କିଟ୍‌ରେ ଛାତ୍ରୀ ମୃତ୍ୟୁ, ନିର୍ଯାତନା ଘଟଣା: ରିମାଣ୍ଡରେ ପୁରୁଷବନ୍ଧୁ ଆଦଭିକ୍‌

ଭୁବନେଶ୍ୱର,୨୧।୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ ଚାଲିଛି। ଅପରପକ୍ଷରେ ପ୍ରକ୍ରିତିଙ୍କୁ ବ୍ଲାକମେଲ୍‌ କରି ଗିରଫ ହୋଇଥିବା ଅଭିଯୁକ୍ତ ପୁରୁଷବନ୍ଧୁ ଆଦଭିକ୍‌ ଶ୍ରୀବାସ୍ତବ ୩ ଦିନିଆ ପୋଲିସ ରିମାଣ୍ଡରେ ଆସିଛନ୍ତି। ବୁଧବାରଠାରୁ ଝାରପଡ଼ା ଜେଲରୁ ଅଭିଯୁକ୍ତ ଆଦଭିକ୍‌ଙ୍କୁ ପୋଲିସ ଟିମ୍‌ ଆଣି ମାରାଥନ୍‌ ଜେରା କରୁଛି। ପ୍ରକ୍ରିତିଙ୍କୁ ସେ କେବେଠୁ ପ୍ରେମ କରୁଥିଲେ, ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ, କାହିଁକି ନିର୍ଯାତନା ଦେଲେ, କିଭଳି ନିର୍ଯାତନା ଦେଉଥିଲେ ଆଦି ଦିଗକୁ ନେଇ ଆଦଭିକ୍‌ଙ୍କଠୁ ପୋଲିସ ତଥ୍ୟ ହାସଲ କରୁଛି। ଅନ୍ୟପକ୍ଷରେ ଆଦଭିକ୍‌ଙ୍କ ଭଏସ୍‌ ସ୍ପେକ୍‌ଟ୍ରୋଗ୍ରାଫି ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପ୍ରକ୍ରିତି ଓ ଆଦଭିକ୍‌ ବାର୍ତ୍ତାଳାପର ଏକ ଅଡିଓ କଲ ଭାଇରାଲ ହୋଇଥିଲା। ଉକ୍ତ ଭାଇରାଲ ଅଡିଓରେ ଆଦଭିକ୍‌ ଗାଳିଗୁଲଜ କରୁଥିବା ବେଳେ ପ୍ରକ୍ରିତି କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ତେବେ ଏଥିରେ ଥିବା ପୁରୁଷ କଣ୍ଠସ୍ବର ଆଦଭିକ୍‌ଙ୍କ କି ନୁହେଁ ତାହା ପ୍ରମାଣ କରିବାକୁ ପୋଲିସ ଉକ୍ତ ଭଏସ୍‌ ଟେଷ୍ଟ କରିବ। ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଏହି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ କିଟ୍‌ ଗେଟ୍‌ ସମ୍ମୁଖରେ ଓଡ଼ିଶା ଛାତ୍ର ସମାଜ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ କରାଯାଇଛି। ସେହିପରି ସାରେ କିଟ୍‌ ମୁଖ୍ୟ ଫାଟକ ସାମ୍ନାରେ ବଜରଙ୍ଗୀ ଦଳ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଜରଙ୍ଗ କର୍ମୀମାନେ ବିଦ୍ୟାର୍ଥୀଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ ପ୍ଲାକାର୍ଡ ପ୍ରଦର୍ଶନ କରି ହୋହାଲ୍ଲା କରିଥିଲେ। ଏହି ମାମଲାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦାୟୀ କରି ନାରାବାଜି ଦେଇଥିଲେ। ତେବେ ମୁଖ୍ୟ ରାସ୍ତାରେ ଭିଡ଼ ପରିଚାଳନା କରି ଯାତାୟାତ ସ୍ବଭାବିକ କରିବାକୁ ପୋଲିସ ଫୋର୍ସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲେ। ଫଳରେ ପୋଲିସ ସହ ବଜରଙ୍ଗୀ ଦଳର ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଏହି ମାମଲାରେ ଅଚ୍ୟୁତଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ତାଙ୍କୁ ଗିରଫ କରାଯାଉ ବୋଲି କହି ଆନ୍ଦୋଳନକାରୀମାନେ ଗର୍ଜିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?