ଅଭିଯୋଗ ହୋଇଥିବାବେଳେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଗତବର୍ଷରେ କାଳିଆପାଣି ଖଣି ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବେଖିଆଲି ଭାବେ ଓଭର୍‌ଲୋଡ ଗ୍ରହଣ କରୁଥିଲେ। ଯାହାକି ସରକାରଙ୍କ ପରିବହନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଥିବା ନିର୍ଦ୍ଦେଶନାମାର ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପରିବହନ ବିଭାଗ କେତେକ ଖଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଲୁହାପଥର ସହ କ୍ରୋମାଇଟ ପରିବହନ ହେଉଛି ା ଏଥିରେ ଖଣି ବିଭାଗୀୟ ଅଧିକାରୀଙ୍କ ଅଧିକ ଗୁରୁତ୍ୱ ରହିଛି ା ଖଣି ବିଭାଗୀୟ ଅଧିକାରୀଙ୍କ ପାଖରୁ ଏଥିପାଇଁ ଅନୁମତି ଲୋଡାଯାଏ, ସମ୍ପୃକ୍ତ ଖଣିରୁ ଏକ ସ୍ବତନ୍ତ୍ର ଫର୍ମ ମାଧ୍ୟମରେ ଆବେଦନ କରାଯାଇଥାଏ ା ଖଣି ବିଭାଗ ଏହି ଆବେଦନ ପତ୍ରକୁ ଗ୍ରହଣ କରି ତଦନ୍ତ ପାଇଁ ବିଭାଗୀୟ ଜଣେ ନିରୀକ୍ଷକ ଅଧିକାରୀଙ୍କୁ ପଠାଇଥାନ୍ତି ା ନିରୀକ୍ଷକ ଅଧିକାରୀ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରି ଏକ ରିପୋର୍ଟ ପ୍ରଦାନ କରିଥାନ୍ତି ା ଏହାପରେ ଆବେଦନକାରୀ ରୟାଲଟି ଭରଣା କରନ୍ତି ା ପରବର୍ତ୍ତୀ ସମୟରେ ଆବେଦନ ହୋଇଥିବା ଫର୍ମ-ଏଚ୍‌ ଦ୍ୱାରା ଖଣି ବିଭାଗର ନିରୀକ୍ଷକ ଅଧିକାରୀ ଖଣିଜ ଦ୍ରବ୍ୟର ମାନ ଓ ପରିମାଣ ଯାଞ୍ଚ କଲା ପରେ ସରକାରୀ ରୟାଲଟି ଦେୟ ପୈଠ ହୁଏ ା ଏହାପରେ ଆଇ ଫର୍ମ ଇସ୍ୟୁ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ହୋଇଥାଏ। ଏହିସବୁ ପ୍ରକ୍ରିୟା ସତ୍ତ୍ବେ ମୂଲ୍ୟବାନ ଖଣି ଗଳାବାଟ ଦେଇ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି। ଏହିସବୁ କାର୍ଯ୍ୟ ସମ୍ପାଦନ କରିବାକୁ ଖଣି ବିଭାଗକୁ ମାସିକ ମୋଟା ଅଙ୍କର ହାତଗୁଞ୍ଜା ସହିତ ବିଭିନ୍ନ ପ୍ରକାର ଦାମି ଉପହାର ଖଣି ଓ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡିଥାଏ ା
ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଡିଡିଏମ୍‌ ବିଭୁତିଭୂଷଣ ବେହେରାଙ୍କୁ ପରାରିବାରୁ ସେ କହିଛନ୍ତି, ମୁଁ ନୂଆ କରି ଯୋଗଦେଇଛି ା ଏବେ ଏକ ମିଟିଂରେ ଅଛି। ପରେ କଥା ହେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଦଫା ଦାବିପତ୍ର ଦେଲେ ଏଆଇଏସ୍‌ଏଫ୍‌ ଛାତ୍ରୀଛାତ୍ର

ବଡବିଲ, ୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ କଲେଜ ସମ୍ମୁଖରେ ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ(ଏଆଇଏସଏଫ୍‌) ବଡବିଲ ଶାଖା ତରଫରୁ ସୋମବାର ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ...

ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ...

୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା

ଭବାନୀପାଟଣା,୧୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ କାମ ମିଳୁ ନ ଥିବା ଯୋଗୁ ଗରିବ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାର ଜୁନାଗଡ...

ବିକାଶଠାରୁ ବିନାଶ ବଳି ପଡୁଛି

ଯାଜପୁରର ଅଫିସ,୧୬ା୧:ଯାଜପୁର ଜିଲାରେ ଯେଉଁ ପରିମାଣରେ ବିକାଶ ହେଉଛି ତାହାର ବହୁ ଗୁଣ ଅଧିକ ବିନାଶ ହେବାରେ ଲାଗିଛି। ଶିଳ୍ପ, ଖଣି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ପାନୀୟ...

ତାଲା ଭାଙ୍ଗି ଆର୍ମି ଅଫିସରଙ୍କ ଘରୁ ସବୁ ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାତିରେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୨...

ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣ ଅପରିବର୍ତ୍ତିତ

ଯାଜପୁର ଅଫିସ,୧୫।୪: ଶିଳ୍ପ ଯୋଗୁ ଅର୍ଥନୀତି ବିକାଶ ହୋଇପାରେ। ହେଲେ ଶିଳ୍ପରୁ ନିର୍ଗତ ଦୂଷିତ ପାଣି ଯୋଗୁ ନଦୀ ଓ ନାଳ ଜଳ ବିଷାକ୍ତ ହେବାରେ ଲାଗିଛି।...

ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍‌କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ...

ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ

କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ...

Advertisement
Archives

Model This Week