ଭିକିଙ୍କ ପୂର୍ବରୁ ଏସବୁ ଅଭିନେତାଙ୍କ ସହ ଚର୍ଚ୍ଚାରେ ଥିଲା କ୍ୟାଟ୍ରିନାଙ୍କ ପ୍ରେମ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀ ଭାବେ ଜଣାଶୁଣା କ୍ୟାଟ୍ରିନା କୈଫ୍‌ ଆଜି ଅର୍ଥାତ୍‌ ଜୁଲାଇ ୧୬ରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ କ୍ୟାଟ୍ରିନାଙ୍କ ସହ ଜଡ଼ିତ କିଛି କଥା ଜାଣନ୍ତୁ…

ବିଦେଶରୁ ଭାରତ ଆସିଥିବା କ୍ୟାଟ୍ରିନା ତାଙ୍କ କ୍ୟାରିୟର ପାଇଁ କଠିନ ପରିଶ୍ରମ କରିଥିଲେ। ହିନ୍ଦୀ ଶିଖିବାଠାରୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ ସେ ନିଜ ଜୀବନଯାତ୍ରାରେ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଛନ୍ତି। ସେହିପରି ପ୍ରେମ ସମ୍ପର୍କକୁ ନେଇ ମଧ୍ୟ କ୍ୟାଟ୍ରିନା ବେଶ୍‌ ଚର୍ଚ୍ଚାରେ ଥିଲେ। ଭିକିଙ୍କୁ ବିବାହ କରିବା ପୂର୍ବରୁ ଅନେକ ଷ୍ଟାର ସହ ତାଙ୍କ ନାଁ ଯୋଡ଼ା ଯାଇଥିଲା।

ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାଟ୍ରିନାଙ୍କ ନାମ ସଲମାନ ଖାନ୍‌ଙ୍କ ସହ ଜଡ଼ିତ ଥିଲା। ଯେତେବେଳେ ସେ ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ଥିଲେ। ଖବର ଅନୁଯାୟୀ, ଦୁହେଁ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ଏହି ସମୟରେ, ସଲମାନ କ୍ୟାଟ୍ରିନାଙ୍କୁ ତାଙ୍କ କ୍ୟାରିୟର ଗଢ଼ିବାରେ ବହୁତ ସାହାଯ୍ୟ କରିଥିଲେ। ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁହେଁ ଏକାଠି ରହୁଥିଲେ।

ସଲମାନଙ୍କ ପରେ କ୍ୟାଟ୍ରିନାଙ୍କ ନାମ ମଧ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ଚର୍ଚ୍ଚା ହୋଇଥିଲା। ଷ୍ଟାଡିୟମରେ ଉଭୟେ ଆଇପିଏଲ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେହିପରି ରଣବୀର କପୁରଙ୍କ ସହ କ୍ୟାଟ୍ରିନାଙ୍କ ସମ୍ପର୍କ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। କ୍ୟାଟ୍ରିନା ମଧ୍ୟ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ପରେ ଦୁହେଁ ଅଲଗା ହୋଇଯାଇଥିଲେ।

୨୦୧୯ରେ ପ୍ରଥମ ଥର ପାଇଁ କ୍ୟାଟ୍ରିନାଙ୍କ ନାଁ ଅଭିନେତା ଭିକି କୌଶଲଙ୍କ ସହ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ପରେ ମଧ୍ୟ ଦୁହେଁ ଗଣମାଧ୍ୟମକୁ ଡେଟିଂ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ। ଧିରେ ଧିରେ ସେମାନଙ୍କ ବିବାହର ଖବର ସାମ୍ନାକୁ ଆସିଥିଲା। ଡିସେମ୍ବର ୨୦୨୧ରେ ହଠାତ୍‌ ଦୁହିଁଙ୍କ ବିବାହ ଖବର ଆସିଥିଲା। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ପରେ କ୍ୟାଟ୍ରିନା ଆଜି ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି, ଯେଉଁଥିପାଇଁ ସେ ସ୍ବାମୀ ଭିକିଙ୍କ ସହ ସେ ମାଳଦ୍ୱୀପ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri