କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

କଠୋପନିଷଦର ବିଷୟବସ୍ତୁ ମୁଖ୍ୟତଃ ବ୍ରହ୍ମ ଓ ଆତ୍ମା ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଉପନିଷଦକାର ଯମ-ନଚିକେତା ଖବର ମାଧ୍ୟମରେ ଏହି ତତ୍ତ୍ୱକୁ ଅଗ୍ନିବିଦ୍ୟା ଓ ଆତ୍ମବିଦ୍ୟା ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଶ୍ନୋତ୍ତର ମାଧ୍ୟମରେ ଆଚାର୍ଯ୍ୟ ଯମ ଶିଷ୍ୟ ନଚିକେତାଙ୍କୁ ସ୍ବର୍ଗସୁଖର ଗୂଢ଼ ରହସ୍ୟ ‘ଅଗ୍ନିବିଦ୍ୟା’ ଓ ଜନ୍ମ-ମୃତ୍ୟୁର ଗୂଢ଼ ରହସ୍ୟ ‘ଆତ୍ମବିଦ୍ୟା’ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଛନ୍ତି। କଠ ଉପନିଷଦର କୃଷ୍ଣ ଯଜୁର୍ବେଦର କଠ ଶାଖା ଅନ୍ତର୍ଗତ। ଏଥିରେ ଦୁଇଟି ଅଧ୍ୟାୟ ଓ ପ୍ରତି ଅଧ୍ୟାୟରେ ତିନିଟି ବଲ୍ଲୀ ଅଛି। ଏହି ଉପନିଷଦର ମନ୍ତ୍ର ସଂଖ୍ୟା ୧୧୯। ନଚିକେତାଙ୍କ ପିତା ଉଦ୍ଦାଳକ ଋଷି ସ୍ବର୍ଗସୁଖ ପ୍ରାପ୍ତି ପାଇଁ ବିଶ୍ୱଜିତ୍‌ ଯଜ୍ଞ ଆୟୋଜନ ପୂର୍ବକ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଯଜ୍ଞରେ ଦାନ କରିବାର ଦେଖି ନଚିକେତାଙ୍କ ମନରେ ଦୁଃଖ ଜାତ ହେଲା। କାରଣ, ଯେଉଁ ଦାନ ଦ୍ୱାରା ଦାତା ଓ ଗ୍ରହୀତା କାହାର ଉପକାର ହୁଏ ନାହିଁ, ସେହି ଦାନ ମୂଲ୍ୟହୀନ। ନିଜ ପୁତ୍ର ନଚିକେତାକୁ କାହାକୁ ଦାନ କରିବେ ବୋଲି ବାରମ୍ବାର ପ୍ରଶ୍ନ କରିବାରୁ ପିତା ବିରକ୍ତି ପ୍ରକାଶ କରି ତାଙ୍କୁ ମୃତ୍ୟୁର ଦେବତା ଯମଙ୍କୁ ଦାନ କରିବା କଥା କହିବାରୁ, ପିତାଙ୍କ ଆଦେଶ ପାଳନ କରି ନଚିକେତା ଯମଙ୍କ ପାଖକୁ ପ୍ରସ୍ଥାନ କଲେ। ଯମରାଜାଙ୍କର ଦର୍ଶନ ପାଇଁ ନଚିକେତା ଭୋକ ଉପାସରେ ତିନିଦିନ ଅପେକ୍ଷା କରିବାରୁ, ଯମରାଜା ପ୍ରସନ୍ନ ହୋଇ ତାଙ୍କୁ ତିନୋଟି ବର ମାଗିବା ପାଇଁ ଆଦେଶ କଲେ। ନଚିକେତା ପ୍ରଥମ ବରରେ ପିତାଙ୍କ ପ୍ରସନ୍ନତା, ଦ୍ୱିତୀୟ ବରରେ ସ୍ବର୍ଗସୁଖ ପ୍ରଦାୟିନୀ ‘ଅଗ୍ନିବିଦ୍ୟା’ ଓ ତୃତୀୟ ବରରେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ‘ଆତ୍ମବିଦ୍ୟା’ ପ୍ରାପ୍ତି ପାଇଁ ଅନୁଗ୍ରହ ପ୍ରକାଶ କଲେ। ଯମଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସାରିକ ପ୍ରଲୋଭନ ସତ୍ତ୍ୱେ ନଚିକେତା ତାଙ୍କ ମାର୍ଗରେ ଅବିଚଳିତ ରହିବାରୁ ଯମଦେବତା ଅନ୍ତିମରେ ପରମାତ୍ମାଙ୍କ ସର୍ବବ୍ୟାପକତା, ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସମ୍ବନ୍ଧ, ସଂସାରର ନଶ୍ୱରତା, ଯଜ୍ଞ ଦ୍ୱାରା ସ୍ବର୍ଗପ୍ରାପ୍ତି ତଥା ଯୋଗ ସାଧନ ଓ ଈଶ୍ୱର ବିଶ୍ୱାସ ଦ୍ୱାରା ମୋକ୍ଷ୍ୟ ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କଲେ।
ସ୍ବର୍ଗସୁଖର ଗୂଢ଼ ରହସ୍ୟ ସମ୍ବନ୍ଧରେ ବର୍ଣ୍ଣନା କରି ଆଚାର୍ଯ୍ୟ ଯମ କହିଛନ୍ତି ଯେ, ସୁଖ ଦୁଇପ୍ରକାର- ଭୌତିକ ଓ ଆଧ୍ୟାତ୍ମିକ ଏବଂ ଏହି ସୁଖପ୍ରାପ୍ତି ପାଇଁ ମାର୍ଗ ମଧ୍ୟ ଦୁଇ ପ୍ରକାର- ଶ୍ରେୟ ଓ ପ୍ରେୟ ମାର୍ଗ। ସାଂସାରିକ ବିଷୟ ବାସନାଦି ଉପଭୋଗରୁ ମିଳୁଥିବା ସୁଖ ଭୌତିକ, ମାତ୍ର ସଂସାରରୁ ମୁକ୍ତ ହୋଇ ବ୍ରହ୍ମ ସାକ୍ଷାତ୍‌କାର ଦ୍ୱାରା ଯେଉଁ ସୁଖ ମିଳେ ତାହା ଶାଶ୍ୱତ ସୁଖ। ଶ୍ରେୟ ମାର୍ଗ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ହେଉଥିବା ବେଳେ ପ୍ରେୟ ମାର୍ଗ ପ୍ରୀତି ସାଧନ ପାଇଁ ଉଦ୍ଦିଷ୍ଟ। ପ୍ରେୟ ମାର୍ଗରେ ଗତି କରୁଥିବା ବ୍ୟକ୍ତି ସାଂସାରିକ ସୁଖକୁ ଉପଭୋଗ କରି ଜନ୍ମ-ମୃତ୍ୟୁ ଚକ୍ରରେ ଘୂରୁଥିବା ବେଳେ ପ୍ରେୟ ମାର୍ଗ ଅନୁସରଣ କରୁଥିବା ବ୍ୟକ୍ତି ବ୍ରହ୍ମ ସାକ୍ଷାତକାର ଦ୍ୱାରା ଜୀବନ୍ମୁକ୍ତ ହୋଇଥାଏ। ବୁଦ୍ଧିମାନ ବ୍ୟକ୍ତି ପ୍ରିୟ ଲାଗୁଥିବା ଯୋଗ-ସାଧନା ଅପେକ୍ଷା କଲ୍ୟାଣ ପଥକୁ ଶ୍ରେୟସ୍କର ବୋଲି ନିଶ୍ଚିତ କରି ବରଣ କରିଥାଆନ୍ତି। କାଠରେ ଅଗ୍ନି ଗୁପ୍ତଭାବରେ ରହିବା ପରି ସର୍ବସୁଖ ପ୍ରଦାୟିନୀ ଅଗ୍ନିବିଦ୍ୟା ମନୁଷ୍ୟର ଅନ୍ତଃକରଣରେ ପ୍ରବୃତ୍ତି ଭାବରେ ବିଦ୍ୟମାନ। ଏହି ଦିବ୍ୟଶକ୍ତି ରୂପକ ବୀଜର ଜାଗରଣ ଓ ସଂଯୋଜନ ଦ୍ୱାରା ସାଧାରଣ ବ୍ୟକ୍ତି ମହାନ୍‌ ହୋଇଥାଏ। ବିଷୟାସକ୍ତ ବ୍ୟକ୍ତିର ଏହି ସୁପ୍ତ ପ୍ରତିଭା ସାଂସାରିକ କାମନା-ବାସନାରେ ଲିପ୍ତ ରହିବା ଦ୍ୱାରା ଦିବ୍ୟାନୁଭୂତି ପ୍ରାପ୍ତ ପାଇଁ ଉପଯୋଗୀ ହୋଇ ନ ଥାଏ। ପିତା, ମାତା ଓ ଆଚାର୍ଯ୍ୟଙ୍କଠାରୁ ଲାଭ କରିଥିବା ଦିବ୍ୟଜ୍ଞାନ ରୂପକ ଅଗ୍ନିକୁ ନିଜର ଅନ୍ତଃକରଣରେ ପ୍ରଜ୍ଞା, ସଂକଳ୍ପ, ଶ୍ରଦ୍ଧା ଓ ଈଶ୍ୱର ବିଶ୍ୱାସ ସହିତ ଅବଲମ୍ବନ କରି ଜୀବନର ବିଭିନ୍ନ ଅବସ୍ଥା (ବ୍ରହ୍ମଚର୍ଯ୍ୟ, ଗୃହସ୍ଥ ଓ ବାନପ୍ରସ୍ଥ) ଆଦିରେ ପ୍ରଜ୍ୱଳିତ କରିପାରିଲେ ଜୀବନ ଯଜ୍ଞମୟ ହୁଏ ଓ ବ୍ୟକ୍ତି ସୁଖ-ଦୁଃଖ ବନ୍ଧନରୁ ମୁକ୍ତହୋଇ ଶରୀର ତ୍ୟାଗ ପୂର୍ବରୁ ସ୍ବର୍ଗସୁଖର ଆନନ୍ଦ ପାଇଥାଏ। ଏହା ହେଉଛି ଅଗ୍ନିବିଦ୍ୟା-ଯାହା ସ୍ବର୍ଗସୁଖର ଗୂଢ଼ ରହସ୍ୟକୁ ପ୍ରତିପାଦନ କରିଥାଏ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri