ଆଲୋଚନାରେ କଶ୍ମୀର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍‌ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେଉଁ ପ୍ରସଙ୍ଗ ନେଇ କଥାବାର୍ତ୍ତା କରାଯିବ ସେନେଇ କୌଣସି କାର୍ଯ୍ୟସୂଚୀ ସାଧାରଣରେ ପ୍ରକାଶ ପାଇନାହିଁ। ତଥାପି କଶ୍ମୀର ପର୍ଯ୍ୟବେକ୍ଷକଙ୍କ ମତ ଅନୁଯାୟୀ, ଏହା ଏକ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ପ୍ରୟାସ ମାତ୍ର। କଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ପ୍ରବଳ ନିନ୍ଦିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥାଇପାରେ। ଏହି ଆଲୋଚନାକୁ ଲୋକଙ୍କ ଭାବାବେଗ ସହିତ ଭଲ ଭାବେ ଜଡ଼ିତ ଥିବା ଜମ୍ମୁ ଓ କଶ୍ମୀରର ପ୍ରମୁଖ ରାଜନୈତିକ ଦଳ ଯିବେ କି ନାହିଁ ତା’ ଉପରେ ସନ୍ଦେହ ଉପୁଜିଲାଣି। ଦୀର୍ଘ ଦୁଇ ବର୍ଷ ଧରି ସେଠାକାର ନାଗରିକ ଯେଉଁଭଳି ନିଜ ଦେଶର ସରକାରଙ୍କ ଦ୍ୱାରା ନିର୍ଯାତିତ ହୋଇ ଚାଲିଛନ୍ତି, ତାହା ସେମାନଙ୍କୁ ଭାରତ ବିରୋଧୀ କରାଇ ଦେଇଥାଇପାରେ।
୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ୩୭୦ ଅନୁଚ୍ଛେଦକୁ ଏହି ରାଜ୍ୟରୁ ଉଚ୍ଛେଦ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ପରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି ହୋଇଥିଲା। କିନ୍ତୁ ଜମ୍ମୁ ଓ କଶ୍ମୀରକୁ ପୂର୍ବରୁ ଯେଉଁ ସ୍ବତନ୍ତ୍ର କ୍ଷମତା ମିଳିଥିଲା ତାହା ରାତାରାତି ବନ୍ଦ ହୋଇଯାଇଥିଲା। କେତେ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତାଙ୍କୁ ଗୃହବନ୍ଦୀ ରଖାଯିବା ଓ ସ୍ଥଳବିଶେଷରେ ଜେଲ ପଠାଯିବା, ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବା, ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯିବା, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯିବା, କେନ୍ଦ୍ର ବିରୋଧୀ ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆଦି ବିଭିନ୍ନ ପଦକ୍ଷେପ ସେଠାକାର ନାଗରିକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଚାଲିଛି। ଦେଶବ୍ୟାପୀ କୋଭିଡ-୧୯ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ର ବହୁ ପୂର୍ବରୁ କଶ୍ମୀର ଜନସାଧାରଣ ସମ୍ପୂର୍ଣ୍ଣ ସାମରିକ ଶଟ୍‌ଡାଉନ୍‌ର ଶିକାର ହୋଇଆସୁଛନ୍ତି। ପିଲାମାନଙ୍କ ପାଠପଢ଼ା ଦେଶର ଅନ୍ୟାନ୍ୟ ଭାଗଠାରୁ ଆହୁରି ଦୟନୀୟ ହୋଇଯାଇଛି। ଦୁଇବର୍ଷ ଧରି ପଢ଼ା ବନ୍ଦ ସହିତ ଇଣ୍ଟରନେଟ୍‌ ନ ଥିବାରୁ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ମଧ୍ୟ ଆଗେଇପାରି ନାହିଁ। ବିକାଶମୂଳକ କାର୍ଯ୍ୟ ବନ୍ଦ ରହିଥିବାରୁ କାହାରି ଆର୍ଥିକ ଉନ୍ନତି ହୋଇପାରି ନାହିଁ। ଅସଂଖ୍ୟ ଯୁବତୀଯୁବକ ବେକାର ହୋଇଯାଇଛନ୍ତି। ଉଦାହରଣ ସ୍ବରୂପ, ପର୍ଯ୍ୟଟନରୁ କଶ୍ମୀର ଯେଉଁ ରାଜସ୍ବ ପାଉଥିଲା ବିଭିନ୍ନ କଟକଣା ଲାଗିବା ପରେ ସେହି କ୍ଷେତ୍ର ସମ୍ପୂର୍ଣ୍ଣ ମାଡ଼ ଖାଇଗଲା। ସେଥିରେ ନିୟୋଜିତ ବର୍ଗ ବେକାର ହୋଇଗଲେ। ସେହିଭଳି ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଯିବାରୁ ସେଠାକାର ଫଳ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯାଇପାରିଲା ନାହିଁ। ତାହା ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ବଡ଼ ଆର୍ଥିକ କ୍ଷତି ଘଟିଲା। ସାମ୍ପ୍ରତିକ କୋଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ କଶ୍ମୀରରେ କୌଣସି ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଥିବାର ଖବର କାହାରି ପାଖରେ ନାହିଁ। ସେଠାରେ ସଂକ୍ରମଣ ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ଗୋପନୀୟ ରଖାଯାଇଛି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ଚାପ ପଡ଼ିବାରୁ ପରବର୍ତ୍ତୀ ସମୟରେ ଯଦିଓ କଟକଣାରେ ସାମାନ୍ୟ କୋହଳ କରାଯାଇଛି, ତାହା କେବଳ ଲୋକଦେଖାଣିଆ ବୋଲି ବିଦେଶୀ ଗଣମାଧ୍ୟମ ପ୍ରକାଶ କରୁଛି। ଏଭଳି ସ୍ଥଳେ ସେଠାକାର ଜନସାଧାରଣ ଏକ ସ୍ବାଧୀନ ଭାରତରେ ବାସ କଲା ଭଳି ଅନୁଭବ କରିପାରୁନାହାନ୍ତି। ଏବେ ଯେଉଁ ସ୍ଥିତି ଉପୁଜିଛି କେନ୍ଦ୍ର ସରକାର ଅତି ଚତୁରତାର ସହିତ ଆଲୋଚନାକୁ ମାଧ୍ୟମ କରିଛନ୍ତି। ଯଦି କଶ୍ମୀରର ରାଜନୈତିକ ଦଳଗୁଡ଼ିକ ଆଲୋଚନାରେ ଭାଗ ନିଅନ୍ତି, ତେବେ କେନ୍ଦ୍ରର ଉଦ୍ୟମରେ ସାଧାରଣ ରାଜନୈତିକ ବାତାବରଣ ପ୍ରତିଷ୍ଠା କରିବାର ପ୍ରୟାସ ସଫଳ ହେଲା। ଯଦି କଶ୍ମୀର ନେତାମାନେ ଏହି ଆଲୋଚନାରେ ଭାଗ ନେବେ ନାହିଁ, ତେବେ କେନ୍ଦ୍ର ସେମାନଙ୍କ ଅଗଣତାନ୍ତ୍ରିକ ଆଭିମୁଖ୍ୟକୁ ଦେଶଦୁନିଆରେ ଦେଖାଇପାରିବ। ଅନ୍ୟପଟେ ସାଧାରଣ କଶ୍ମୀରୀ ମନରେ ଯେଉଁ ନିଆଁ ଜଳୁଛି, ତାହାକୁ ସାମ୍ନା କରିବା ପାଇଁ ଆଞ୍ଚଳିକ ନେତାମାନେ କେତେଦୂର ସକ୍ଷମ ହେବେ ସେ ସମ୍ପର୍କରେ ସନ୍ଦେହ ରହିଛି। ଆଲୋଚନାରେ ଯେଉଁମାନେ ଭାଗ ନେବେ ସେମାନେ ଭାରତ ସରକାର ସହ ହାତ ମିଳାଇଛନ୍ତି ବୋଲି କଶ୍ମୀରରେ ବିବେଚିତ ହେବେ। ଏହାଫଳରେ ନେତାମାନଙ୍କର ବ୍ୟକ୍ତିଗତ ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀରେ ଆସିଯାଇପାରେ। ଏହି ଆଞ୍ଚଳିକ ଦଳଗୁଡ଼ିକର ପ୍ରଥମତଃ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପୁନଃସ୍ଥାପନ ଏବଂ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ମୌଳିକ ଦାବି ହୋଇପାରେ। କିନ୍ତୁ ସେଥିରେ ଜନସାଧାରଣ ସନ୍ତୁଷ୍ଟ ରହିବେ ବୋଲି ସ୍ପଷ୍ଟ କହିହେବ ନାହିଁ। ଏତେସବୁ ଘଟଣା ସତ୍ତ୍ୱେ କଶ୍ମୀର ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri