Posted inଜାତୀୟ

କେସିଆର୍‌: ଜାତୀୟ ଭୂମିକାରେ ଆଉ ପାଦେ

ହାଇଦ୍ରାବାଦ,୧୯ା୧: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ଚେକ୍‌ ଦେବା ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଲଗାତର ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଅଧ୍ୟକ୍ଷ ଜାତୀୟ ସ୍ତରରେ ନିଜ ଭୂମିକା ବିସ୍ତାର ଦିଗରେ ବୁଧବାର ପ୍ରଥମ ପାଦ ବଢ଼ାଇଛନ୍ତି। ଏକ ଅଣକଂଗ୍ରେସ ବିରୋଧୀ ମେଣ୍ଟ ଗଠନ ସକାଶେ ସେ ହାଇଦ୍ରାବାଦର ଖାମ୍ମମ୍‌ ସହରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛନ୍ତି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌, ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଆଇର ଡି. ରାଜା ପ୍ରମୁଖ ଯୋଗଦେଇ କେସିଆର୍‌ଙ୍କ ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି। କର୍ନାଟକରେ ରାଜ୍ୟବ୍ୟାପୀ ‘ପଞ୍ଚରନତ୍ ରଥଯାତ୍ରା’ ଚଳାଇଥିବାରୁ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ନେତା ଏଚ୍‌.ଡି. ଦେବେଗୌଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରି ନ ଥିଲେ ହେଁ କେସିଆର୍‌ଙ୍କ ପ୍ରତି ତାଙ୍କ ସମର୍ଥନ ଥିବା କହିଛନ୍ତି।

୪ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ଶେୟାର କରିବା ଅବସରରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, ଭାଜପାର ଜାତୀୟ କାର୍ଯ୍ୟକାରିଣୀ ମଙ୍ଗଳବାର ଶେଷ ହୋଇଛି। ସାଧାରଣ ନିର୍ବାଚନକୁ ଆଉ ୪୦୦ ଦିନ ବାକି ଥିବା ସେମାନେ ନିଜେ କହୁଛନ୍ତି। ସରକାର ନିଜ ଦିନ ଗଣିବାରେ ଲାଗିଛି। ୪୦୦ ଦିନ ପରେ ଏହି ସରକାର ଆଉ ରହିବ ନାହିଁ। ଅନ୍ୟପକ୍ଷେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ର ଗ୍ରାଣ୍ଡ୍‌ ଫିନାଲେ ଜାନୁୟାରୀ ୩୦ରେ କଶ୍ମୀରରେ ହେବ। ଉକ୍ତ କାର୍ଯ୍ୟକ୍ରମକୁ ଏସ୍‌ପି ଏବଂ ସିପିଏମ୍‌ ସମେତ ୨୧ ବିରୋଧୀ ଦଳକୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ କେଜ୍‌ରିଓ୍ବାଲଙ୍କ ଏଏପିକୁ କଂଗ୍ରେସ ଡାକିନାହିଁ। ତେଣୁ ଏହା ପୂର୍ବରୁ ବିଆର୍‌ଏସ୍‌ ବୈଠକର ବିଶେଷ ତାତ୍ପର୍ଯ୍ୟ ରହିଥିବା କୁହାଯାଉଛି। କେସିଆର୍‌ଙ୍କ ରାଲିରେ ସାମିଲ ହେଇଥିବା କୌଣସି ଦଳ କଂଗ୍ରେସର ଯାତ୍ରାରେ ସାମିଲ ହୋଇନାହାନ୍ତି।

ଅଖିଳେଶ ଓ କେଜ୍‌ରିଓ୍ବାଲ କଂଗ୍ରେସ ପ୍ରତି ରୁଚି ନ ଥିବା ସ୍ପଷ୍ଟ କରିସାରିଛନ୍ତି। ଫେବୃୟାରୀ ୧୬ରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ନେଇ କଂଗ୍ରେସ-ସିପିଏମ୍‌ ଆଲୋଚନା ଚାଲିଥିଲେ ହେଁ କେରଳ ମୁଖ୍ୟମନ୍ତ୍ରୀ ବିଜୟନ୍‌ କେସିଆର୍‌ଙ୍କ ରାଲିରେ ଯୋଗଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୟନ୍‌ଙ୍କ ଏକ ଅଣକଂଗ୍ରେସ-ଅଣଭାଜପା ସାମ୍ମୁଖ୍ୟ ସ୍ବପ୍ନ ଆଞ୍ଚଳିକ ନେତାମାନଙ୍କ ସମର୍ଥନ ଅଭାବରୁ ପୂରଣ ହୋଇ ନ ଥିଲା। ତେଣୁ କେସିଆର୍‌ଙ୍କ ଏହି ସାମ୍ମୁଖ୍ୟ ଗଠନ ସ୍ବପ୍ନ ବାସ୍ତବ ହେବ କି ନାହିଁ ସେନେଇ ପ୍ରଶ୍ନ ଉଠିଲାଣି। ଇତିମଧ୍ୟରେ କେଜ୍‌ରିଓ୍ବାଲ ମଧ୍ୟ ନିଜ ଜାତୀୟ ମହତ୍ତ୍ୱାକାଂକ୍ଷା ଉପରେ ସ୍ପଷ୍ଟ କରିସାରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଜାତୀୟ ରାଜନୀତିରେ ବଡ଼ ଭୂମିକା ଚାହୁଁଛନ୍ତି। ଏହି ଦୌଡ଼ରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗତ ସେପ୍ଟେମ୍ବରରେ କେସିଆର୍‌ ଭେଟିଥିଲେ। ସେତେବେଳେ ନୀତୀଶ କହିଥିଲେ, କୌଣସି ତୃତୀୟ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ନାହିଁ। ଭାଜପା ବିରୋଧରେ କେବଳ ଗୋଟିଏ ସାମ୍ମୁଖ୍ୟ ହେବା ଦରକାର, ଯେଉଁଠି କଂଗ୍ରେସ ମଧ୍ୟ ସାମିଲ ଥିବ। ଏପରି ହେଲେ ୨୦୨୪ରେ ଭାଜପାକୁ ଆମେ ହରାଇପାରିବା ବୋଲି ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ ପ୍ରକାଶ କରିଥିଲେ।

ପ୍ରକାଶ ଯେ, ଅତୀତରେ ଭାଜପା କିମ୍ବା କଂଗ୍ରେସର ବିନା ସମର୍ଥନରେ କୌଣସି ତୃତୀୟ ସାମ୍ମୁଖ୍ୟ ତିଷ୍ଠିପାରି ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନେତୃତ୍ୱାଧୀନ ସରକାର ପ୍ରତି ଭାଜପାର ସମର୍ଥନ ରହିଥିଲା। ସେହିପରି କଂଗ୍ରେସ ସମର୍ଥନରେ ତାଙ୍କ ଉତ୍ତରାଧିକାରୀ ଚନ୍ଦ୍ରଶେଖର, ଏଚ୍‌.ଡି. ଦେବେଗୌଡ଼ା ଏବଂ ଆଇ.କେ. ଗୁଜରାଲ ମଧ୍ୟ ସରକାର ଗଢ଼ିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri