୧୮ରୁ ଶ୍ରାବଣ କାଉଡ଼ିଯାତ୍ରା

ଢେଙ୍କାନାଳ ଅଫିସ, ୮ା୭ ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଶ୍ରାବଣ କାଉଡ଼ି ଯାତ୍ରା। ଏହା ଅଗଷ୍ଟ ୮ ତାରିଖ (ଚତୁର୍ଥ ପାଳି ସୋମବାର)ରେ ଶେଷ ହେବ। ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠକୁ ପ୍ରତିବର୍ଷ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହୋଇଥାଏ। ଗତ ଦୁଇବର୍ଷ ଧରି କରୋନା ସଂକ୍ରମଣ ପାଇଁ କାଉଡ଼ି ଯାତ୍ରା ବନ୍ଦ ଥିବାବେଳେ ଚଳିତ ବର୍ଷ ଅଧିକ ମାନସିକଧାରୀ ଆସିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ପ୍ରମୁଖ ୧୨ ଶୈବପୀଠରେ ଶ୍ରାବଣ ଜଳଲାଗି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି।
ଶ୍ରଦ୍ଧାଳୁମାନେ ଯେପରି ସୁବିଧାରୁ ଢେଙ୍କାନାଳରୁ କପିଳାସ ଆସିବେ, ସେଥିଲାଗି ୪ଟି ସ୍ବତନ୍ତ୍ର ବସ୍‌ ଯାତାୟାତ କରିବ। କପିଳାସ ପାଦଦେଶରୁ ବାରବାଙ୍କ ଦେଇ ପୀଠକୁ ଯିବା ପାଇଁ ସମୁଦାୟ ୩୦ ଗାଡ଼ି ବ୍ୟବସ୍ଥା ହେବ। ପ୍ରତିବର୍ଷ କାଉଡ଼ିଆଙ୍କଠାରୁ ମାହାସୁଲ ଆଦାୟ କରାଯାଉଥିବାବେଳେ ଚଳିତବର୍ଷ ଏହାକୁ ଉଠାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ନଦୀ ପାର ହେବା ନିମନ୍ତେ ଡଙ୍ଗା ବ୍ୟବହାରକୁ ବାରଣ କରାଯାଇଥିବାବେଳେ ମହିଳା କାଉଡ଼ିଆଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ପୀଠ ମଧ୍ୟକୁ ପଲିଥିନ ପଶିପାରିବ ନାହିଁ। ସମସ୍ତ ପ୍ରକାର ପ୍ଲାଷ୍ଟିକ୍‌ ଜାତୀୟ ସାମଗ୍ରୀକୁ ବ୍ୟାନ୍‌ କରାଯାଇଛି। ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଭ୍ରାମ୍ୟମାଣ ଶୌଚାଳୟ, ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା କରାଯିବ। ଜରୁରୀ ସମୟରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଗ୍ନିଶମ ବାହିନୀ, ସାପ ଉଦ୍ଧାରକାରୀ ଦଳ ମୁତୟନ ହେବେ। ଜିଲାର ପ୍ରମୁଖ ଶୈବପୀଠରେ ରବିବାର ଅପରାହ୍ନରୁ ସୋମବାର ପର୍ଯ୍ୟନ୍ତ ଜରୁରୀ ଔଷଧ ସହିତ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯିବ। ଖାଦ୍ୟପଦାର୍ଥ ଯାଞ୍ଚ ସହ ମନ୍ଦିର ପରିସର, ନିକଟବର୍ତ୍ତୀ ଜଳଉତ୍ସକୁ ବିଶୋଧନ କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ହେବ। ବାରବାଙ୍କ ରାସ୍ତା, ପାହାଚ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ଏବଂ ପାନୀୟ ଜଳ ସୁବିଧା କରାଯିବ। ନଦୀରୁ ପୀଠକୁ ଜଳ ଆଣିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। କପିଳାସ ପୀଠାଧୀଶ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର ସମେତ ସମ୍ପୃକ୍ତ ଅଞ୍ଚଳର ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଦେଓଗଁା ସରପଞ୍ଚକୁ ପରାମର୍ଶ ଦିଆଯାଇଛି। ସ୍ବେଚ୍ଛାସେବୀ, ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ଛାତ୍ରୀଛାତ୍ରଙ୍କ ସହାୟତାରେ ଶାନ୍ତିଶୃଙ୍ଖଳା ରକ୍ଷା, ଯାନବାହନ ନିୟନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ସଦର ଏସ୍‌ଡିପିଓ ବିକାଶ ବେଉରା, ଅଗ୍ନିଶମ ବିଭାଗ, ଦେବୋତ୍ତର ବିଭାଗ, କପିଳାସ ପୀଠର ସେବାୟତମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri