Posted inଜାତୀୟ

୨ ନଭେମ୍ବରରେ ଗିରଫ ହେବେ କେଜରିଓ୍ବାଲ: ଏଏପି…

ନୂଆଦିଲ୍ଲୀ,୩୧।୧୦ : ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି )ଦାବି କରିଛି ମଦ ଦୁର୍ନୀତି ମାମଲାର ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପରେ ନଭେମ୍ବର ୨ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାର ଆଶଙ୍କା ରହିଛି। ଦିଲ୍ଲୀର ଶାସକ ଦଳ ମଧ୍ୟ ଅଭିଯୋଗ କରିଛି ଭାଜପା ଏଏପିର ଶୀର୍ଷ ନେତାମାନଙ୍କୁ ଜେଲକୁ ନେଇ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।

ମନି ଲଣ୍ଡରିଂ ଆକ୍ଟ ଅନ୍ତର୍ଗତ କେଜରିୱାଲଙ୍କୁ ସମନ ଜାରି କରାଯାଇଛି ଏବଂ ସୂତ୍ର ଅନୁଯାୟୀ, ନଭେମ୍ବର ୨ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ଅନୁସନ୍ଧାନକାରୀ ସଂସ୍ଥାର ଦିଲ୍ଲୀ କାର୍ଯ୍ୟାଳୟରେ ସାକ୍ଷ୍ୟ ଦେବା ପରେ ଇଡି ତାଙ୍କ ବିବୃତ୍ତି ରେକର୍ଡ କରିବ। କେଜରିୱାଲଙ୍କୁ ପ୍ରଥମ ଥର ପାଇଁ ଇଡି ପକ୍ଷରୁ ଡକାଯାଇଛି। ଏପ୍ରିଲରେ ତାଙ୍କୁ ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପଚରାଉଚରା କରିଥିଲା। ମଙ୍ଗଳବାର ଖବରଦାତାଙ୍କୁ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶ ମାର୍ଲେନା କହିଛନ୍ତି ଭାଜପା ଏହି କୌଶଳ ବ୍ୟବହାର କରି ଏଏପିକୁ ଟାର୍ଗେଟ କରୁଛି। କାରଣ ଭାଜପା ଜାଣେ ନିର୍ବାଚନରେ କେଜରିୱାଲଙ୍କୁ ପରାସ୍ତ କରିପାରିବ ନାହିଁ।

ସେ କହିଛନ୍ତି, ଖବର ରହିଛି କେଜରିୱାଲଙ୍କୁ ନଭେମ୍ବର ୨ରେ ଗିରଫ କରାଯିବ। ଯଦି ତାଙ୍କୁ ଗିରଫ କରାଯାଏ, ତେବେ ଏହା ଦୁର୍ନୀତି ଯୋଗୁ ନୁହେଁ ବରଂ ସେ ଭାଜପା ବିରୋଧରେ କଦେଇଥିବା ମନ୍ତବ୍ୟ ପାଇଁ କରାଯିବ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇଥର ଏଏପି ଭାଜପାକୁ ପରାସ୍ତ କରିଛି। ଏମସିଡି ନିର୍ବାଚନରେ ମଧ୍ୟ ପରାଜିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜରିୱାଲଙ୍କୁ ଡରୁଛନ୍ତି। ନିର୍ବାଚନରେ ସେମାନେ ଏଏପିକୁ ପରାସ୍ତ କରିପାରିବେ ନାହିଁ ବୋଲି ଭାଜପା ଜାଣେ।

ମନୀଷ ସିସୋଡିଆ, ସଞ୍ଜୟ ସିଂ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଏଏପି ର ଶୀର୍ଷ ନେତୃତ୍ୱଙ୍କୁ ଗିରଫ କରିବା ସମ୍ପର୍କରେ ଆତିଶି ଦାବି କରିଛନ୍ତି ଏହାର ଅର୍ଥ ସ୍ପଷ୍ଟ , ଭାଜପା ଏଏପିକୁ ହଟାଇବାକୁ ଚାହୁଁଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଜାମିନ ମିଳିଛି। କେଜରିୱାଲଙ୍କ ଗିରଫ ହେବା ପରେ ଭାଜପା ସିବିଆଇ ଏବଂ ଇଡି ବ୍ୟବହାର କରି ଇଣ୍ଡିଆ ମେଣ୍ଟର ଅନ୍ୟ ନେତା ତଥା ଏହାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri