ଖଣିଜ ଚୋରା ଚାଲାଣ ବ୍ୟବସ୍ଥା ପୁଣି ସକ୍ରିୟ

ଯାଜପୁର ଅଫିସ,୫ା୫: ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ୍‌ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇ ସାରିଛି। ତେବେ ସ୍ଥାନୀୟ ଲୋକଙ୍କ ଏଠାରେ କୌଣସି ସଂପୃକ୍ତି ରହୁ ନ ଥିବାରୁ ଗତ ଦୁଇ ଦଶନ୍ଧି ହେଲା ଖଣିଜ ଲୁଟ୍‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୦-୧୧ରେ ସାହା କମିଶନଙ୍କ ରିପୋର୍ଟ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ଶିଥିଳ ପଡିଥିବା ଖଣିଜ ଚୋରି ପୁଣି ସକ୍ରିୟ ହେଉଥିବା ମନେ ହେଉଛି। ଗତ କିଛିବର୍ଷ ହେବ ୧୬, ୨୦୦ ଏବଂ ୫୩ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚୋରା ଲୁହାପଥର ଓ କ୍ରୋମାଇଟ ଜବତ ଘଟଣାରୁ ବି ଏହା ସ୍ପଷ୍ଟ ହେଉଛି। ମାଇନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନିଷ୍କ୍ରିୟ ହୋଇଥିବାରୁ ଏହି ଚୋରା କାରବାର ଉପରେ ଆଙ୍କୁଶ ଲାଗି ପାରୁନି ବୋଲି ମତପ୍ରକାଶ ପାଉଛି।

ଖଣି ଖନନ ଯୋଗୁ ପ୍ରାକୃତିକ ପରିବେଶ ନଷ୍ଟ ହୋଇ ସାରିଛି । ଭିଟାମାଟି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଅପରିବର୍ତ୍ତିତ ରହିଛି । ରାଜ୍ୟ ବାହାରର ଅଧିକାଂଶ ଠିକାସଂସ୍ଥା ନିୟୋଜିତ ହେଉଥିବାରୁ ସ୍ଥାନୀୟ ନିଯୁକ୍ତି ନ ପାଇ ସୁକିନ୍ଦାବାସୀ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଜଙ୍ଗଲ, ଜମି, ଜଳକୁ ନଷ୍ଟ କରି ଖଣି କମ୍ପାନୀମାନେ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଲାଭ କରୁଥିବାବେଳେ କ୍ଷତିଗ୍ରସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳୁନି । ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ, ବିଜୁଳି, ପ୍ରଦୂଷଣ ସମସ୍ୟା ଏବେ ବି ରହିଛି । ଅନ୍ୟପକ୍ଷେ ରାତିକରେ ହାତୀଏ କମାଣି ସୁଯୋଗ ଥିବାରୁ କ୍ରୋମାଇଟ ଚୋରି କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଧରାକୁ ସରା ମଣୁଛନ୍ତି। ସରକାରୀ ବାବୁମାନଙ୍କୁ କିପରି ନିଜ କବ୍‌ଜାରେ ରଖିବେ ତାହା ଅତୀତର କେତେକ ଘଟଣାରୁ ଜଳଜଳ ହୋଇ ଦିଶିଛି। କିଛିଦିନ ତଳେ ଏକ ଖଣି ଖାଦାନର ଜଣେ ସର୍ବୋଚ୍ଚ ଅଫିସରଙ୍କ ନାମରେ ବେଆଇନ ଭାବେ ଅର୍ଜନ କରିଥିବା ସମ୍ପତ୍ତି ତାଲିକା ପ୍ରକାଶ ପାଇଥିଲା। ସଂପୃକ୍ତ ଖଣି କମ୍ପାନୀର ପରିଚାଳନା ମଣ୍ଡଳି ଏହାର ଉପଯୁକ୍ତ ତଦନ୍ତ କରି ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏହି ଘଟଣାକୁ ସଂପୃକ୍ତ ଖଣି କମ୍ପାନୀ ଚପାଇ ଦେବାକୁ ଅନେକ ପ୍ରୟାସ କରିଛନ୍ତି। ତେବେ ସମଗ୍ର ଖଣି ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାବାଦ୍‌ ଭୂତଳ ଖଣି ପୋତିବା ପାଇଁ ଯେଉଁସବୁ ବାଲି କିଣା ଯାଉଛି ତାହା ମଧ୍ୟ ବେଆଇନ ବୋଲି ଅଭିଯୋଗ ହୋଇଥିବାବେଳେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଗତବର୍ଷରେ କାଳିଆପାଣି ଖଣି ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବେଖିଆଲି ଭାବେ ଓଭର୍‌ଲୋଡ ଗ୍ରହଣ କରୁଥିଲେ। ଯାହାକି ସରକାରଙ୍କ ପରିବହନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଥିବା ନିର୍ଦ୍ଦେଶନାମାର ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପରିବହନ ବିଭାଗ କେତେକ ଖଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଲୁହାପଥର ସହ କ୍ରୋମାଇଟ ପରିବହନ ହେଉଛି ା ଏଥିରେ ଖଣି ବିଭାଗୀୟ ଅଧିକାରୀଙ୍କ ଅଧିକ ଗୁରୁତ୍ୱ ରହିଛି ା ଖଣି ବିଭାଗୀୟ ଅଧିକାରୀଙ୍କ ପାଖରୁ ଏଥିପାଇଁ ଅନୁମତି ଲୋଡାଯାଏ, ସମ୍ପୃକ୍ତ ଖଣିରୁ ଏକ ସ୍ବତନ୍ତ୍ର ଫର୍ମ ମାଧ୍ୟମରେ ଆବେଦନ କରାଯାଇଥାଏ ା ଖଣି ବିଭାଗ ଏହି ଆବେଦନ ପତ୍ରକୁ ଗ୍ରହଣ କରି ତଦନ୍ତ ପାଇଁ ବିଭାଗୀୟ ଜଣେ ନିରୀକ୍ଷକ ଅଧିକାରୀଙ୍କୁ ପଠାଇଥାନ୍ତି ା ନିରୀକ୍ଷକ ଅଧିକାରୀ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରି ଏକ ରିପୋର୍ଟ ପ୍ରଦାନ କରିଥାନ୍ତି ା ଏହାପରେ ଆବେଦନକାରୀ ରୟାଲଟି ଭରଣା କରନ୍ତି ା ପରବର୍ତ୍ତୀ ସମୟରେ ଆବେଦନ ହୋଇଥିବା ଫର୍ମ-ଏଚ୍‌ ଦ୍ୱାରା ଖଣି ବିଭାଗର ନିରୀକ୍ଷକ ଅଧିକାରୀ ଖଣିଜ ଦ୍ରବ୍ୟର ମାନ ଓ ପରିମାଣ ଯାଞ୍ଚ କଲା ପରେ ସରକାରୀ ରୟାଲଟି ଦେୟ ପୈଠ ହୁଏ ା ଏହାପରେ ଆଇ ଫର୍ମ ଇସ୍ୟୁ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ହୋଇଥାଏ। ଏହିସବୁ ପ୍ରକ୍ରିୟା ସତ୍ତ୍ବେ ମୂଲ୍ୟବାନ ଖଣି ଗଳାବାଟ ଦେଇ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି। ଏହିସବୁ କାର୍ଯ୍ୟ ସମ୍ପାଦନ କରିବାକୁ ଖଣି ବିଭାଗକୁ ମାସିକ ମୋଟା ଅଙ୍କର ହାତଗୁଞ୍ଜା ସହିତ ବିଭିନ୍ନ ପ୍ରକାର ଦାମି ଉପହାର ଖଣି ଓ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡିଥାଏ ା
ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଡିଡିଏମ୍‌ ବିଭୁତିଭୂଷଣ ବେହେରାଙ୍କୁ ପରାରିବାରୁ ସେ କହିଛନ୍ତି, ମୁଁ ନୂଆ କରି ଯୋଗଦେଇଛି ା ଏବେ ଏକ ମିଟିଂରେ ଅଛି। ପରେ କଥା ହେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?