ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶୀପୁର ଫରେଷ୍ଟ ରେଞ୍ଜର ଗିରଫ

ଜୟପୁର,୨୦।୯(ପବନ ପାଣିଗ୍ରାହୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ ତାଙ୍କ ନାଁରେ ବହୁସ୍ଥାନରେ କୋଠା ଓ ପ୍ଲଟ୍‌ ଥିବା ଠାବ କରାଯାଇଛି। ଏପରିକି ରେଞ୍ଜର ଅନ୍ତର୍ଯ୍ୟାମୀଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ଦୀର୍ଘ ସମୟ ଧରି ଚରାଉଚରା କରାଯାଇଥିଲା। ଚରାଉଚରା ପରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରାଯାଇଛି। ଏନେଇ ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସରେ ଏସ୍‌ପି ରବିନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ବିଭାଗର ୭ଜଣ ଡିଏସ୍‌ପି, ୭ଜଣ ଇନ୍‌ସ୍ପେକ୍ଟର, ୯ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସକାଳ ୬ଟା ୩୦ରେ କାଶୀପୁରଠାରେ ରେଞ୍ଜର ସାହୁଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ପୈତୃକ ଘର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତ ଗୃହରେ ଚଢ଼ାଉ କରାଯାଇଛି। ଏଥିସହ ବାଲିଗୁଡ଼ାର ଦୁଇଟି ସ୍ଥାନ, ଗଞ୍ଜାମ ଜିଲାର ଦୋମୁହାଁଣି ଓ କୁକୁଡ଼ାଖଣ୍ଡି ତହସିଲର ଯୋଗିଆପାଲି ଏବଂ ନୟାଗଡ଼ ଜିଲା କରଡ଼ାପଡ଼ାସ୍ଥିତ ଶ୍ୱଶୁରଘରେ ଏକକାଳୀନ ଚଢ଼ାଉ କରିଛି । ଭିଜିଲାନ୍ସ ଟିମ୍‌ର ଯାଞ୍ଚ ବେଳେ ବାଲିଗୁଡ଼ାଠାରେ ୨୨୫୦ ବର୍ଗଫୁଟ ଏବଂ ୧୦୦୦ ବର୍ଗଫୁଟର କୋଠା, ଶ୍ରାନିକେତରେ ୧୬୦୦ ବର୍ଗଫୁଟର କୋଠା, ବ୍ରହ୍ମପୁର ଟେକ୍ନୋ ପାର୍କଠାରେ ୧୬୫୦ ବର୍ଗଫୁଟର ଏକ କୋଠା ସମେତ ଦାରିଙ୍ଗବାଡ଼ିରେ ଏକ କୋଠା ଥିବା ସୂଚନା ମିଳିଛି ।

ସେହିଭଳି ୯ଟି ପ୍ଲଟ୍‌ ମଧ୍ୟରୁ ବାଲିଗୁଡ଼ାରେ ୬ଟି, ଯୋଗିଆପାଲିଠାରେ ଗୋଟିଏ ଏବଂ ଗଞ୍ଜାମ ଜିଲା କୋଡ଼ାସିଂ ଗ୍ରାମରେ ୨ଟି ଠାବ ହୋଇଛି । ଏହାବ୍ୟତୀତ ୨୬୩.୨୨ ଗ୍ରାମ୍‌ ସୁନା, ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ୍‌ ବାବଦରେ ୨୭ଲକ୍ଷ ୯୯ ହଜାର ୬୫୯ ଟଙ୍କା, ଏକ ମୋଟରସାଇକେଲ ସମେତ ପ୍ରାୟ ୯ଲକ୍ଷ ୪୩ହଜାର ଟଙ୍କାର ଘରକରଣା ଜିନିଷ ଜବତ ହୋଇଛି ।

ଭିଜିଲାନ୍ସ ବିଭାଗର ତଥ୍ୟ ଅନୁସାରେ, ରେଞ୍ଜର ସାହୁ ୨୦୦୭ରେ ବନ ବିଭାଗରେ ଫରେଷ୍ଟର ଭାବେ ଚାକିରି ପାଇବା ପରେ ଭୁବନେଶ୍ୱରଠାରେ ଟ୍ରେନିଂ ନେଇଥିଲେ । ଏହାପରେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କନ୍ଧମାଳ ଜିଲାର ବାଲିଗୁଡ଼ା, ୨୦୧୧ରୁ୨୦୧୩ ପର୍ଯ୍ୟନ୍ତ ତୁମୁଡ଼ିବନ୍ଧ, ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ କୋଟଗଡ଼ ଏବଂ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ କେ.ନୂଆଗାଁଠାରେ ଫରେଷ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ଚାକିରିରେ ପଦୋନ୍ନତି ପାଇ ବାଲିଗୁଡ଼ା ଡିଏଫ୍‌ଓ କାର୍ଯ୍ୟାଳୟରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟ କରିଥିଲେ । ସେଠାରୁ ପୁଣି ଥରେ ପଦୋନ୍ନତି ପାଇ ୨୦୨୩ରେ କାଶୀପୁର ରେଞ୍ଜର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?