Posted inଜାତୀୟ

ତିହାର ଜେଲରେ କେଜ୍‌ରିଓ୍ବାଲଙ୍କ ଅଫିସ୍‌ ଦାବି: ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ନୂଆଦିଲ୍ଲୀ,୯ା୫ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଅଡ଼ିବସିଛନ୍ତି। ତିହାର ଜେଲରେ ଥାଇ କେନ୍ଦ୍ରଶାସିତ ଅଞ୍ଚଳକୁ ଶାସନ କରିବେ ବୋଲି ସେ କହିଥିବାବେଳେ ଜେଲ ଭିତରେ ତାଙ୍କ ପାଇଁ ଏକ ଅଫିସ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ ହୋଇଛି। ହାଇକୋର୍ଟ ବୁଧବାର ଉକ୍ତ ଆବେଦନକୁ ଶୁଣାଣିଯୋଗ୍ୟ ନୁହେଁ ବୋଲି କହିବା ସହ ଆବେଦନକାରୀ ଓକିଲ ଶ୍ରୀକାନ୍ତ ପ୍ରସାଦଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
ଆବେଦନକାରୀ ଓକିଲ ଶ୍ରୀକାନ୍ତ ଯୁକ୍ତି ବାଢ଼ିଥିଲେ, ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ପାଇଁ ଜେଲରେ ଅଫିସ୍‌ ପ୍ରତିଷ୍ଠା କରାଗଲେ ସେ ସେଠାରୁ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଯୋଗାଯୋଗ କରିପାରିବେ। ଏହାଦ୍ୱାରା ଦିଲ୍ଲୀରେ ସୁଶାସନ ପ୍ରତିଷ୍ଠା ହୋଇପାରିବ। କେଜ୍‌ରିଓ୍ବାଲ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ବନ୍ଦ କରାଯାଉ ବୋଲି ସେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ନିବେଦନ କରିଥିଲେ। ଓକିଲଙ୍କ ପିଟିଶନର ଶୁଣାଣି ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମନମୋହନ କହିଥିଲେ, ଗଣମାଧ୍ୟମ ଉପରେ କଟକଣା ଲଗାଯାଇପାରିବ ନାହିଁ କି ଏପରି ଅଫିସ୍‌ ପ୍ରତିଷ୍ଠା କରାଯାଇପାରିବ ନାହିଁ। ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଦିଲ୍ଲୀ ଏମ୍ସରେ ୧ ଲକ୍ଷ ଟଙ୍କା ଜମା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଡି. ସୁଧାକରଙ୍କ ଦେହାନ୍ତ, ହସ୍ପିଟାଲରେ ହେଉଥିଲା ଚିକିତ୍ସା

ବେଙ୍ଗାଲୁରୁ,୧୦।୫: କର୍ନାଟକର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଡି. ସୁଧାକରଙ୍କ ଦେହାନ୍ତ ହୋଇଛି। ସେ ବହୁ ସମୟ ଧରି ଚିକିତ୍ସାଧୀନ ଥିଲେ। ଏହି ଅବସରରେ, ଉପମୁଖ୍ୟମନ୍ତ୍ରୀ ଡି.କେ.…

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ନିଷ୍ପତ୍ତି ନେବେ ହାଇକମାଣ୍ଡ

ଥିରୁଭାନନ୍ତପୁରମ୍‌,୧୦ା୫: କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ। ନେତା ଚୟନ…

ହାନ୍ତା ଭାଇରସ୍‌: ଅଙ୍ଗପ୍ରତ୍ୟଙ୍ଗକୁ ଶୀଘ୍ର ଅକାମୀ କରିଦିଏ

ନୂଆଦିଲ୍ଲୀ, ୧୦ା୫:‘ଏମ୍‌ଭି ହୋଣ୍ଡିଅସ୍‌’ ନାମକ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଜାହାଜରେ ହାନ୍ତା ଭାଇରସ୍‌ ସଂକ୍ରମଣର ଖବର ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri