ଷ୍ଟଣ୍ଟ ଦେଖାଇବାକୁ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା

ମୁ୍‌ମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାର୍ଚ୍ଚ ୮ରୁ ତାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ଟାଇଗର ୩’ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଶୁଟିଂ ପୂର୍ବରୁ ଅଭିନେତ୍ରୀ ଦକ୍ଷିଣ କୋରିଆ ଟିମ୍ ସହ ଆକ୍ସନ ସିନ୍ ଶିଖିବା ପାଇଁ ୧୪ ଦିନିଆ ଟ୍ରେନିଂ ନେଉଛନ୍ତି । ଏକ ନ୍ୟୁଜ ପୋର୍ଟାଲର ସୂଚନା ମୁତାବକ ନିର୍ଦ୍ଦେଶକ ମନିଷ ଶର୍ମା ଆକ୍ସନ ସିନ୍ ପାଇଁ ପ୍ରସ୍ତୁତ ହେବାକୁ କୁଆଡେ କ୍ୟାଟ୍ରିନାଙ୍କୁ କହିଛନ୍ତି । ଅର୍ଥାତ୍ ‘ଟାଇଗର ଜିନ୍ଦା ହୈ’ରେ କ୍ୟାଟ୍ରିନାଙ୍କ ଷ୍ଟଣ୍ଟ ଦର୍ଶକଙ୍କୁ ଯେତିକି ପସନ୍ଦ ଆସିଥିଲା ନୂଆ ଫିଲ୍ମରେ ଏହି ଏକ୍ସାଇଟମେଣ୍ଟ ଆହୁରି ଅଧିକ ରହିଛି । ଜଣାପଡିଛି ଯେ ‘ଟାଇଗର ୩’ ପାଇଁ ଗତ ପ୍ରାୟ ୧୫ ଦିନ ହେବ ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଖୁବ୍ ପରିଶ୍ରମ କରୁଛନ୍ତି । କ୍ୟାଟ୍ରିନା ମାର୍ଶାଲ ଆର୍ଟର ଟ୍ରେନିଂ ଖୁବ୍ କରୁଛନ୍ତି । ସଲମାନ ମଧ୍ୟ ଦକ୍ଷିଣ କୋରିଆ ଟିମ୍ ସହ ଖୁବ୍ ପ୍ରାକ୍ଟିସ କରୁଛନ୍ତି । କିଛିଦିନ ତଳେ ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ୟଶ ରାଜ ଫିଲ୍ମର ଅଫିସରେ ପୂଜା କରାଯାଇଥିଲା । ଦେଖାଯାଏ ୟଶ ରାଜ ଫିଲ୍ମର ସମସ୍ତ ଫିଲ୍ମର ଶୁଟିଂ ପୂର୍ବରୁ ପୂଜା କରାଯାଇଥାଏ । ‘ଟାଇଗର ୩’ରେ ଇମରାନ ହାସମିଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri