ପ୍ରଥମ ସନ୍ତାନ ଅପେକ୍ଷାରେ କଟ୍ରିନା କୈଫ୍‌, ଭିକି କୌଶଲ; ନିଶ୍ଚିତ ହେଲା ଖବର

ମୁମ୍ବାଇ,୧୫।୯: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍‌ ଓ ଅଭିନେତା ଭିକି କୌଶଲ ସେମାନଙ୍କ ପ୍ରଥମ ସନ୍ତାନକୁ ଆଗମନ କରିବାକୁ ଅପେକ୍ଷା କରିଛନ୍ତି। ଦମ୍ପତି ଏ ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ କଟ୍ରିନାଙ୍କ ପ୍ରଥମ ସନ୍ତାନ ଅକ୍ଟୋବର-ନଭେମ୍ବରରେ ଜନ୍ମ ନେବ।

କଟ୍ରିନାଙ୍କ ଗର୍ଭଧାରଣ ନେଇ ମାସକେ ଧରି ଚର୍ଚ୍ଚା ଜୋର ଧରିଛି, କିନ୍ତୁ ଦମ୍ପତି ଏ ବିଷୟରେ ମୌନ ରହିଛନ୍ତି। କଟ୍ରିନା ଏବେ ଲୋକଦୃଷ୍ଟିରୁ ଦୂରେଇ ରହୁଛନ୍ତି ଏବଂ ସୂଚନା ଅନୁଯାୟୀ, ସନ୍ତାନ ଜନ୍ମ ପରେ ସେ ଦୀର୍ଘ ମାତୃତ୍ୱ ଛୁଟି ନେବେ ଓ ଜଣେ ସକ୍ରିୟ ମା’ ହେବାକୁ ଚାହୁଁଛନ୍ତି।

ପୂର୍ବରୁ ଭିକି କୌଶଲ ତାଙ୍କ ଚଳଚ୍ଚିତ୍ର ‘ବ୍ୟାଡ୍‌ ନ୍ୟୁଜ୍‌’ର ଟ୍ରେଲର ଲଞ୍ଚ ସମୟରେ ଗର୍ଭଧାରଣ ଗୁଜବକୁ ଖଣ୍ଡନ କରି କହିଥିଲେ, “ଯେତେବେଳେ ଖୁସି ଖବର ଆସିବ, ଆମେ ନିଶ୍ଚିତ ଭାବେ ଆପଣଙ୍କ ସହ ସେୟାର କରିବୁ।”

କଟ୍ରିନା ଓ ଭିକି ୨୦୨୧ରେ ରାଜସ୍ଥାନର ସିକ୍ସ ସେନ୍ସେସ ଫୋର୍ଟ ବରୱାରାରେ ବିବାହ କରିଥିଲେ। ଭିକି ଶେଷ ଥର ପାଇଁ ‘ଛାଓ୍ଵା’ ଚଳଚ୍ଚିତ୍ରରେ ଓ କଟ୍ରିନା ‘ମେରୀ କ୍ରିସ୍‌ମସ୍‌’ରେ ଦେଖାଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍, ନୂଆଦିଲ୍ଲୀରୁ ବେଜିଂ ହଲଚଲ

ନୂଆଦିଲ୍ଲୀ,୩୧।୭: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ…

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri